fbpx

ସୁଦାନରେ ମୁହାଁମୁହିଁ ହେଲେ ସେନା ଏବଂ ଅର୍ଦ୍ଧସୈନିକ ବଳ: ଘରୁ ନବାହାରିବାକୁ ଭାରତୀୟଙ୍କୁ ପରାମର୍ଶ

ନୂଆଦିଲ୍ଲୀ: ସୁଦାନରେ ଅର୍ଦ୍ଧସୈନିକ ବଳ ଏବଂ ସେନା ମଧ୍ୟରେ ଜାରି ବିବାଦ ମଧ୍ୟରେ ସେଠାରେ ଥିବା ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି କରିଛନ୍ତି ଭାରତ ସରକାର। ସୁଦାନରେ ଭାରତୀୟ ଦୂତାବାସ ପକ୍ଷରୁ ନିଜର ନାଗରିକ ମାନଙ୍କୁ ଘରେ ରହିବାକୁ କୁହାଯାଇଛି। ସୁଦାନର ରାଜଧାନୀ ଖାର୍ତୁନରେ ଦୁଇ ସୁରକ୍ଷା ବଳ ମଧ୍ୟରେ ଅନେକ ଦିନ ଧରି ବିବାଦ ଜାରି ରହିବା ପରେ ଆଜି ଗୁଳୀ ଏବଂ ବୋମା ବିସ୍ପୋରଣର ଶବ୍ଦ ଶୁଣିବାକୁ ମିଳିଥିଲା । ବର୍ତ୍ତମାନ ଉଭୟ ପକ୍ଷ ମଧ୍ୟରେ ଜୋରଦାର ଗୁଳିଗୋଳା ବର୍ଷଣ ଚାଲିଛି ।

ପାରାମିଲିଟାରୀ ରାପିଡ୍ ସପୋର୍ଟ ଫୋର୍ସ (ଆରଏସଏଫ) କହିଛି ଯେ ଏହା ବିମାନବନ୍ଦରକୁ ନିୟନ୍ତ୍ରଣ କରିଛି। ଏହାପୂର୍ବରୁ ଏହା କୁହାଯାଇଥିଲା ଯେ ଖାର୍ତୁମର ଦକ୍ଷିଣରେ ଥିବା ଏହାର ଏକ କ୍ୟାମ୍ପ ଉପରେ ଆକ୍ରମଣ କରାଯାଇଥିଲା । ଏଥିସହିତ ସେନା କହିଛି ଯେ ଆରଏସଏଫ ଯୁଦ୍ଧବିମାନ ସେନା ମୁଖ୍ୟାଳୟକୁ କାବୁ କରିବାକୁ ଚେଷ୍ଟା କରୁଛି ।

ସେନା ମୁଖପାତ୍ର ବ୍ରିଗେଡିୟର୍ ଜେନେରାଲ୍ ନାବିଲ ଅବଦାଲ୍ଲା ନ୍ୟୁଜ୍ ଏଜେନ୍ସି ଏପିଏଫ୍‌କୁ କହିଛନ୍ତି ଯେ ରାପିଡ୍ ସପୋର୍ଟ ଫୋର୍ସର ସଂଗ୍ରାମୀମାନେ ଖାର୍ତୁମ୍ ଏବଂ ସୁଦାନର ଅନ୍ୟାନ୍ୟ ସ୍ଥାନରେ ଅନେକ ସେନା ଶିବିର ଉପରେ ଆକ୍ରମଣ କରିଥିଲେ । ବର୍ତ୍ତମାନ ସଂଘର୍ଷ ଚାଲିଛି ଏବଂ ଦେଶର ସୁରକ୍ଷା ପାଇଁ ସେନା ନିଜର କର୍ତ୍ତବ୍ୟ କରୁଛି ।

ସୁଦାନରେ ୨୦୨୧ରେ ସେନା କ୍ଷମତା ଅକ୍ତିଆର କରିଥିଲା । ସେବେଠାରୁ ସେ ସାର୍ବଭୌମତ୍ୱ ପରିଷଦ ମାଧ୍ୟମରେ ଦେଶ ଚଳାଉଥିଲେ । ଆରଏସ୍‌ଏଫ୍‌ର ନେତୃତ୍ୱ ପରିଷଦ ପାଖରେ ରହିଥିବା ବେଳେ ଜେନେରାଲ ଅବଦେଲ ଫତ୍ତାହ ଅଲ-ବୁରହାନଙ୍କ ନେତୃତ୍ୱରେ ସେନା ନେତୃତ୍ୱ ନେଉଛନ୍ତି ।

ସୁଦାନରେ ସେନା ଏବଂ ଆରଏସ୍‌ଏଫ୍ ମଧ୍ୟରେ ପ୍ରତିଦ୍ୱନ୍ଦିତା ରାଷ୍ଟ୍ରପତି ଉମର ଅଲ-ବଶୀରଙ୍କ ସମୟରୁ ଚାଲିଛି । ତେବେ ୨୦୧୯ରେ ଉମର ଅଲ-ବଶୀରଙ୍କୁ ଶାସନରୁ ହଟାଇ ଦିଆଯାଇଥିଲା । ବର୍ତ୍ତମାନ ସୃଷ୍ଟି ହୋଇଥିବା ବିବାଦର କାରଣ ହେଉଛି, ସେନା କହିବା ଅନୁସାରେ ଆରଏସ୍‌ଏଫ, ଅର୍ଦ୍ଧସୈନିକ ବଳ ଅଟେ ଏବଂ ତାକୁ ସେନାରେ ସାମିଲ କରାଯିବ ନାହିଁ ।

Get real time updates directly on you device, subscribe now.