ଭାରତୀୟ ଆର୍ଥିକ ଇକୋ ସିଷ୍ଟମ୍ ପାରମ୍ପାରିକ ବ୍ୟବସ୍ଥା ଛାଡ଼ି ଫିନ୍‌ଟେକ୍ ଗତିରେ ଆଗେଇ ଚାଲିଛି: ନିର୍ମଳା ସୀତାରମଣ

ମୁମ୍ବାଇ: ଭାରତୀୟ ଅର୍ଥିକ ଇକୋ ସିଷ୍ଟମ୍ ଗତ ବର୍ଷ ମାନଙ୍କରେ ଗୁରୁତ୍ୱପୁର୍ଣ୍ଣ ପଦକ୍ଷେପ ନେଇ ପାରମ୍ପାରିକ ବ୍ୟବସ୍ଥାକୁ ଛାଡ଼ି ଫିନ୍‌ଟେକ୍ ଚାଳିତ ହୋଇଛି । ଯାହା ଭାରତୀୟ ଅର୍ଥନୀତିକୁ ତ୍ୱରିତ ବିକାଶ ପାଇଁ ଗତି ପ୍ରଦାନ କରିଥିବା କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ସମୟ ଥିଲା ଯେତେବେଳେ ପାରମ୍ପାରିକ ଅର୍ଥିକ ବ୍ୟବସ୍ଥା ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ଥିଲା । କିନ୍ତୁ ବର୍ତ୍ତମାନ ସମୟରେ ଫିନ୍‌ଟେକ୍ ଅଧିକ ଶକ୍ତିଶାଳୀ ଏବଂ ପରିବର୍ତ୍ତନଶୀଳ ବ୍ୟବସ୍ଥା ଯାହା ଦେଶର ଗତୀରେ ବୃଦ୍ଧି ଆଣିଛି ବୋଲି ମଙ୍ଗଳବାର ମୁମ୍ବାଇରେ ଆୟୋଜିତ ଗ୍ଲୋବାଲ ଫିନ୍‌ଟେକ୍ ଫେଷ୍ଟ ୨୦୨୩ରେ ସିତାରମଣ କହିଛନ୍ତି ।

ଏହି ଅବସରରେ ସେ ଏହା ମଧ୍ୟ କହିଛନ୍ତି ଯେ, ୨୦୧୯-୨୦ର ଭାରତରେ ୪.୧ କୋଟି ଡିମାଟ ଆକାଉଣ୍ଟ ଥିବା ବେଳେ ୨୦୨୨-୨୩ରେ ଏହା ୧୦ କୋଟି ଛୁଇଁଛି । ସେହିଭଳି ରେକର୍ଡ ନମ୍ବର ମ୍ୟୁଚୁଆଲ ଫଣ୍ଡ ଏବଂ ଏସ୍‌ଆଇପି ମଧ୍ୟ ପଞ୍ଜିକୃତ ହୋଇଛି, ଯାହା ସାଧାରଣତଃ ଦେଶରେ ଅଭିବୃଦ୍ଧିକୁ ଦର୍ଶାଉଛି ।

ଦେଶର ୩୦ ସହର ସାଧାରଣ ସଞ୍ଚୟ ଠାରୁ ଆଗରେ ରହିଥିବା ଆଶା କରାଯାଉଛି । ତେବେ ଗତ ୪ ବର୍ଷରେ ଏହି ସହର ମାନଙ୍କରେ ମ୍ୟୁଚୁଆଲ ଫଣ୍ଡ ନିବେଶ ୧୫ ପ୍ରତିଶତରୁ ୨୬ ପ୍ରତିଶତକୁ ବୃଦ୍ଧି ପାଇଛି ।

ତେବେ ଏହି କ୍ଷେତ୍ରରେ ଏସ୍‌ଆଇପି ଏକ ପ୍ରମୁଖ ମାଧ୍ୟମ ସାଜିଛି ଗ୍ରାହକ ମାନଙ୍କୁ ଆକୃଷ୍ଟ କରିବା ପାଇଁ । ସେହିଭଳି ୟୁପିଆଇକୁ ସ୍ୱାଧିନ ଏବଂ ମୁକ୍ତ ନେଟବର୍କ ଡିଜିଟାଲ କମର୍ସ(ଓଏନ୍‌ଡିସି) ମାଧ୍ୟମରେ ସରକାର ସରକାର ଏବେ ଇ-କମର୍ସ କରିବା ଆରମ୍ଭ କରିଛନ୍ତି ।

ତେବେ ବର୍ତ୍ତମାନ ସମୟରେ କିଛି ଡ୍ରଗ୍ ମାଫିଆ ଭାରତୀୟ ଆର୍ଥିକ ବ୍ୟବସ୍ଥାକୁ କ୍ଷତି ପହଞ୍ଚାଇବାକୁ ଚାହୁଁଛନ୍ତି । ସେହିଭଳି କ୍ରିପ୍ଟୋ ମଧ୍ୟ ସମାନ ଭାବେ କିଛି ସସମସ୍ୟା ସୃଷ୍ଟି କରିଛି ।