ଏସିଆ କପ୍: ସୁପର୍‌-୪ ମୁକାବିଲାରେ ଭାରତର ଦମ୍‌ଦାର ବିଜୟ, ୬ ଓ୍ୱିକେଟ୍‌ରେ ପାକିସ୍ତାନକୁ ଧୂଳି ଚଟାଇଲା ଟିମ୍‌ ଇଣ୍ଡିଆ

ସୁପର -୪ ରାଉଣ୍ଡେର ଭାରତର ମଦାର ବିଜୟ

ଓଡ଼ିଶାଭାସ୍କର: ଭାରତର ଦମଦାର ବିଜୟ । ଟିମ୍ ଇଣ୍ଡିଆର ଛକା, ଚୌକାରେ ଧୂଳିସାତ ହେଲା ପାକିସ୍ତାନ । କାଣ୍ଟେକା ଟକ୍କରରେ ବିଜୟ ହାସଲ କଲା ଭାରତ ।

୧୭୪ ରନ୍ କରି ପାକିସ୍ତାନକୁ ଚିତପଟାଙ୍ଗ କଲା ଭାରତ । ସୁପର -୪ ରାଉଣ୍ଡେର ଭାରତର ପ୍ଲେଇଂ ୧୧ ଦମଦାର ବିଜୟ ।

ପାକିସ୍ତାନ ଏହି ପରାଜୟକୁ କେବେ ଭୁଲିପାରିବେ ନାହିଁ, ଦୁବାଇରେ ଭାରତ ପୁଣି ପରାସ୍ତ କରିଛି । ଅଭିଷେକ ଶର୍ମା ଦମଦାର ପ୍ରଦର୍ଶନ ମ୍ୟାଚକୁ ବିଜୟ ଦିଗକୁ ନେଇଛି ।

୧୮ ଓଭର ୫ ବଲରେ ୧୭୪ ରନ କରି ଜିତିଛି ଭାରତ ।

୨୦୨୫ ଏସିଆ କପର ସୁପର ୪ ରାଉଣ୍ଡରେ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୦ ଓଭରରେ ୫ ୱିକେଟ୍ ହରାଇ ୧୭୧ ରନ୍ କରିଥିଲା। ଜବାବରେ ଟିମ୍ ଇଣ୍ଡିଆ ୭ ବଲ୍ ବାକି ଥାଇ ଲକ୍ଷ୍ୟ ହାସଲ କରିଥିଲା।

ଭାରତ ପକ୍ଷରୁ ଅଭିଷେକ ଶର୍ମା ୩୯ ବଲ୍ ରେ ୭୪ ରନ୍ କରିଥିଲେ, ଯେତେବେଳେ ଶୁଭମନ ଗିଲ୍ ୨୮ ବଲ୍ ରେ ୪୭ ରନ୍ କରିଥିଲେ। ଉଭୟେ ଭାରତର ବିଜୟର ମୂଳଦୁଆ ପକାଇଥିଲେ। ତିଲକ ବର୍ମା ୧୯ ବଲ୍ ରେ ୩୦ ରନ୍ କରି ଅପରାଜିତ ରହିଥିଲେ।

ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ୭ ବଲ୍ ରେ ୭ ରନ୍ କରି ଅପରାଜିତ ରହିଥିଲେ।