fbpx

ବଢୁଛି ସଂକ୍ରମଣ, ଭାରତରେ ଆଉ ଜଣେ ମଙ୍କିପକ୍ସ ଚିହ୍ନଟ: ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ବୃଦ୍ଧି ପାଉଛି ମଙ୍କିପକ୍ସ ସଂକ୍ରମଣ । ଦେଶରେ ଆଉ ଜଣେ ମଙ୍କିପକ୍ସ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏ ନେଇ ସରକାରଙ୍‌କ ତରଫରୁ ସ୍ପଷ୍ଟ ହୋଇଛି । ତେବେ ଏହି ବ୍ୟକ୍ତି ଜଣକ ଆଇସୋଲେଟେଡ ଥିବା ବେଳେ ଏହା ଷ୍ଟ୍ରେନ୍ ଅପେକ୍ଷା ଭିନ୍ନ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି ସରକାର । ତେବେ ଏ ନେଇ ହେଲ୍‌ଥ ଇମରଜେନ୍ସି ଜାରି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଅନ୍ୟ ଦେଶରୁ ଭାରତକୁ ଆସିଥିବା ବେଳେ ଏହି ବ୍ୟକ୍ତି ଜଣକ ମଙ୍କିପକ୍ସରେ ସଂକ୍ରମିତ ହୋଇଛନ୍ତି ।

ମଙ୍କିପକ୍ସ ସଂକ୍ରମଣର ଶିକାର ହୋଇଥିବା ଦେଶରୁ ଭାରତକୁ ଆସିଥିଲେ । ତେବେ ଭାରତ ଆସିବା ପରେ ମଙ୍କିପକ୍ସ ସଂକ୍ରମଣ ସନ୍ଦେହରେ ଏକ ହସ୍ପିଟାଲରେ ସେ ଆଇସୋଲେସନରେ ରହିଥିଲେ । ବର୍ତ୍ତମାନ ଆଇସୋଲେସନରେ ରହିଥିବା ଏହି ବ୍ୟକ୍ତି ଜଣକ ‘ଟ୍ରାଭେଲ ରିଲେଟେଡ ଇନଫେକ୍ସନ’ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏହାପୂର୍ବରୁ ଚିହ୍ନଟ ହୋଇଥିବା ମଙ୍କିପକ୍ସ ସଂକ୍ରମିତ ମଧ୍ୟ ଟ୍ରାଭେଲ ରିଲେଟେଡ ଇନଫେକ୍ସନ ବୋଲି ଜଣାଯାଇଛି । ଲାବୋରେଟୋରୀ ପରୀକ୍ଷଣରେ ରୋଗୀଙ୍କ ଦେହରେ ପଶ୍ଚିମ ଆଫ୍ରିକୀୟ କ୍ଲେଡ୍ ୨ ମଙ୍କିପକ୍ସ ଭାଇରସ୍ ଥିବା ସ୍ପଷ୍ଟ ହୋଇଛି । ଜୁଲାଇ ୨୦୨୨ ରୁ ଚିହ୍ନଟ ହୋଇଥିବା ୩୦ ସଂକ୍ରମିତଙ୍କ ମଧ୍ୟରୁ ଏହି ମାମଲା ଖୁବ ଭିନ୍ନ ଏବଂ ଏହା ବର୍ତ୍ତମାନର ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତିର ଅଂଶ ନୁହେଁ ବୋଲି କହିଛି ମନ୍ତ୍ରଣାଳୟ ।

ଏଥିରେ କୁହାଯାଇଛି ଯେ ମଙ୍କିପକ୍ସ ସଂକ୍ରମିତ ବ୍ୟକ୍ତି ବର୍ତ୍ତମାନ ସ୍ୱତନ୍ତ୍ର ଭାବରେ ଆଇସୋଲେସନରେ ରଖାଯାଇଛି । ରୋଗୀଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ସ୍ପଷ୍ଟ କରିଛି ମନ୍ତ୍ରଣାଳୟ । ଏହି ମାମଲା ପୂର୍ବର ବିପଦ ମୂଲ୍ୟାଙ୍କନ ସହିତ ସମାନ ଏବଂ ପ୍ରତିଷ୍ଠିତ ପ୍ରୋଟୋକଲ ଅନୁଯାୟୀ ପରିଚାଳନା ଜାରି ରହିଛି । ପରିସ୍ଥିତିକୁ ସୁନିଶ୍ଚିତ କରିବା ପାଇଁ ଯୋଗାଯୋଗ ଟ୍ରାକିଂ ଏବଂ ମନିଟରିଂ ସହିତ ଜନସ୍ୱାସ୍ଥ୍ୟ ପଦକ୍ଷେପ ସକ୍ରିୟ ରହିଛି । ଏହି ସମୟରେ ଜନସାଧାରଣଙ୍କ ପାଇଁ ବ୍ୟାପକ ବିପଦ ହେବାର ସୂଚନା ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

Get real time updates directly on you device, subscribe now.