fbpx

Amrapali Group CMD ଅନିଲ ଶର୍ମାଙ୍କ ବଢ଼ିଲା ମୁସ୍କିଲ: ହତ୍ୟା ମାମଲା ଦାୟର କଲା CBI

ନୂଆଦିଲ୍ଲୀ: ଆମ୍ରପାଲୀ ଗ୍ରୁପ ସିଏମଡିଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । କମ୍ପାନୀର ସିଏମଡି ଅନିଲ ଶର୍ମାଙ୍କ ବଢ଼ିଛି ମୁସ୍କିଲ । ଅନିଲଙ୍କ ବିରୋଧରେ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ (ସିବିଆଇ) ପକ୍ଷରୁ ହତ୍ୟା ମାମଲା ଦାୟର କରାଯାଇଛି । ବାଳିକା ବିଦ୍ୟାପୀଠର ପୂର୍ବତନ ସଚିବଙ୍କ ହତ୍ୟା ମାମଲାରେ ଅନିଲ ଓ ଅନ୍ୟ ୬ ଜଣଙ୍କ ନାମରେ ହତ୍ୟା ଅଭିଯୋଗ କରାଯାଇଥିବା ଜଣାପଡ଼ିଛି ।

ଆମ୍ରପାଲୀ ଗ୍ରୁପର ସିଏମଡି ଅନିଲ ଦିଲ୍ଲୀ-ଏନସିଆର ଅଞ୍ଚଳରେ ଜଣେ ଜଣାଶୁଣା ବିଲ୍ଡର ଅଟନ୍ତି । ତେବେ ସିବିଆଇ ଅନିଲଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବା ଖବର ଅନେକଙ୍କୁ ଚକିତ କରିଦେଇଛି । ହାଇକୋର୍ଟଙ୍କ ଆଦେଶ ମୁତାବକ ସିବିଆଇ ଅନିଲଙ୍କ ବିରୋଧରେ ଏହି ମାମଲା ଦାୟର କରିଥିବା ଜଣାପଡ଼ିଛି । ବାଳିକା ବିଦ୍ୟାପୀଠର ପୂର୍ବତନ ସଚିବଙ୍କ ହତ୍ୟା ମାମଲାରେ ଏହି କେସ୍ ରୁଜୁ ହୋଇଛି ।

ସୂଚନା ମୁତାବକ, ଗତ ୨୦୧୪ରେ ବିହାରର ଲଖୀସରାୟରେ ବାଳିକା ବିଦ୍ୟାପୀଠର ପୂର୍ବତନ ସଚିବ ଡାକ୍ତର ଶରଦ ଚନ୍ଦ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଥିଳା । ଶରଦ ଘରେ ବସି ଖବରକାଗଜ ପଢ଼ୁଥିବା ସମୟରେ ଏହି ଘଟଣା ଘଟିଥିଲା । ଗତ କିଛି ମାସ ହେଲା କୋର୍ଟଙ୍କ ଆଦେଶ ପରେ ସିବିଆଇ ମାମଲାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲା । ଶରଦଙ୍କ ସମ୍ପତିକୁ ହାତେଇବା ଏହି ହତ୍ୟା ପଛର ଉଦ୍ଦେଶ୍ୟ ଥିବା ସିବିଆଇ ପକ୍ଷରୁ କୁହାଯାଇଛି । ଅନିଲ ଅନ୍ୟ ୪ ଜଣଙ୍କ ସହ ମିଶି ବାଳିକା ବିଦ୍ୟାପୀଠର ଟ୍ରଷ୍ଟକୁ ନିଜ କବଜାକୁ ନେଇଥିବା ତଦନ୍ତକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.