fbpx

ସମୁଦ୍ରକୁ ଓହ୍ଲାଇଲା ଭାରତର ପ୍ରଥମ ସ୍ୱଦେଶୀ ବିମାନ ପରିବହନକାରୀ ଜାହାଜ ‘ବିକ୍ରାନ୍ତ’

Advertisement

 

ନୂଆଦିଲ୍ଲୀ: ଭାରତର ପ୍ରଥମ ସ୍ୱଦେଶୀ ବିମାନ ପରିବହନକାରୀ ବିକ୍ରାନ୍ତ ଅଗଷ୍ଟ ୪ ରେ ପରୀକ୍ଷା ପାଇଁ ସମୁଦ୍ରରେ ଅବତରଣ କରିଛି । ଏହାପୂର୍ବରୁ ଜୁଲାଇରେ ବିକ୍ରାନ୍ତର ବେସିନ ଟ୍ରାଏଲ ସଫଳ ହୋଇଥିଲା । ଆଶା କରାଯାଉଛି ବିକ୍ରାନ୍ତ ଜାହାଜକୁ ୨୦୨୨ ମସିହାରେ ନୌସେନାରେ ସାମିଲ କରାଯାଇପାରେ । ୧୯୭୧ ଯୁଦ୍ଧରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିବା ‘ଆଇଏନଏସ ବିକ୍ରାନ୍ତ’ ନାମରେ ଏହାର ନାମକରଣ କରାଯାଇଛି  ।

ପ୍ରତିରକ୍ଷା ମନ୍ତ୍ରଣାଳୟ କାର୍ଯ୍ୟାଳୟ ଟୁଇଟ୍ କରି କହିଛି ଯେ ସ୍ୱଦେଶୀ ବିମାନ ପରିବହନକାରୀ (IAC(P71)) ‘ବିକ୍ରାନ୍ତ’ର ସାମୁଦ୍ରିକ ପରୀକ୍ଷଣ ଆରମ୍ଭ ହୋଇଛି । ଏହି ଟୁଇଟ୍‌ରେ କୁହାଯାଇଛି ଯେ ଏହା ସ୍ୱଦେଶୀ ଭାବରେ ଉତ୍ପାଦନ ହେଉଛି  । ‘ଆତ୍ମନିର୍ଭରଶୀଳ ଭାରତ’ ଏବଂ ‘ମେକ୍ ଇନ୍ ଇଣ୍ଡିଆ’ ଇନିସିଏଟିଭ୍ ର ଏହା ଏକ ଜ୍ୱଳନ୍ତ ଉଦାହରଣ ।

IAC P71 ବିକ୍ରାନ୍ତ ବିଷୟରେ ଜାଣନ୍ତୁ ଅଧିକ କିଛି

ପ୍ରାୟ ୨୩ ହଜାର କୋଟି ଟଙ୍କା ମୂଲ୍ୟରେ ପ୍ରସ୍ତୁତ ହୋଇଛି IAC P71 ।  ଏହି ବିମାନ ବାହକ ପ୍ରାୟ ୨୬୨ ମିଟର ଲମ୍ବ ଏବଂ ୬୨ ମିଟର ଚଉଡା  । ଏହା କୋଚିନ୍ ସିପୟାର୍ଡ ଲିମିଟେଡ୍ ଦ୍ୱାରା ନିର୍ମିତ  । ଏହାର ସର୍ବୋଚ୍ଚ ବେଗ ଘଣ୍ଟା ପ୍ରତି ୫୨ କିଲୋମିଟର ବୋଲି କୁହାଯାଇଛି  । ଏହାର ୧୪ ମହଲା ଏବଂ ୨୩୦୦ କୋଠରୀ ରହିଛି । ଏହି ଜାହାଜରେ ୩୦ ଟି ଯୁଦ୍ଧ ବିମାନ ଏବଂ ହେଲିକପ୍ଟର ନିୟୋଜିତ କରାଯାଇପାରିବ  ।

ସୂଚନାଯୋଗ୍ୟ ଯେ, ଭାରତରେ ବର୍ତ୍ତମାନ କେବଳ ଗୋଟିଏ ବିମାନ ପରିବହନକାରୀ ‘ଆଇଏନଏସ ବିକ୍ରମାଦିତ୍ୟ’ ରହିଛି । ଭାରତ ମହାସାଗରରେ ଚୀନ୍‌ର ବଢ଼ୁଥିବା ଉପସ୍ଥିତିକୁ ପ୍ରତିହତ କରିବା ପାଇଁ ଭାରତୀୟ ନୌସେନା ଏହାର ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱ ଦେଉଛି ।

Get real time updates directly on you device, subscribe now.