fbpx

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତି, ଏହି ୧୦ ଦେଶରେ ରହୁଥିବା ଭାରତୀୟମାନେ UPI ମାଧ୍ୟମରେ କରିପାରିବେ ପେମେଣ୍ଟ

ନୁଆଦିଲ୍ଲୀ: ଭାରତରେ ବିପୁଳ ସଫଳତା ପରେ ଏବେ ଅନ୍ୟ ଦେଶରେ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ୍‌(ୟୁପିଆଇ) ସେବା ଆରମ୍ଭ ହୋଇସାରିଛି । ଅର୍ଥାତ୍ ଏବେ ବିଦେଶରେ ମଧ୍ୟ ଭାରତର ୟୁପିଆଇ କାର୍ଯ୍ୟ କରିବ । ଯାହା ଫଳରେ ବିଦେଶରେ ରହୁଥିବା ନନ୍-ରେସିଡେଣ୍ଟ ଇଣ୍ଡିଆନ୍ସ (ଏନଆରଆଇ) ସେମାନଙ୍କର ଭାରତ ଫୋନ୍ ନମ୍ବର ଉପରେ ନିର୍ଭର ନକରି କାରବାର ପାଇଁ ୟୁପିଆଇ ସେବା ବ୍ୟବହାର କରିପାରିବେ । ଏହି ଦେଶଗୁଡ଼ିକ ହେଉଛି- ସିଙ୍ଗାପୁର, ଆମେରିକା, ଅଷ୍ଟ୍ରେଲିଆ, କାନାଡା, ହଂକଂ, ଓମାନ, କତାର, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) ଏବଂ ୟୁନାଇଟେଡ଼ କିଙ୍ଗଡମ(ୟୁକେ) ।

ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ଅନୁଯାୟୀ, ଆନ୍ତର୍ଜାତୀୟ ମୋବାଇଲ୍ ନମ୍ବର ଥିବା ଏନଆରଆଇ / ଏନଆରଓ (ଅଣ ରେସିଡେଣ୍ଟାଲ୍ ବାହ୍ୟ ଏବଂ ଅଣ ବାସିନ୍ଦା ସାଧାରଣ) ୟୁପିଆଇ ମାଧ୍ୟମରେ କାରବାର କରିପାରିବେ । ତେବେ ନିର୍ଦ୍ଦେଶନାମା ପାଳନ କରିବାକୁ ପେମେଣ୍ଟ କର୍ପୋରେସନ୍ ଅଂଶୀଦାର ବ୍ୟାଙ୍କଗୁଡିକୁ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ସମୟ ଦେଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କ୍ୟାବିନେଟ କମିଟି ବୁଧବାର ଦିନ ରୁପେ ଡେବିଟ୍ କାର୍ଡ ଏବଂ ସ୍ୱଳ୍ପ ମୂଲ୍ୟର ଭିମ୍‌,ୟୁପିଆଇ କାରବାରକୁ ପ୍ରୋତ୍ସାହିତ କରିବା ପାଇଁ ୨,୬୦୦ କୋଟି ଟଙ୍କା ଯୋଜନା ଅନୁମୋଦନ କରିଛି । ସୂଚନା ଅନୁଯାୟୀ, ଏହି ବଡ ୟୁପିଆଇ ପଦକ୍ଷେପ ଆନ୍ତର୍ଜାତୀୟ ଛାତ୍ର, ବିଦେଶରେ ରହୁଥିବା ପରିବାର ଏବଂ ସ୍ଥାନୀୟ ବ୍ୟବସାୟରେ ସାହାଯ୍ୟ କରିବ । ଏହି ଯୋଜନା ଅନ୍ତର୍ଗତ, ରୂପେ କାର୍ଡ ଏବଂ ୟୁପିଆଇ ବ୍ୟବହାର କରି କାରବାରକୁ ପ୍ରୋତ୍ସାହନ ଦେବା ପାଇଁ ବ୍ୟାଙ୍କମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯିବ ।

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ପରେ ପ୍ରଧାନମନ୍ତ୍ରୀ ଏକ ଟୁଇଟ୍‌ରେ କହିଛନ୍ତି ଯେ ରୁପେ ଡେବିଟ୍ କାର୍ଡ ଏବଂ ବିଏମ୍‌-ୟୁପି କାରବାରକୁ ପ୍ରୋତ୍ସାହିତ କରିବା ପାଇଁ ଆଜିର କ୍ୟାବିନେଟ୍ ନିଷ୍ପତ୍ତି ଭାରତକୁ ଡିଜିଟାଲ୍ ପେମେଣ୍ଟରେ ଆଗକୁ ବଢାଇବ । ଉଲ୍ଲେଖନୀୟ କଥା ହେଉଛି, ମାତ୍ର ୬ ବର୍ଷ ମଧ୍ୟରେ, ୟୁପିଆଇ କାରବାରରେ ଏକ ସଫଳତା ହାସଲ କରିଛି । ଗତ ଡିସେମ୍ବର ମାସରେ, ୧୨ ଲକ୍ଷ କୋଟିରୁ ଅଧିକ ୟୁପିଆଇ କାରବାର ହୋଇଥିଲା । ଯାହା ୟୁପିଅଇର ସଫଳତାକୁ ଦର୍ଶାଇଥାଏ ।

Get real time updates directly on you device, subscribe now.