fbpx

ସୂର୍ଯ୍ୟ ମିଶନରେ ଇସ୍ରୋକୁ ମିଳିବ ବଡ଼ ସଫଳତା: ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ଯାଉଛି ଆଦିତ୍ୟ ଏଲ୧

ବେଙ୍ଗାଲୁରୁ: ଆଉ ମାତ୍ର କିଛି ଦିନ ପରେ ଇସ୍ରୋକୁ ମିଳିବାକୁ ଯାଉଛି ଆଉ ଏକ ବଡ଼ ସଫଳତା । ଏଲ ୧ ପଏଣ୍ଟ ଠାରୁ ଆଉ ମାତ୍ର ଅଳ୍ପ କିଛି ଦୂରରେ ରହିଛି ଇସ୍ରୋର ସୂର୍ପ୍ୟ ମିଶନ ଆଦିତ୍ୟ ଏଲ୧ । ଇସ୍ରୋ ସୂର୍ଯ୍ୟ ମିଶନକୁ ସଫଳ କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଚରଣ । ତେବେ ଆସନ୍ତା ନୂଆ ବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ ଆଦିତ୍ୟ ଏଲ୧ ଲାଗରେଞ୍ଜ ପଏଣ୍ଟରେ ପହଞ୍ଚିବାକୁ ଯାଉଛି ।

ସୂର୍ଯ୍ୟ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ଆଦିତ୍ୟ ଏଲ୧ ଏହି ପଏଣ୍ଟରେ ପହଞ୍ଚିବ । ତେବେ ସୂର୍ଯ୍ୟ ପୃଷ୍ଠ ଉପରେ କ’ଣ ରହିଛି ଏବଂ ଏଠାରେ ଘଟୁଥିବା ବିଭିନ୍ନ ପ୍ରକାର ମହାଜାଗତିକ ଘଟଣାବଳୀ ବିଷୟରେ ତଥ୍ୟ ସଂଗ୍ରହ କରିବ । ତେବେ ଏ ନେଇ କେନ୍ଦ୍ର ମନ୍ତ୍ରୀ ଜୀତେନ୍ଦ୍ର ସିଂ ଏ ନେଇ ଆଜି ସୂଚନା ଦେଇଛନ୍ତି । ତେବେ ଏହା ଯିବା ସମୟରେ ରାସ୍ତାରେ ମଧ୍ୟ ବିଭିନ୍ନ ଫଟୋ ମଧ୍ୟ ଉଠାଇ ଇସ୍ରୋକୁ ପଠାଇଥିଲା ।

ସୂଚନାଯୋଗ୍ୟ. ଚନ୍ଦ୍ରାୟଣ-୩ର ସଫଳତା ପରେ ସୂର୍ଯ୍ୟଙ୍କ ବିଷୟରେ ଅଧିକ ତଥ୍ୟ ହାସଲ କରିବା ପାଇଁ ଏବଂ ଅଧିକ ଗବେଷଣା କରିବା ପାଇଁ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) ଚଳିତ ବର୍ଷ ସେପ୍ଟମ୍ବର ମାସ ୨ ତାରିଖରେ ‘ଆଦିତ୍ୟ ଏଲ୧’ ମିଶନ ଲଞ୍ଚ କରିଥିଲା । ତେବେ ଆସନ୍ତା ମାସ ପ୍ରଥମ ସପ୍ରାହ ସୁଦ୍ଧା ଏହି ମିଶନ ଏହାର ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ଯାଉଛି । ତେବେ ଏ ନେଇ ସାରା ଦେଶ ବେଶ ଉତ୍ସାହିତ ଥିବା ବେଳେ ଏହାର ସଫଳତା ମଧ୍ୟ ଆଶା କରାଯାଉଛି ।

Get real time updates directly on you device, subscribe now.