fbpx

AAP ସାଂସଦଙ୍କୁ ଜେଲ: ୨୧ ବର୍ଷର ପୁରୁଣା ମାମଲାରେ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ୨୧ ବର୍ଷର ଏକ ପୁରୁଣା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଆମ ଆଦମୀ ପାର୍ଟି (ଆପ)ର ଜଣେ ସାଂସଦ । ଏହି ମାମଲାରେ ତାଙ୍କୁ ୩ ମାସର ଜେଲଦଣ୍ଡାଦେଶ ସହିତ ୧୫୦୦ ଟଙ୍କା ଅର୍ଥଦଣ୍ଡ ଶୁଣାଣି କରାଯାଇଛି । ତେବେ ଏହି ଶୁଣାଣି ବିରୋଧରେ ସାଂସଦ ଏବେ ହାଇକୋର୍ଟରେ ଅପିଲ କରିବେ । ଗତ ୨୦୨୧ରେ ସେ ୩୬ ଘଣ୍ଟିଆ ବିଜୁଳି, ପାଣି ସମସ୍ୟାକୁ ନେଇ ଆନ୍ଦୋଳନ କରିଥିଲେ ।

ତେବେ ଏହି ଆନ୍ଦୋଳନରେ ରାଜ୍ୟସଭା ସାଂସଦ ସଞ୍ଜୟଙ୍କ ସହିତ ସମାଜବାଦୀ ପାର୍ଟିର ପୂର୍ବତନ ବିଧାୟକ ଅନୁପ ସଣ୍ଡା, ବିଜେପିର ପୂର୍ବତନ ନଗର ଅଧ୍ୟକ୍ଷ ସୁଭାଷ ଚୌଧରୀ, କଂଗ୍ରେସ ନେତା କମଲ ଶ୍ରୀବାସ୍ତବ, କଂଗ୍ରେସ ମୁଖପାତ୍ର ସନ୍ତୋଷ ଚୌଧରୀ, ବିଜେପି ନେତା ବିଜୟ ସେକ୍ରେଟରୀ ପ୍ରମୁଖ ସାମିଲ ଥିଲେ । ତେବେ ଧାରଣା ପ୍ରଦର୍ଶନ ଓ ସରକାରୀ କାର୍ଯ୍ୟରେ ବାଧା ସହିତ ଅନେକ ପ୍ରସଙ୍ଗକୁ ଆଧାର କରି ସ୍ଥାନୀୟ ପୋଲିସ ସମସ୍ତଙ୍କ ବିରୋଧରେ ମାମଲା ଦାୟର କରିଥିଲା ।

ଏମପି ଏଏଲଏ କୋର୍ଟର ଜଜ ଯୋଗେଶ ଯାଦବଙ୍କ ଅଦାଲତରେ ଏହି ମାମଲାର ବିଚାର ଚାଲିଥିଲା । ୨୧ ବର୍ଷର ବ୍ୟବଧାନ ପରେ ସେସନ୍ସ କୋର୍ଟ ଏହାର ଶୁଣାଣି କରିଥିଲେ । ସଞ୍ଜୟ, ସପାର ପୂର୍ବତନ ବିଧାୟକ ଅନୁପଙ୍କ ସମେତ ୫ ଜଣ ଦୋଷୀ ସାବ୍ୟସ୍ତ ହେବା ସହ ଦଣ୍ଡିତ ହୋଇଛନ୍ତି । ତେବେ ଏହି ଆନ୍ଦୋଳନ ପଛରେ ବିଜେପି ସରକାରର ବିଜୁଳି ଅବ୍ୟବସ୍ଥା ଦାୟୀ ବୋଲି ସଞ୍ଜୟ କହିନ୍ତି । ସେ ସମୟରେ ପ୍ରବଳ ଗରମ ଅନୁଭୂତ ହେଉଥିଲା । ୩୬ ଘଣ୍ଟା ବିଜୁଳି କଟକୁ ନେଇ ସାରା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ସେ କହିଛନ୍ତି ।

Get real time updates directly on you device, subscribe now.