fbpx

ଜୁଲାଇ ମାସରେ କନ୍ଦାଇଲା ମହଙ୍ଗା ମାଡ଼: ୧୫ ମାସରେ ସର୍ବୋଚ୍ଚ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ: ଟମାଟର ସମେତ ଅନେକ ଖାଦ୍ୟ ପଦାର୍ଥର ଦାମ୍ ଅହେତୁକ ବୃଦ୍ଧି କାରଣରୁ ଜୁଲାଇ ୨୦୨୩ ରେ ଖୁଚୁରା ମୁଦ୍ରାସ୍ଫୀତି ଲମ୍ବା ଡିଆଁ ମାରି ୭% ପାର୍ କରିଛି । ଜୁଲାଇ ମାସରେ ଖୁୁଚୁରା ମୁଦ୍ରାସ୍ଫୀତି ୭.୪୪% ରହିଛି, ଯାହା ଜୁନ୍ ମାସରେ ୪.୮୧ ପ୍ରତିଶତ ରହିଥିଲା । ଅର୍ଥମନ୍ତ୍ରଳାୟ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ ଗତ ମାସରେ ଖାଦ୍ୟ ପଦାର୍ଥ ଗୁଡ଼ିକର ଦାମ୍ ବିଶେଷ କରି ବୃଦ୍ଧି ପାଇଥିଲା । ଜୁଲାଇରେ ଏହା ୧୧.୫୧% ରହିଥିଲା, ଯାହା ଜୁନ୍ ମାସରେ ୪.୪୯% ଥିଲା । ଅର୍ଥାତ୍ ଗୋଟିଏ ମାସରେ ଖାଦ୍ୟ ପଦାର୍ଥର ଦାମ୍ ଦୁଇଗୁଣା ବଢିଯାଇଥିଲା ।

ଅର୍ଥମନ୍ତ୍ରଳାୟ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ ଗତ ମାସରେ ଖାଦ୍ୟ ପଦାର୍ଥ ଗୁଡ଼ିକର ଦାମ୍ ବିଶେଷ କରି ବୃଦ୍ଧି ପାଇଥିଲା । ଜୁଲାଇରେ ଏହା ୧୧.୫୧% ରହିଥିଲା, ଯାହା ଜୁନ୍ ମାସରେ ୪.୪୯% ଥିଲା । ଅର୍ଥାତ୍ ଗୋଟିଏ ମାସରେ ଖାଦ୍ୟ ପଦାର୍ଥର ଦାମ୍ ଦୁଇଗୁଣା ବଢିଯାଇଥିଲା ।

ପନିପରିବା ମୁଦ୍ରାସ୍ଫୀତି ହାର ଜୁଲାଇ ମାସରେ ୩୭.୩୪ ପ୍ରତିଶତ ଥିଲା, ଯାହା ଜୁନ୍ ୨୦୨୩ ରେ -୦.୯୩ ପ୍ରତିଶତ ଥିଲା। କହିବାକୁ ଗଲେ, ସବୁଜ ପନିପରିବାର ମୁଦ୍ରାସ୍ଫୀତି ହାର ଗୋଟିଏ ମାସରେ ୩୮ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ସେହିଭଳି ଡାଲିର ମୁଦ୍ରାସ୍ଫୀତି ହାର ୧୩.୨୭ ପ୍ରତିଶତ ହୋଇଛି ଯାହା ଜୁନ୍ ମାସରେ ୧୦.୫୩ ପ୍ରତିଶତ ଥିଲା। ମସଲାର ମୁଦ୍ରାସ୍ଫୀତି ହାର ୨୧.୫୩ ପ୍ରତିଶତ ହୋଇଛି ଯାହା ଜୁନ୍ ମାସରେ ୧୯.୧୯ ପ୍ରତିଶତ ଥିଲା। ଦୁଗ୍ଧ ଏବଂ ଆନୁଷଙ୍ଗିକ ଦ୍ରବ୍ୟର ମୁଦ୍ରାସ୍ଫୀତି ହାର ୮.୩୪ ପ୍ରତିଶତ ହୋଇଛି ଯାହା ଜୁନ୍ ମାସରେ ୮.୫୬ ପ୍ରତିଶତ ଥିଲା। ଶସ୍ୟ ଏବଂ ଆନୁଷଙ୍ଗିକ ଦ୍ରବ୍ୟର ମୁଦ୍ରାସ୍ଫୀତି ହାର ୧୩.୦୪ ପ୍ରତିଶତ ହୋଇଛି ଯାହା ଜୁନ୍ ମାସରେ ୧୨.୭୧ ପ୍ରତିଶତ ଥିଲା। ତେଲ ଏବଂ ଚର୍ବିର ମୁଦ୍ରାସ୍ଫୀତି ହାର -୧୬.୮୦ ପ୍ରତିଶତ ହୋଇଛି ଯାହା ଜୁନ୍ ମାସରେ -୧୮.୧୨ ପ୍ରତିଶତ ଥିଲା।

ଗତ ବର୍ଷ ମେ ୨୦୨୨ ରେ ଖୁଚୁରା ମୁଦ୍ରାସ୍ଫୀତି ୭ ପ୍ରତିଶତ ଅତିକ୍ରମ କରିବା ପରେ ଆରବିଆଇ ରେପୋ ରେଟ୍ ବୃଦ୍ଧି କରିବା ଆରମ୍ଭ କରିଥିଲା। ରେପୋ ରେଟ୍ ୪ ପ୍ରତିଶତରୁ ୬.୫୦ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। ମେ ୨୦୨୩ ରେ, ଯେତେବେଳେ ଖୁଚୁରା ମୁଦ୍ରାସ୍ଫୀତି ହାର ୪.୨୫ ପ୍ରତିଶତକୁ ଖସି ଆସିଥିଲା, ସେତେବେଳେ ମହଙ୍ଗା EMI ରୁ ମୁକ୍ତି ପାଇଁ ଆଶା ଥିଲା। କିନ୍ତୁ ଖୁଚୁରା ମୁଦ୍ରାସ୍ଫୀତି ହାର ପୁଣି ୭ ପ୍ରତିଶତ ଅତିକ୍ରମ କଲା ପରେ, ମହଙ୍ଗା EMI ରୁ ମୁକ୍ତି ପାଇବା ଆଶା ବର୍ତ୍ତମାନ ପର୍ଯ୍ୟନ୍ତ ଶେଷ ହୋଇଥିବାର ଦେଖାଯାଉଛି। କାରଣ ମୁଦ୍ରାସ୍ଫୀତି ହାର ଆରବିଆଇର ସହନଶୀଳତା କ୍ଷମତା ଠାରୁ ଅଧିକ ହୋଇଛି।

Get real time updates directly on you device, subscribe now.