fbpx

ଠପ୍ ହୋଇଗଲା ଇଣ୍ଡିଗୋ ସିଷ୍ଟମ; ପୁରା ଦେଶରେ ଫସିଛନ୍ତି ଯାତ୍ରୀ, କ୍ଷମା ମାଗିଲା ଏୟାରଲାଇନ୍ସ

ନୂଆଦିଲ୍ଲୀ: ଶନିବାର ଦିନ ଇଣ୍ଡିଗୋ ଏୟାରଲାଇନ୍ସର ସିଷ୍ଟମ ହଠାତ୍ ଠପ୍ ହୋଇଯାଇଥିଲା ।  ଏହି କାରଣରୁ ଯାତ୍ରୀମାନେ ଦେଶର ବିଭିନ୍ନ ବିମାନବନ୍ଦରରେ ଫସି ରହିଥିବା ଚିତ୍ର ସାମ୍ନାକୁ ଆସିଥିଲା । ଯାତ୍ରୀମାନେ ସହାୟତା ପାଇଁ ଡିଜିସିଏକୁ ନିବେଦନ କରିଥିଲେ । ଏହି ସଙ୍କଟ ଶନିବାର ଦ୍ବିପହର 12.30 ରେ ଆରମ୍ଭ ହୋଇଥିଲା । ଏହି କାରଣରୁ କେବଳ ବିମାନ ଉଡ଼ାଣରେ ସକ୍ଷମ ନୁହଁନ୍ତି ବରଂ ଗ୍ରାଉଣ୍ଡ ସେବା ମଧ୍ୟ ବନ୍ଦ ହୋଇଯାଇଥିଲା । ଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବ୍ଧାର ସମ୍ମୁଖୀନ ହୋଇଥିଲେ । ତେବେ ଏହି ସମସ୍ୟା ପାଇଁ ଇଣ୍ଡିଗୋ ଏୟାରଲାଇନ୍ସ ଯାତ୍ରୀମାନଙ୍କୁ କ୍ଷମା ମାଗିଛି ।

ଅନେକ ଯାତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ସେମାନଙ୍କର ସମସ୍ୟା ବିଷୟରେ ଲେଖିଛନ୍ତି । ବୈଷୟିକ ତ୍ରୁଟି କାରଣରୁ ଯାତ୍ରୀମାନେ ଓ୍ବେବସାଇଟ୍ ଭିଜିଟ କିମ୍ବା ଟିକେଟ ବୁକିଂ ମଧ୍ୟ କରିପାରିନଥିଲେ । ବିଳମ୍ବ ହେତୁ ଯାତ୍ରୀମାନେ ବିମାନବନ୍ଦରରେ ଫସି ରହି ନିରାଶ ହୋଇଛନ୍ତି । ଏନେଇ ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ଯେ, ଆମ ନେଟୱାର୍କରେ ଏକ ଛୋଟ ସମସ୍ୟା ଦେଖାଦେଇଛି । ଏହି କାରଣରୁ, ଇଣ୍ଡିଗୋର ୱେବସାଇଟ୍ ଏବଂ ବୁକିଂ ସିଷ୍ଟମ୍ କାମ କରୁନାହିଁ । ଫଳରେ ଚେକ୍ ଇନ ପାଇଁ ଗ୍ରାହକଙ୍କୁ ଦୀର୍ଘ ସମୟ ଧକି ଅପେକ୍ଷା କରିବାକୁ ପଡୁଛି । ଆପଣଙ୍କର ଅସୁବିଧା ପାଇଁ ଆମେ ଦୁଃଖିତ । ଆମେ ଯଥାଶୀଘ୍ର ପରିସ୍ଥିତିକୁ ସଂଶୋଧନ କରିବୁ ।

ଦେଶର ବୃହତ୍ତମ ବିମାନ ଇଣ୍ଡିଗୋ ଦୈନିକ ପ୍ରାୟ 2000 ଘରୋଇ ଏବଂ ଆନ୍ତର୍ଜାତୀୟ ବିମାନ ଚଳାଚଳ କରିଥାଏ । ଏହି କାରଣରୁ ଏହି ସଙ୍କଟ ବଡ ହୋଇଯାଇଛି । ଜଣେ ଉପଭୋକ୍ତା ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ଇଣ୍ଡିଗୋ ନୂତନ ବିମାନ କିଣୁଛି କିନ୍ତୁ ଗ୍ରାଉଣ୍ଡ ସେବା ବୃଦ୍ଧି ପାଇଁ କିଛି କରିବାକୁ ଚାହୁଁନାହିଁ । ଆମେ ଘଣ୍ଟା ଘଣ୍ଟା ଧରି ଅଟକି ରହିଛୁ ହେଲେ କୌଣସି ପ୍ରକାରେ ସହାୟତା ମିଳୁନାହିଁ । ବୃଦ୍ଧ ଲୋକମାନେ ମଧ୍ୟ ଚିନ୍ତିତ ଅଛନ୍ତି । ଡିଜିସିଏ ଏହା ଉପରେ ତୁରନ୍ତ ପଦକ୍ଷେପ ନେବା ଉଚିତ୍ । ଜଣେ ଯାତ୍ରୀ ବିମାନବନ୍ଦରକୁ ରେଳ ଷ୍ଟେସନ ପରି ବର୍ଣ୍ଣନା କରିଛନ୍ତି ।

Get real time updates directly on you device, subscribe now.