fbpx

(Video) ପାତାଳ ଗର୍ଭକୁ ଯିବ ଭାରତର ପ୍ରୋଜେକ୍ଟ ‘ସମୁଦ୍ରଯାନ’: ୬ହଜାର ମିଟର ତଳୁ ବାହାରିବ ରହସ୍ୟ

ପୁଣି ଭାରତର ଏକ ବଡ଼ ପ୍ରୋଜେକ୍ଟ ସାମ୍ନାକୁ ଆସିଛି । ମୁନ୍ ମିଶନ ସଫଳ ହେବା ପରେ ଏବେ ପାତାଳ ଉପରେ ପଡ଼ିଛି ଭାରତର ନଜର । ଖୁବଶୀଘ୍ର ପାତାଳର ରହସ୍ୟ ବାହାର କରିବା ପାଇଁ ଭାରତ ଆରମ୍ଭ କରିବ ପ୍ରୋଜେକ୍ଟ ‘ସମୁଦ୍ରଯାନ’ । ‘ମିଶନ୍ ମହାସାଗର’ ଜରିଆରେ ଏକ ବୁଡ଼ା ଜାହାଜ ଗଭୀର ସମୁଦ୍ରକୁ ପଠାଯିବ । ଏହି ମିଶନରେ ପାତାଳର ବିଭିନ୍ନ ରହସ୍ୟ ଉପରୁ ପରଦା ହଟାଇବ ଭାରତ । ସମୁଦ୍ରର ରହସ୍ୟ ଜାଣିବା ହେଉଛି ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ । ସମୁଦ୍ରଯାନ ଅଧିନରେ ଭାରତ ୬ ହଜାର ବୁଡ଼ା ଜାହାଜ ପ୍ରସ୍ତୁତ କରୁଛି ।

ଯଦିଓ ଭାରତ ୨୦୨୧ରେ ସମୁଦ୍ରାୟନ ମିଶନ ଆରମ୍ଭ କରିଥିଲା କିନ୍ତୁ ତାହାଠାରୁ ଏହି ମିଶନ ବହୁତ ବଡ଼ । ମାର୍ଚ୍ଚ ୨୦୨୪ ସୁଦ୍ଧା ଏହାର କାର୍ଯ୍ୟ ସମାନ୍ତ ହେବ । ୨୦୨୬ ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରିବା ନେଇ ଆଶା କରାଯାଉଛି । ଏହି ମିଶନର ନାଁ ‘ସମୁଦ୍ରଯାନ’ । ଯେଉଁଥିରେ ୩ ଜଣଙ୍କୁ ୬ ହଜାର ମିଟର ସମୁଦ୍ରର ତଳକୁ ପଠାଯିବ । ଭାରତ ଦ୍ୱାରା ପ୍ରସ୍ତୁତ ମାନବ ବୁଡ଼ା ଜାହାଜ ବୈଜ୍ଞାନିକଙ୍କୁ ସିଧା ସଳଖ ତାଙ୍କୁ ନେଇଯିବ । ଏହା ପାତାଳକୁ ଛୁଇଁବା ପରେ ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି । ଗଭୀର ସମୁଦ୍ର ଭିତରେ ଅପରିଷ୍କାର ଉପାଦାନ, ଖଣିଜ ପଦାର୍ଥ ବିଷୟରେ ସୂଚନା ଦେବ । ଏହି ମିଶନ ପାଇଁ ଭାରତକୁ ୪ ହଜାର ୭୭ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ଆକଳନ କରାଯାଇଛି ।

ସୂଚନା ଥାଉ କି, ୨୦୨୧ରେ ମହାସାଗର ମିଶନ ସମୁଦ୍ରଯାନର ଶୁଭାରମ୍ଭ କରିଥିଲା ଭାରତ । ଆମେରିକା, ଋଷ, ଜାପାନ୍, ଚୀନ ଏବଂ ଫ୍ରାନ୍ସ୍ସ ଭଳି ଦେଶ ସହିତ ସାମିଲ ହୋଇ ସାରିଛି ଭାରତ । ଏବେ କିନ୍ତୁ ମେଗା ମହାସାଗର ‘ମିଶନ ସମୁଦ୍ରଯାନ’ ପାଇଁ ପ୍ରସ୍ତୁତ ହେଉଛି ଭାରତ । ଏଥିପାଇଁ ୩ ଜଣ ବିଶେଷଜ୍ଞ ଦଳ ସାମିଲ ହୋଇଛନ୍ତି ।

ମହାସାଗର ବିଶ୍ୱରେ ୭୦ ପ୍ରତିଶତ ଆଚ୍ଛାଦିତ ହୋଇ ରହିଛି । ସବୁଠାରୁ ବଡ଼ କଥା ହେଉଛି ମହାସାଗରର ୯୫ ପ୍ରତିଶତ ଅଜଣା ଅଟେ । ଭାରତ ପାଇଁ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । କାରଣ ଭାରତର ୩ ପାଶ୍ୱକୁ ପାଶ୍ୱକୁ ଘେରି ରହିଛି ସମୁଦ୍ର । ଜନସଂଖ୍ୟାର ୩୦ ପ୍ରତିଶତ କେବଳ ଉପକୂଳବର୍ତ୍ତୀ ଅଞ୍ଚଳରେ ବାସ କରନ୍ତି । ଏହାଛଡ଼ା ମତ୍ସ୍ୟ, ଜଳଚର, ପର୍ଯ୍ୟଟନ, ଜୀବିକା ଏବଂ ବାଣିଜ୍ୟ ନିର୍ଭରଶୀଳ ସମୁଦ୍ର ଉପରେ ।

Get real time updates directly on you device, subscribe now.