fbpx

FCI ସ୍କାଣ୍ଡାଲ ପର୍ଦ୍ଦାଫାସ: ୫୦ଟି ସ୍ଥାନରେ CBI ରେଡ୍, ଗିରଫ ହେଲେ DGM

ନୂଆଦିଲ୍ଲୀ: ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ)ରେ ଏକ ବଡ଼ଧରଣର ସ୍କାଣ୍ଡାଲର ପର୍ଦ୍ଦାଫାସ ହୋଇଛି । ଏନେଇ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଣ୍ଟିଗେସନ (ସିବିଆଇ) ପକ୍ଷରୁ ୫୦ଟି ସ୍ଥାନରେ ରେଡ୍ କରାଯାଇଛି । ଏହି ମାମଲାରେ ଜଣେ ଉପ ମହାପ୍ରବନ୍ଧକ (ଡିଜିଏମ)ଙ୍କୁ ଗିରଫ କରାଯିବା ସହିତ ୭୪ ଜଣଙ୍କ ନାମରେ ଏଫଆଇଆର ଦାୟର କରାଯାଇଛି । ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଏଫସିଆଇ ଡିଜିଏମ ରାଜୀବ କୁମାର ମିଶ୍ରାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଏଫସିଆର ଏକ ବଡ଼ ଦୁର୍ନୀତିର ପର୍ଦ୍ଦାଫାସ ହୋଇଛି । ଏଫଆଇଆର ଦାୟର ହୋଇଥିବା ୭୪ ଜଣଙ୍କ ଅଧିକାରୀଙ୍କ ମଧ୍ୟରୁ ୩୪ ଜଣ ସେବାରେ ରହିଥିବା ବେଳେ ୩ ଜଣ ସେନା ନିବୃତ୍ତ ହୋଇ ସାରିଛନ୍ତି । ଏଥିସହିତ ୧୭ ଜଣ ଘରୋଇ ବ୍ୟକ୍ତିବିଶେଷ ହୋଇଥିବା ବେଳେ ୨୦ଟି ସଂସ୍ଥା ବିରୋଧରେ ମାମଲା ଦାୟର ହୋଇଛି । ସିବିଆଇ ୮୦ ଲକ୍ଷ ଟଙ୍କା ଜବତ କରିଥିବା ବେଳେ ଜଣେ ମହିଳା ଅଧିକାରୀଙ୍କଠାରୁ ୧୦ ଲକ୍ଷ ଜବତ କରିଛି ।

ଏହି ଦୁର୍ନୀତିଖୋର ଅଧିକାରୀମାନେ ସିଣ୍ଡିକେଟ ଓ ଅନ୍ତିମ ଉପଭୋକ୍ତଙ୍କ ଜରିଆରେ ଶସ୍ୟ ବିକ୍ରି କରିବା ନେଇ କୃଷକଙ୍କୁ ବାଧ୍ୟ କରିବା ସହ ଧୋକ୍କା ଦେଇଥିଲେ । ଅଧିକାରୀମାନେ ଗୋଦାମରେ ଉପଲବ୍ଧ ଶସ୍ୟ ତୁଳନାରେ କାଗଜରେ ଅଧିକ ଦର୍ଶାଇଥିଲେ । ଏହି ଅପରେସନ ପଞ୍ଜାବ, ହରିୟାଣା ସମେତ କିଛି ସହର ଓ ଦିଲ୍ଲୀର ଦୁଇଟି ସ୍ଥାନରେ ଚାଲିଥିଲା । ତେବେ ବେନାମୀ ଗୋଦାମ ଚଳାଇବା ମାମଲାରେ ପଞ୍ଜାବ ସରକାରଙ୍କ କିଛି ବରିଷ୍ଠ ଅଧିକାରୀଙ୍କ ଭୂମିକା ଏବେ ଯାଞ୍ଚ ଘେରକୁ ଆସିଛି ।

Get real time updates directly on you device, subscribe now.