fbpx

ୟୁକ୍ରେନରେ ରହୁଥିବା ଭାରତୀୟ ଛାତ୍ରଙ୍କୁ ଭାରତ ଫେରିବାକୁ ପରାମର୍ଶ: ଆଡଭାଇଜରୀ ଜାରି କଲା ଭାରତୀୟ ଏମ୍ବେସୀ

ନୂଆଦିଲ୍ଲୀ: ୟୁକେନ ରାଜଧାନୀ କୀଭ୍ ରେ ଭାରତୀୟ ଦୂତାବାସ ତରଫରୁ ସେଠାରେ ରହୁଥିବା ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି କରାଯାଇଛି । କୁହାଯାଇଛି ଯେ ୟୁକ୍ରେନରେ ବର୍ତ୍ତମାନର ପରିସ୍ଥିିତିକୁ ଦେଖି ସବୁ ଭାରତୀୟ ଛାତ୍ର ଏବଂ ନାଗରିକଙ୍କୁ ଏହା ପରାମର୍ଶ ଦିଆଯାଉଛି ଯେ ସେମାନେ ବର୍ତ୍ତମାନ ପାଇଁ ୟୁକ୍ରେନ ଛାଡ଼ନ୍ତୁ । ଭାରତୀୟ  ଦୂତାବାସ ତରଫରୁ କୁହାଯାଇଛି ଯେ କମର୍ସିିଆଲ ବିମାନ  ଏବଂ ଚାର୍ଟର ଫ୍ଲାଇଟ ଯୋଗେ ସ୍ୱଦେଶ ଫେରିଯିବାକୁ ପରାମର୍ଶ ।

ସୂଚନାଯୋଗ୍ୟ, ୟୁକ୍ରେନରେ ପ୍ରାୟ ୧୮ ହଜାର ଭାରତୀୟ ଛାତ୍ର ଫସି ରହିଛନ୍ତି । ଅଧିକାଂଶ ମେଡିକାଲ ଛାତ୍ର ରହିଛନ୍ତି । ଏମାନେ ସରକାରଙ୍କୁ ନିବେଦନ କରିଥିଲେ । ଏହାରି ମଧ୍ୟରେ ନାଗରିକ ବିମାନ ଚଳାଚଳ ମନ୍ତ୍ରାଳୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା ସହ ଭାରତ ଏବଂ ୟୁକ୍ରେନ ମଧ୍ୟରେ ବିମାନ ଉଡ଼ାଣ ମଧ୍ୟରେ ଥିବା ପ୍ରତିବନ୍ଧକୁ ହଟାଇଛନ୍ତି ।

ସୂଚନାଯୋଗ୍ୟ, ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସ୍ଥିତି ଉପୁଜିଛି । ଯାହାକୁ ନେଇ ସମଗ୍ର ବିଶ୍ୱରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏବେ ୟୁକ୍ରେନ ରହୁଥିବା ଭାରତୀୟ ଛାତ୍ରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ସେମାନେ ଭାରତ ଫେରିଯିବାକୁ ।

Get real time updates directly on you device, subscribe now.