କ୍ରାଇମ୍ ପେଟ୍ରୋଲ ଦେଖି ପ୍ରେମିକକୁ ହତ୍ୟା; ଘରକୁ ଡାକି ନିର୍ଦ୍ଧୁମ ପିଟିଲା, ପଥରରେ ମୁହଁକୁ ଛେଚିଲା, ପ୍ରାଇଭେଟ ପାର୍ଟକୁ କାଟିଦେଲା

ଇନ୍ଦୋରରେ ଜଣେ ମହିଳା ତାଙ୍କ ପ୍ରେମିକଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି, ମହିଳା ଜଣକ କ୍ରାଇମ୍ ପେଟ୍ରୋଲର 50 ଏପିସୋଡ୍ ଦେଖିବା ପରେ ଏହି ହତ୍ୟା କରିଛନ୍ତି ।

ମଧ୍ୟପ୍ରଦେଶ: ଇନ୍ଦୋରରେ ଜଣେ ମହିଳା ତାଙ୍କ ପ୍ରେମିକଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି । ମହିଳା ଜଣକ ଅନ୍ୟ କାହାକୁ ବିବାହ କରିଥିଲେ। କିନ୍ତୁ ପ୍ରେମିକ ବାରମ୍ବାର ମହିଳାଙ୍କୁ ଭେଟିବାକୁ ଜିଦ୍ କରୁଥିଲା ଏବଂ ତାଙ୍କର ଅଶ୍ଳୀଳ ଫଟୋ ଏବଂ ଭିଡିଓ ଭାଇରାଲ କରିବାକୁ ଧମକ ଦେଉଥିଲା।

ଶେଷରେ ମହିଳା ଜଣକ ତାଙ୍କ ବାପା, ଭାଇ ଏବଂ ଭଣଜାଙ୍କ ସହିତ ମିଶି ପ୍ରେମିକକୁ ହତ୍ୟା କରିଛନ୍ତି। କେବଳ ଏତିକି ନୁହେଁ, ଅଭିଯୁକ୍ତ ମୃତକଙ୍କ ମୁହଁକୁ ପଥରରେ ଛେଚି ତାଙ୍କ ଗୁପ୍ତାଙ୍ଗକୁ ମଧ୍ୟ କାଟିଦେଇଛନ୍ତି। ଏହାପରେ ଏକ ନିର୍ଜନ ସ୍ଥାନରେ ମୃତଦେହକୁ ପକାଇ ଚାଲିଯାଇଥିଲେ ମହିଳା । କିନ୍ତୁ ପୋଲିସ ଘଟଣାର ପର୍ଦ୍ଦାଫାସ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ମହିଳା ଜଣକ ଉତ୍ତର ପ୍ରଦେଶର ଜାଲୌନ ଜିଲ୍ଲାର ବାସିନ୍ଦା। ତାଙ୍କ ପ୍ରେମିକ, ମୃତ ସଞ୍ଜୟ ମଧ୍ୟ ଜାଲୌନର ବାସିନ୍ଦା ଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା, କିନ୍ତୁ ମହିଳା ଜଣକ ଇନ୍ଦୋରର ଜଣେ ଯୁବକଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହ ପରେ ମଧ୍ୟ, ମହିଳାଙ୍କ ସଞ୍ଜୟ ସହିତ ସମ୍ପର୍କ ଜାରି ରହିଥିଲା। ସେମାନେ ଉଭୟ ପରସ୍ପର ସହିତ କଥାବାର୍ତ୍ତା ଏବଂ ସାକ୍ଷାତ କରି ଚାଲିଥିଲେ । କିନ୍ତୁ ମହିଳାଙ୍କ ବାପା ମୁନ୍ନା ଲାଲ ଯାଦବ ଏବଂ ଭାଇ ରୋହିତ, ଭଣଜା ଶୁଭମ ଦିନେ ମହିଳା ଏବଂ ସଞ୍ଜୟ ବିଷୟରେ ଜାଣିବାକୁ ପାଇଲେ।

ମହିଳାଙ୍କ ବାପା, ଭାଇ ଏବଂ ଭଣଜା ତାଙ୍କୁ ସଞ୍ଜୟଙ୍କ ସହ କଥା ହେବାକୁ ବାରଣ କରିଥିଲେ। ଯେଷରେ ମହିଳା ପରିବାରର କଥାରେ ରାଜି ହୋଇଥିଲେ। କିନ୍ତୁ ସଞ୍ଜୟ ଲଗାତାର ମହିଳାଙ୍କୁ ଭେଟିବା ପାଇଁ ଡାକୁଥିଲେ। ଶେଷରେ ମହିଳା ଜଣକ ସଞ୍ଜୟଙ୍କୁ ତାଙ୍କ ଘରକୁ ଡାକି ନୃଶଂସ ଭାବରେ ତାର ହତ୍ୟା କରିଥିଲେ।

କ୍ରାଇମ୍ ପେଟ୍ରୋଲର 50 ଏପିସୋଡ୍ ଦେଖିବା ପରେ ହତ୍ୟା

ମହିଳା ପୋଲିସକୁ କହିଛନ୍ତି ଯେ, ସେ ସଞ୍ଜୟଙ୍କୁ ହତ୍ୟା କରିବା ପୂର୍ବରୁ କ୍ରାଇମ୍ ପେଟ୍ରୋଲର 50 ରୁ ଅଧିକ ଏପରି ଏପିସୋଡ୍ ଦେଖିଥିଲେ ଏବଂ ତା’ପରେ ତାଙ୍କ ବାପା, ଭାଇ ଏବଂ ଭଣଜାଙ୍କ ସହିତ ମିଶି ସଞ୍ଜୟକୁ ହତ୍ୟା କରିଥିଲେ ।