fbpx

ମ୍ୟାଚ ବେଳେ ବଡ଼ ଅଘଟଣ: ଭାରତୀୟ ମହିଳା କ୍ରିକେଟର ରିଚା ଘୋଷଙ୍କ ବେକରେ ବାଜିଲା ବଲ୍, ଅବସ୍ଥା ଗମ୍ଭୀର

ନୂଆଦିଲ୍ଲୀ: ଦକ୍ଷିଣ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ ସମୟରେ ଘଟିଯାଇଛି ଏକ ବଡ଼ ଅଘଟଣ । ଟିମ୍ ଇଣ୍ଡିଆର ମହିଳା କ୍ରିକେଟର ରିଚା ଘୋଷଙ୍କ ବେକରେ ଏକ ବଲ ବାଜିବା ଫଳରେ ତାଙ୍କ ଶରୀରରେ ଗମ୍ଭୀର ଆଘାତ ଲାଗିଛି । ତେଣୁ ମ୍ୟାଚ ମଝିରୁ ରିଚାଙ୍କୁ ପଡ଼ିଆ ବାହାରକୁ ନେଇ ଚିକିତ୍ସା କରାଯାଇଥିଲା । ଏହାପରେ ରିଚାଙ୍କ ସ୍ଥାନରେ ଆଉ ଜଣେ ଖେଳାଳି ସଜୀବନ ସଜନାଙ୍କୁ ଦଳରେ ସାମିଲ କରାଯାଇଥିଲା । ଭାରତୀୟ ଖେଳାଳ ପୂଜା ବସ୍ତ୍ରାକରଙ୍କ ଏକ ଶର୍ଟ ଲେନଥ ବଲ ଫୋପାଡ଼ିବା ବେଳେ ରିଚା ଶୂନ୍ୟରେ ଲମ୍ଫ ପ୍ରଦାନ କରିଥିଲେ ।

ଏହି ସମୟରେ ଦୁର୍ଭାଗ୍ୟବଶତଃ ବଲଟି ରିଚାଙ୍କ ବେକରେ ଜୋରରେ ବାଜି ଯାଇଥିଲା । ବଲ ବାଜିବା କାରଣରୁ ରିଚା ଯନ୍ତ୍ରଣା ଓ ଚକ୍କରରେ ପୀଡ଼ିତ ହୋଇଥିଲେ । ତାଙ୍କୁ ତୁରନ୍ତ ସ୍କାନ ପାଇଁ ପଠାଯିବା ସହିତ ବିସିସିଆଇ ରିଚାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛି । ଦକ୍ଷିଣ ଆଫ୍ରିକା ବ୍ୟାଟିଂ କରିବା ସମୟରେ ଏହି ଘଟଣା ଘଟିଥିଲା । ଓପନର ତାଜମିନ ବ୍ରିଟସଙ୍କ ଏକ କ୍ୟାଚକୁ ଧରିବାକୁ ଶୂନ୍ୟରେ ଲମ୍ଫ ପ୍ରଦାନ କରିଥିଲେ ରିଚା । ମାତ୍ର ବଲଟି ତାଙ୍କର ଶରୀରରେ ବାଜିଥିଲା । ଏହାପରେ ସେ ଆଉ ଖେଳିପାରିନଥିଲେ ।

ସୂଚନାଯୋଗ୍ୟ ଯେ, ପ୍ରଥମ ଟି-୨୦ରେ ଦକ୍ଷିଣ ଆଫ୍ରିକା ୧୨ ରନରେ ବିଜୟୀ ହୋଇଥିଲା । ଦକ୍ଷିଣ ଆଫ୍ରିକା ପ୍ରଥେମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରଶଇ ୧୮୯ ରନ୍ ସଂଗ୍ରହ କରିଥିବା ବେଳେ ଭାରତ ୪ ୱିକେଟରେ ୧୭୭ ରନ୍ ସଂଗ୍ରହ କରିଥିଲା । ଜେମିମାହ ରୋଡ୍ରିଗଜ୍ ୫୩ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ।

Get real time updates directly on you device, subscribe now.