୫ ବର୍ଷ ପରେ ଭାରତ ନେଲା ବଡ଼ ନିଷ୍ପତ୍ତି, ଚୀନ୍ ନାଗରିକଙ୍କୁ ଭିସା ଦେବାକୁ ଯାଉଛନ୍ତି ସରକାର

ଏଣିକି ଭାରତ ଆସିପାରିବେ ଚୀନ ନାଗରିକ ।

ନୂଆଦିଲ୍ଲୀ: ଦୀର୍ଘ ପାଞ୍ଚ ବର୍ଷ ପରେ ଭାରତ ସରକାର ଚୀନ୍ ନାଗରିକଙ୍କୁ ପର୍ଯ୍ୟଟନ ଭିସା ପ୍ରଦାନ କରିବା ଘୋଷଣା କରିଛନ୍ତି । ଏହି ପ୍ରକ୍ରିୟା ୨୪ ଜୁଲାଇ, ୨୦୨୫ ରୁ ପୁନଃ ଆରମ୍ଭ ହେବ । ବେଜିଂରେ ଥିବା ଭାରତୀୟ ଦୂତାବାସ ବୁଧବାର ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଛି ।

ସୂଚନାଯୋଗ୍ୟ ଯେ ୨୦୨୦ ମାର୍ଚ୍ଚରେ କୋଭିଡ୍ -୧୯ ମହାମାରୀ ସମୟରେ ସଂକ୍ରମଣକୁ ରୋକିବା ପାଇଁ ଭାରତ ସମସ୍ତ ପର୍ଯ୍ୟଟନ ଭିସାକୁ ଅସ୍ଥାୟୀ ଭାବରେ ସ୍ଥଗିତ କରିଥିଲା। ସେବେଠାରୁ ଚୀନ୍ ନାଗରିକଙ୍କ ପାଇଁ ଭିସା ସେବା ବନ୍ଦ ଥିଲା। ବର୍ତ୍ତମାନ ପୁନଃ ଲାଗୁ କରିବା ନେଇ ନିଷ୍ପତ୍ତି ନିଆଯାଇଛି ।

ଆବେଦନ ପାଇଁଁ ଏହି ଡକ୍ୟୁମେଣ୍ଟ ଜରୁରୀ- ଦୂତାବାସ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ବେଜିଂରେ ଥିବା ଭାରତୀୟ ଭିସା କେନ୍ଦ୍ରରେ ପାସପୋର୍ଟ ଫେରସ୍ତ ପାଇଁ ଆବେଦନ କରିବା ପାଇଁ ଏକ ବିଧିବଦ୍ଧ ‘ପାସପୋର୍ଟ ପ୍ରତ୍ୟାହାର ପତ୍ର’ ବାଧ୍ୟତାମୂଳକ ହେବ । ଜୁନ୍ 2020 ରେ କୋଭିଡ୍-19 ମହାମାରୀ ଏବଂ ଗାଲୱାନ୍ ଉପତ୍ୟକାରେ ଭାରତ ଏବଂ ଚୀନ୍ ମଧ୍ୟରେ ହୋଇଥିବା ହିଂସାତ୍ମକ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ଯାତ୍ରା ଏବଂ ପାରସ୍ପରିକ ଯୋଗାଯୋଗ ପ୍ରାୟ ସ୍ଥଗିତ ହୋଇଯାଇଥିଲା। ବିଗତ ବର୍ଷଗୁଡ଼ିକରେ, ଚୀନ୍ ଭାରତୀୟ ଛାତ୍ର ଏବଂ ବ୍ୟବସାୟୀଙ୍କୁ ଭିସା ଦେବା ଆରମ୍ଭ କରିଥିଲା, କିନ୍ତୁ ସାଧାରଣ ଯାତ୍ରା ଉପରେ କଟକଣା ଜାରି ରହିଥିଲା।

ଉଭୟ ଦେଶ ଲୋକ-ଲୋକଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି କରିବାକୁ ଚାହୁଁଛନ୍ତି- ଏବେ ଭାରତ ଏବଂ ଚୀନ୍ ଉଭୟ ଲୋକ-ଲୋକଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି କରିବାକୁ ଚାହୁଁଛନ୍ତି। ଏଥିପାଇଁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ କରିବା ଏବଂ କୈଳାସ ମାନସରୋବର ଯାତ୍ରା ପୁନଃ ଆରମ୍ଭ କରିବାର ଯୋଜନା ରହିଛି । କୋଭିଡ୍ ଯୋଗୁଁ ଏହି ଯାତ୍ରା ବନ୍ଦ ହୋଇଯାଇଥିଲା। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଧ୍ୟ କହିଛନ୍ତି ଯେ ଭାରତ-ଚୀନ୍ ସମ୍ପର୍କ ଧୀରେ ଧୀରେ ସଠିକ୍ ଦିଗରେ ଗତି କରୁଛି।