fbpx

(Video) ଆଉ ଦରକାର ପଡ଼ିବନି ପେଟ୍ରୋଲ କି ଡିଜେଲ ! ଦେଶର ପ୍ରଥମ ‘ପବନ-ପାଣି’ରେ ଚାଳିତ ବସ୍ ର ହେଲା ଶୁଭାରମ୍ଭ: ସବୁଜ ପତାକା ଦେଖାଇଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଦେଶର ପ୍ରଥମ ହାଇଡ୍ରୋଜେନ ଚାଳିତ ବସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ । ଏହାର ଶୁଭାରମ୍ଭ ଏକ ସ୍ୱଚ୍ଛ ପରିବେଶ ଦିଗରେ ଆଉ ଏକ ପଦକ୍ଷେପ ନେଇଛି, ଯାହାର ପ୍ରଭାବ ଆଗାମୀ ଦିନରେ ଦେଖିବାକୁ ମିଳିବ । ଏହି ବସ କେବଳ ପବନ ଆଉ ପାଣିରେ ଚାଲିବ । ଏନେଇ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।

ଆସନ୍ତା ଦୁଇ ଦଶନ୍ଧି ମଧ୍ୟରେ ବିଶ୍ୱର ୨୫% ଶକ୍ତି ଚାହିଦା ଥିବା ଭାରତ ହେବ । ଭବିଷ୍ୟତରେ ସବୁଜ ହାଇଡ୍ରୋଜେନ ରପ୍ତାନିରେ ଭାରତ ଚାମ୍ପିୟନ ହେବ । ବିଶ୍ୱର ହାଇଡ୍ରୋଜେନ୍ ଚାହିଦା ୨୦-୭ ସୁଦ୍ଧା ୪-୭ ଗୁଣ ଅର୍ଥାତ୍ ୫୦୦-୮୦୦ ମେଟ୍ରିକ୍ ଟନ୍ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଏଥି ସହିତ, ଘରୋଇ ସବୁଜ ହାଇଡ୍ରୋଜେନର ଚାହିଦା ୨୦୫୦ ସୁଦ୍ଧା ୪ ଗୁଣ ଅର୍ଥାତ୍ ୨୫-୨୮ ମେଟ୍ରିକ୍ ଟନ୍ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ବିଶ୍ୱ ଗମ୍ଭୀର ପ୍ରଦୂଷଣର ସମ୍ମୁଖୀନ ହେଉଛି :-

ଗୋଟିଏ ପଟେ ପ୍ରତିଦିନ ନୂଆ ଟେକ୍ନୋଲୋଜି ଦେଖାଯାଉଥିବାବେଳେ ଅନ୍ୟ ପଟେ ପ୍ରାୟ ସମଗ୍ର ବିଶ୍ୱ ଭୟଙ୍କର ପ୍ରଦୂଷଣର ସମ୍ମୁଖୀନ ହେଉଛି । ଯେଉଁଥିପାଇଁ ବିଭିନ୍ନ ଦେଶର ସରକାର ଏଥିପାଇଁ ଉଦ୍ୟମ କରୁଛନ୍ତି । ଏଥିରୁ ମୁକ୍ତି ପାଇବା ପାଇଁ ଭାରତ ମଧ୍ୟ ଗ୍ରାହକଙ୍କୁ ଶୀଘ୍ର ବୈଦ୍ୟୁତିକ ଯାନ ଗ୍ରହଣ କରିବାକୁ ଉତ୍ସାହିତ କରୁଛି । ଏହି କାରଣରୁ ଆଜି ଭାରତରେ ପ୍ରଥମ ହାଇଡ୍ରୋଜେନ୍ ବସ୍ ଲଞ୍ଚ କରାଯାଇଛି ଏବଂ ଏକ ନୂଆ ରେକର୍ଡ ଯୋଡା ଯାଇଛି । ଏହାର ସକରାତ୍ମକ ପ୍ରଭାବ ଭବିଷ୍ୟତରେ ଦେଖିବାକୁ ମିଳିବ ।

Get real time updates directly on you device, subscribe now.