fbpx

ଥାଇଲାଣ୍ଡ ଏଜ୍‌ ଗ୍ରୁପ ସନ୍ତରଣ ଚାମ୍ପିଅନଶିପ୍‌, ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଚହଟ ଆରୋରା

Advertisement

ନୂଆଦିଲ୍ଲୀ: ଭାରତର ଚହଟ ଆରୋରା ଥାଇଲାଣ୍ଡରେ ଅନୁଷ୍ଠିତ ଏକ ଗ୍ରୁପ ସନ୍ତରଣ ଚାମ୍ପିଅନଶିପର ମହିଳା ୫୦ ମିଟର ବ୍ରେଷ୍ଟଷ୍ଟ୍ରୋକ ଇଭେର୍ଟରେ ଜିତିଲେ ସ୍ୱର୍ଣ୍ଣ ପଦକ । ଗତ ବର୍ଷ ଜାତୀୟ ଚାମ୍ପିଅନଶିପରେ ଦୁଇ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଚଣ୍ଡିଗଡରେ ଜନ୍ମିତ ଆରୋରା ଥାଇଲାଣ୍ଡ ଚାମ୍ପିଅନଶିପରେ ନିଜର ଶ୍ରେଷ୍ଠ ଭାରତୀୟ ଟାଇମିଂ ରେକର୍ଡ ସମକକ୍ଷ ହେବା ସହିତ ୩୩,୬୨ ସେକେଣ୍ଡ ସମୟ ନେଇ ସ୍ୱର୍ଣ୍ଣ ପଦକ ଅକ୍ତିଆର କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ୨୪ ବର୍ଷୀୟ ଆରୋରା ଗତ ବର୍ଷ ଏପ୍ରିଲ ମାସରେ ଅନୁଷ୍ଠିତ ଉଜବେକିସ୍ତାନ ସନ୍ତରଣ ଚାମ୍ପିଅନଶିପରେ ମଧ୍ୟ ଦୁଇ ସ୍ୱର୍ଣ୍ଣ ପଦକ ଅକ୍ତିଆର କରିଥିଲେ । ସେହିପରି ଭାରତର ଅନ୍ୟତମ ସନ୍ତରଣକାରୀ ଶ୍ରହରୀ ନଟରାଜନ ଫ୍ରେଞ୍ଚ ଏଲିଟ ଓପନ ସନ୍ତରଣ ଚାମ୍ପିଅନଶିପର ୨୦୦ ମିଟର ବ୍ୟାକଷ୍ଟ୍ରୋକ୍ସ ଇଭେଣ୍ଟରେ ତୃତୀୟ ସ୍ଥାନ ପାଇଛନ୍ତି । ଅନ୍ୟପକ୍ଷରେ ଭାରତର ନୀନା ଭେଙ୍କଟେଶ ଓ ଭ୍ରିତି ଅଗ୍ରୱାଲ ଦକ୍ଷିଣ ଆଫ୍ରିକା ଜାତୀୟ ଚାମ୍ପିଅନଶିପରେ ବ୍ରୋଞ୍ଜ ଓ ରୌପ୍ୟ ପଦକ ହାସଲ କରିଛନ୍ତି ।

Get real time updates directly on you device, subscribe now.