fbpx

ଚୋରି କରି ସୁନ୍ଦରୀ ଝିଅଙ୍କ ପଛରେ ଟଙ୍କା ଉଡ଼ାଉଥିଲେ ବୃଦ୍ଧ; ଧରାପଡ଼ିଗଲା କାରନାମା

ଇନ୍ଦୋର: ବଲିଉଡର ଲୋକପ୍ରିୟ ଗୀତ ‘ଦିଲ୍ ତୋ ବଚା ହୈ ଜୀ’ ଆପଣ ନିଶ୍ଚୟ ଶୁଣିଥିବେ। ମଧ୍ୟପ୍ରଦେଶର ଇନ୍ଦୋରରୁ ଧରାପଡ଼ିଥିବା ଜଣେ ବୟସ୍କ ଚୋରଙ୍କ ସହ ଏହି ଗୀତଟି ସମ୍ପୂର୍ଣ୍ଣ ଭାବେ ମେଳ ଖାଉଛି। ଏହି ବୃଦ୍ଧ ବ୍ୟକ୍ତି ଜଣକ ସୁନ୍ଦରୀ ଝିଅମାନଙ୍କ ଉପରେ ଟଙ୍କା ଉଡ଼ାଇବା ପାଇଁ ଚୋରି କରୁଥିଲେ। ବୟସ ୬୨ ହେଲେ ଇଛାଶକ୍ତି ପୁରା ୨୬। ବୃଦ୍ଧ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି ଇନ୍ଦୋର ପୋଲିସ। ଯେଉଁମାନେ କି କେବଳ ସୁନ୍ଦରୀ ଝିଅମାନଙ୍କ ପାଇଁ ଟଙ୍କା ଖର୍ଚ୍ଚ କରିବା ପାଇଁ ଚୋରି କରୁଥିଲେ।

ଅନ୍ନପୂର୍ଣ୍ଣା ଥାନା ଅଞ୍ଚଳରେ ହଠାତ୍ ଚୋରି ଘଟଣା ବଢ଼ିବା ପରେ ପୋଲିସ ଲଗାତାର ଅଭିଯୁକ୍ତଙ୍କୁ ଖୋଜୁଥିବା ବେଳେ ପୋଲିସ ୫୦୦ରୁ ଅଧିକ ସିସିଟିଭି ଫୁଟେଜ୍ ଯାଞ୍ଚ କରି ୬୨ ବର୍ଷୀୟ ମୁକେଶ ଓ ୪୦ ବର୍ଷୀୟ ଅଜୟ ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଚୋରି ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ମହିଳାଙ୍କ ସହ ବନ୍ଧୁତା ହେତୁ ତାଙ୍କର ଖର୍ଚ୍ଚ ବଢିଯାଇଥିଲା। ଏବଂ ସେହିସବୁ ଖର୍ଚ୍ଚକୁ ମେଣ୍ଟାଇବା ପାଇଁ ସେମାନେ ଚୋରି କରୁଥିଲେ।

ସେମାନଙ୍କ ମୋବାଇଲରୁ ଅନେକ ମହିଳାଙ୍କ ଫୋନ୍ ନମ୍ବର ଓ ଫଟୋ ମଧ୍ୟ ପୋଲିସ ପାଇଛି। ପୋଲିସ ଏହି ଫୋନ୍ ନମ୍ବର ଓ ଫଟୋଯାଞ୍ଚ କରୁଛି। ସେପଟେ ଏହି ଘଟଣାକୁ ନେଇ ଡିସିପି ଋଷିକେଶ ମୀନା କହିଛନ୍ତି ଯେ ପଚରାଉଚରା ବେଳେ ଅଭିଯୁକ୍ତମାନେ କହିଥିଲେ ଯେ ସେମାନେ ଅଟୋ ରିକ୍ସା ଚଳାଇ ରୋଜଗାର କରନ୍ତି ଏବଂ ପରେ ଚୋରି କରନ୍ତି। ସେମାଙ୍କୁ ପଚରାଉଚରା କରିବା ପରେ ଆହୁରି ଅନେକ ଚୋରି ଘଟଣା ସାମ୍ନାକୁ ଆସିଛି। ଏହି ବୟସରେ ଏତେ ଘଟଣା ଘଟାଇବାକୁ ନେଇ ପୋଲିସର ଚିନ୍ତା ବଢ଼ିଯାଇଛି।

Get real time updates directly on you device, subscribe now.