fbpx

ବେପରୁଆ ଭାବେ ବକ୍ସ ଫୋପାଡ଼ିଲେ ଇଣ୍ଡିଗୋ କର୍ମଚାରୀ: ପ୍ରତିକ୍ରିୟା ଦେଲା ଏୟାରଲାଇନ୍ସ

ନୂଆଦିଲ୍ଲୀ: ଇଣ୍ଡିଗୋ କର୍ମଚାରୀମାନେ ପାର୍କିଂ ହୋଇଥିବା କଣ୍ଟେନରରେ ଅତି ବେପରୁଆ ଭାବେ ବକ୍ସ ଫୋପାଡ଼ି ଦେଉଥିବାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଯାହା ବିମାନ ସେବା ପକ୍ଷରୁ ଏକ ପ୍ରତିକ୍ରିୟା ସୃଷ୍ଟି କରିଛି । ଏହି ଛୋଟ ଭିଡିଓଟି ‘ଟ୍ରିପଟୋସ’ ନାମକ ଜଣେ ୟୁଜର ସେୟାର କରିଥିବା ଜଣା ପଡ଼ିଛି ।
ଭିଡିଓ ଟି ଆରମ୍ଭ ହେବା ମାତ୍ରେ ବିମାନ କର୍ମଚାରୀମାନେ ବିମାନରେ ଆସିଥିବା ଦୁଇଟି ଛୋଟ ବ୍ରାଉନ ରଙ୍ଗର ବକ୍ସକୁ ଏକ କଣ୍ଟେନରକୁ ଫୋଫାଡ଼ି ଦେଇଥିବା ଦେଖିବାକୁ ମିଳିଛି । କର୍ମଚାରୀମାନେ ବକ୍ସ ଗୁଡ଼ିକୁ ଉଠାଇ ପାର୍କିଂ ହୋଇଥିବା କଣ୍ଟେନରରେ ଫୋପାଡ଼ି ଦେଇଥିଲେ । କିଛି ସମୟ ପରେ ଏହି କର୍ମଚାରୀମାନେ ଧଳା ରଙ୍ଗର ବକ୍ସ ଗୁଡ଼ିକୁ ମଧ୍ୟ ଫୋପାଡ଼ୁଥିବା ଦେଖିବାକୁ ମିଳିଥିଲା । ଏହି ଭିଡିଓଟି ବୁଧବାର ଟ୍ୱିଟରରେ ସେୟାର କରାଯାଇଥିଲା । ଏବଂ ଏହା ପର ଠାରୁ ଏହି ଭିଡିଓକୁ ୧୪ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି । ତେବେ ଏହି ଭିଡିଓକୁ ପାଖାପାଖି ୪୦୦ରୁ ଅଧିକ ଲାଇକ ମିଳିଛି ।

ଅନ୍ୟପଟେ ଇଣ୍ଡିଗୋ ତୁରନ୍ତ ଏହି ଭିଡିଓର ଉତ୍ତର ଦେଇଥିଲା । କମେଣ୍ଟରେ ଏୟାରଲାଇନ ସ୍ପଷ୍ଟ କରିଥିଲା ଯେ ଯାତ୍ରୀମାନଙ୍କ ଲଗେଜ ସହିତ ଏଭଳି କରାଯାଇ ନାହିଁ । ଏହା ବ୍ୟତୀତ ଭିଡିଓରେ ଦେଖାଯାଇଥିବା ବକ୍ସ ଗୁଡ଼ିକରେ ଅଣ ଭଗ୍ନ କାର୍ଗୋ ରହିଛି ଏବଂ ଏହାକୁ ଭଲ ଭାବେ ପ୍ୟାକେଜ କରାଯାଇଛି । ଯାହା ଦ୍ୱାରା ବକ୍ସ ଭିତରେ ରହିଥିବା ଜିନିଷକୁ କୌଣସି କ୍ଷତି ପହଞ୍ଚିବ ନାହିଁ ବୋଲି ଇଣ୍ଡିଗୋ କମେଣ୍ଟରେ ସ୍ପଷ୍ଟ କରିଛି । ଏୟାରଲାଇନ୍ସ ଟ୍ୱିଟ୍ ମାଧ୍ୟମରେ ଏହା ମଧ୍ୟ କହିଛି ଯେ ‘ଯାତ୍ରୀଙ୍କର ସମସ୍ତ ଲଗେଜ ଆମର ପ୍ରାଥମିକତା ଏବଂ ସେଗୁଡ଼ିକ ଯତ୍ନ ସହକାରେ ସ୍ଥାନାନ୍ତର କରାଯାଇଥାଏ ।’

Get real time updates directly on you device, subscribe now.