fbpx
BJD SKY
BJD SKY

ଡିଜିଟାଲ୍ ପ୍ଲାଟଫର୍ମକୁ I&B ଦେଲା ଦୁଇ ସପ୍ତାହର ମହଲତ

BJD

ନୂଆଦିଲ୍ଲୀ: ନ୍ୟୁଜ୍ ୱେବସାଇଟ୍ ଓ ଓଟିଟି ପ୍ଲାଟଫର୍ମ ସମେତ ଡିଜିଟାଲ୍ ମିଡିଆ ପବ୍ଲିଶର୍ସଙ୍କୁ କେନ୍ଦ୍ର ସରକାର ଦେଇଛନ୍ତି ଦୁଇ ସପ୍ତାହର ମହଲତ । ଏହି ୧୫ ଦିନ ମଧ୍ୟରେ ସରକାରଙ୍କ ନିକଟରେ ସମସ୍ତ ଆବଶ୍ୟକୀୟ ତଥ୍ୟ ଦାଖଲ କରିବାକୁ ହେବ । ଏହା ମଧ୍ୟରେ କେତେକ ଡିଜିଟାଲ୍ ମିଡିଆ ପବ୍ଲିଶର୍ସଙ୍କୁ ଇ-ମେଲ୍ ଜରିଆରେ   ତଥ୍ୟ ପ୍ରଦାନ ପାଇଁ ମଧ୍ୟ କୁହାଯାଇଥିବା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କୁହଯାଇଛି ।

ବିଭାଗୀୟ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଛନ୍ତି ଯେ ଗତ ଫେବ୍ରୁଆରି ୨୫ରେ କେନ୍ଦ୍ର ସରକାର ନୂଆ ନିୟମ ଲାଗୁ କରିଥିଲେ । ସୋସିଆଲ୍ ମିଡିଆ, ଡିଜିଟାଲ୍ ନିଉଜ୍ ମିଡିଆ ସମେତ ଓଟିଟି ପ୍ଲାଟଫର୍ମକୁ ଉତ୍ତମ ଭାବେ ସଞ୍ଚାଳନ କରିବା ନେଇ ଏଭଳି ନିୟମ ପ୍ରଣୟନ କରାଯାଇଥିଲା । ଏଥିସହ ୩ ମାସ ମଧ୍ୟରେ ଆବଶ୍ୟକ ପ୍ରମାଣପତ୍ର ପ୍ରଦାନ କରିବାକୁ କୁହାଯାଇଥିଲା । କିନ୍ତୁ ଏହାରି ମଧ୍ୟରେ ୩ ମାସ ଅବଧି ପୂରଣ ହୋଇଯାଇଥିଲେ ମଧ୍ୟ ଡିଜିଟାଲ୍ ମିଡିଆ ପବ୍ଲିଶର୍ସମାନେ ନିଜ ସଂସ୍ଥା ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିନାହାନ୍ତି । ଫଳରେ ମନ୍ତ୍ରଣାଳୟ ପକ୍ଷରୁ ନିୟମ ଆଧାର ଅନ୍ତର୍ଗତ ୧୫ ଦିନର ଅତିରିକ୍ତ ସମୟ ପ୍ରଦାନ କରାଯାଇଛି ।

ଅନ୍ୟପକ୍ଷରେ ନୂଆ ନିୟମକୁ ନେଇ ବିଭିନ୍ନ ସୋସିଆଲ୍ ମିଡିଆ ସଂସ୍ଥା ପକ୍ଷରୁ ଆପତ୍ତି ଅଭିଯୋଗ ଉଠିଥିଲା । ଫଳରେ ସରକାର ଓ ସମ୍ପୃକ୍ତ ସଂସ୍ଥାମାନଙ୍କୁ ନେଇ ବିବାଦ ଘନେଇଥିଲା । ଏପରିକି ତ୍ୱରିତ୍ ବାର୍ତ୍ତାଳପ ସୁବିଧା ପ୍ରଦାନ କରାଉଥିବା ହ୍ୱାଟ୍ସଅପ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଏହି ନୂଆ ନିୟମ ବ୍ୟକ୍ତିର ଗୋପନୀୟତାର ଉଲ୍ଲଂଘନ ବୋଲି ମଧ୍ୟ ଅଭିଯୋଗ ହୋଇଥିଲା । ତେବେ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ଯେ ସରକାର ସମସ୍ତ ନାଗରିକଙ୍କୁ ବ୍ୟକ୍ତିଗତ ଗୋପନୀୟତା ପ୍ରତି ଖୁବ୍ ସତର୍କ ରହିଛନ୍ତି । ବରଂ ନୂଆ ନିୟମ ଲାଗୁ ହେଲେ ସୋସିଆଲ୍ ମିଡିଆର ଅପବ୍ୟବହାରକୁ ସହଜରେ ରୋକାଯାଇପାରିବ ।

Get real time updates directly on you device, subscribe now.