fbpx

ଦେଶରେ ୯୪ ଲକ୍ଷ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା

Advertisement

ନୂଆଦିଲ୍ଲୀ,୧।୧୨: ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ଲକ୍ଷ ୩୭ ହଜାର ୬୨୧କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୧ ହଜାର ୧୧୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୮୨ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୯୪ ଲକ୍ଷ ୬୨ ହଜାର ୮୦୯ କୁ ବୃଦ୍ଧି ପାଇଛି ।

ଅନ୍ୟପଟେ ଦେଶରେ ୪ ଲକ୍ଷ ୩୫ ହଜାର ୬୦୩ ଜଣ ଚିକିତ୍ସିତ ହେଉଥିବା ବେଳେ ୮୮ ଲକ୍ଷ ୮୯ ହଜାର ୫୮୫ ଜଣ ସୁସ୍ଥ ହୋଇସାରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.