CHARIDHAM

ଇଂଲଣ୍ଡକୁ ପାନେ ଦେଲା ଭାରତ, ଦିନିକିଆ ସିରିଜରେ ଦମଦାର ଆରମ୍ଭ, ଏହି ଷ୍ଟାର ବ୍ୟାଟର ଖେଳିଲେ ଧୂଆଁଧାର ଇନିଂସ

ଦିନିକିଆ ସିରିଜରେ ଭାରତୀୟ ଦଳର ଧମାକେଦାର ଆରମ୍ଭ । ଇଂଲଣ୍ଡରେ ପ୍ରଥମ ଥର ପାଇଁ ଐତିହାସିକ କୃତିତ୍ୱ ହାସଲ କଲା ଭାରତ ।

ନୂଆଦିଲ୍ଲୀ: ଦିନିକିଆ ସିରିଜରେ ଭାରତୀୟ ଦଳର ଧମାକେଦାର ଆରମ୍ଭ । ଇଂଲଣ୍ଡରେ ପ୍ରଥମ ଥର ପାଇଁ ଐତିହାସିକ କୃତିତ୍ୱ ହାସଲ କଲା ଭାରତ । ଇଂଲଣ୍ଡ ଗସ୍ତରେ T20 ସିରିଜ୍ ଜିତିବା ପରେ, ଭାରତୀୟ ମହିଳା ଦଳ ଏବେ ତିନି ମ୍ୟାଚ୍ ବିଶିଷ୍ଟ ୱାନଡେ ସିରିଜରେ ବିଜୟ ସହିତ ତାର ଯାତ୍ରା ଆରମ୍ଭ କରିଛି । ସାଉଥାମ୍ପଟନ୍‌ର ରୋଜ୍ ବାଉଲ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ସିରିଜର ପ୍ରଥମ ମ୍ୟାଚ୍ 4 ୱିକେଟରେ ଜିତି ଟିମ୍ ଇଣ୍ଡିଆ ଏକ ଐତିହାସିକ ବିଜୟ ହାସଲ କରିଛି।

ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ 50 ଓଭରରେ 6 ୱିକେଟ ହରାଇ 258 ରନ କରିଥିଲା । ଏହା ପରେ ଭାରତ 48.2 ଓଭରରେ 6 ୱିକେଟ ହରାଇ ଏହି ଟାର୍ଗେଟ ହାସଲ କରିବା ସହିତ 1-0 ର ଅଗ୍ରଣୀ ମଧ୍ୟ ହାସଲ କରିଥିଲା। ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ପ୍ରଥମ ଥର ପାଇଁ ଏକ ଐତିହାସିକ ସଫଳତା ମଧ୍ୟ ହାସଲ କରିଛି।

ଇଂଲଣ୍ଡ ବିପକ୍ଷ ଦିନିକିଆ ମାଚରେ ସର୍ବାଧିକ ରନ କରିଥିବା ଖେଳାଳି

ଏହି ମ୍ୟାଚରେ ଭାରତୀୟ ଟିମକୁ 259 ରନର ଟାର୍ଗେଟ ମିଳିଥିଲା । ଯାହାକୁ ପାରିକରିବା ଭାରତୀୟ ଟିମ ପକ୍ଷେ ସମ୍ଭବ ନଥିଲା । କାରଣ ପୂର୍ବରୁ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷ ମ୍ୟାଚରେ କେବେବି ଏତେ ରନର ସଫଳତା ହାସଲ କରିପାରିନଥିଲା । କିନ୍ତୁ ଏଥର ଭାରତୀୟ ଦଳର ବ୍ୟାଟସମ୍ୟାନମାନେ ଏକ ଭିନ୍ନ ଚିନ୍ତାଧାରା ସହିତ ମୈଦାନକୁ ଆସିଥିଲେ । ଯେଉଁଥିରେ ଦୀପ୍ତି ଶର୍ମା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଦୀପ୍ତି 64 ବଲରେ 62 ରନ କରି ଦଳକୁ ଐତିହାସିକ ବିଜୟ ଦେଇଥିଲେ । ଦୀପ୍ତିଙ୍କ ବ୍ୟତୀତ, ପ୍ରଥମ ଦିନିକିଆରେ ଜେମିମା ରୋଡ୍ରିଗ୍ଜ 48 ଏବଂ ପ୍ରୀତିକା ରାୱଲ୍ 36 ରନ କରିଥିଲେ।

ଭାରତୀୟ ମହିଳା ଦଳ ଦ୍ୱାରା ଦିନିକିଆରେ କରିଥିବା ସର୍ବାଧିକ ରନ

୨୬୫ ରନ – ଅଷ୍ଟ୍ରେଲିଆ ବିପକ୍ଷରେ (୨୦୨୧, ମୈକାଁୟ)

୨୫୯ ରନ – ଇଂଲଣ୍ଡ ବିପକ୍ଷରେ (୨୦୨୫, ସାଉଥାମ୍ପଟନ୍)

୨୫୨ ରନ – ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ (କ୍ୱିନ୍ସଟାଉନ୍, ୨୦୨୨)

୨୪୮ ରନ – ସାଉଥ ଆଫ୍ରିକା ବିପକ୍ଷରେ (ଭଦୋଦରା, ୨୦୧୯)

୨୪୫ ରନ – ସାଉଥ ଆଫ୍ରିକା ବିପକ୍ଷରେ (୨୦୧୭, କୋଲମ୍ବୋ)

ଭାରତୀୟ ଦଳ ଗତ ୧୨ ଟି ଦିନିକିଆରୁ ୧୧ ଟି ଜିତିଛି

ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱରେ, ଭାରତୀୟ ମହିଳା ଦଳ କିଛି ସମୟ ଧରି ଦିନିକିଆରେ ଭଲ ପ୍ରଦର୍ଶନ କରିଆସୁଛି । ଯେଉଁଥିରେ ସେମାନେ ଗତ ୧୨ ଟି ଦିନିକିଆରୁ ୧୧ ଟି ମ୍ୟାଚରେ ଜିତିଛନ୍ତି। ଏହି ବର୍ଷ ଶେଷରେ ଭାରତ ଦ୍ୱାରା ଆୟୋଜିତ ହେବାକୁ ଥିବା ମହିଳା ଦିନିକିଆ ବିଶ୍ୱକପକୁ ଦୃଷ୍ଟିରେ ରଖି ଏହାକୁ ଟିମ୍ ଇଣ୍ଡିଆ ପାଇଁ ଭଲ ଖବର ବୋଲି କୁହାଯାଇପାରେ।