fbpx
BSKY
BJD MC SKY
BJD MS SKY

ଦେଶର ସବୁ ଜେଲ୍ ଖାଲି, ନାହାନ୍ତି ଜଣେ ବି କଏଦୀ, ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ: ସାଧାରଣତଃ ଆମେ ମାନିଥାଉ ଯେ, ଦୁନିଆର ଏପରି କୌଣସି ଦେଶ ନାହିଁ ଯେଉଁଠାରେ କଏଦୀ ନଥିବେ । ହେଲେ ଆମକୁ ଭୁଲ୍ ପ୍ରମାଣିତ କରିଛି ନେଦରଲ୍ୟାଣ୍ଡ । ନେଦରଲ୍ୟାଣ୍ଡ ଦେଶ ଦେଖିବାକୁ ଖୁବ୍ ସୁନ୍ଦର । ଏହି ଦେଶକୁ ଦୁନିଆର ସବୁଠାରୁ ସୁନ୍ଦର ଦେଶ ମଧ୍ୟରେ ଏହାକୁ ଗଣାଯାଇଥାଏ । ପ୍ରତ୍ୟେକ ବ୍ୟକ୍ତି କେବେ ନା କେବେ ଏହି ଦେଶକୁ ବୁଲିବାକୁ ଯିବାକୁ ଏକ ସ୍ୱପ୍ନ ଦେଖିଥାନ୍ତି । ହେଲେ ଏହି ଦେଶ ନିଜ ସୁନ୍ଦରତା ସହିତ ଆଉ ଏକ କାରଣରୁ ମଧ୍ୟ ଚର୍ଚ୍ଚାରେ ରହିଛି । ଯେଉଁଠାରେ ଅନ୍ୟାନ୍ୟ ଦେଶ ସେମାନଙ୍କର ଅପରାଧ ହାର କମାଇବାକୁ ନେଇ ଚିନ୍ତିତ ଥିବା ବେଳେ ନେଦରଲ୍ୟାଣ୍ଡରେ ଅପରାଧ ହାର ଏତେ ପରିମାଣରେ କମ୍ ଯେ, ସେଠାରେ ପ୍ରାୟ ସବୁ ଜେଲ୍ ଖାଲି ପଡିଛି । ଏପରିକି ଅନେକ ଜେଲ୍ କୁ ଅପରାଧି ନଥିବା କାରଣରୁ ବନ୍ଦ କରିଦିଆଯାଇଛି ।

ଅନ୍ୟ ଦେଶମାନଙ୍କ ପାଇଁ ଏହି ଦେଶ ହେଉଛି ଏକ ଉଦାହରଣ । ୨୦୧୩ ମସିହାରେ ଜେଲ୍ ଗୁଡିକୁ ବନ୍ଦ କରାଯିବା ଆରମ୍ଭ ହୋଇଥିଲା । ଏଥିସହିତ ୨୦୧୯ରେ ମଧ୍ୟ ଏଠାରେ କିଛି ଜେଲ୍ କୁ ବନ୍ଦ କରିଦିଆଯାଇଥିଲା । ଏପରିକି କିଛି ଜେଲ୍ କୁ ଶରଣାର୍ଥୀ ମାନଙ୍କ ପାଇଁ ସ୍ଥାୟୀ ଆବାସରେ ପରିଣତ କରାଯାଇଥିଲା । ତେବେ ନେଦରଲ୍ୟାଣ୍ଡ ଏପରି କଣ କରୁଛି ଯଦ୍ୱାରା ସେଠାରେ ଅପରାଧି ସଂଖ୍ୟା ଏତେ ପରିମାଣରେ କମ୍ ରହିଛି ।

ଫୋକସ୍ କରାଗଲା କଏଦୀଙ୍କ ମାନସିକ ସ୍ୱାସ୍ଥ୍ୟ

ନେଦରଲ୍ୟାଣ୍ଡରେ ଡଚ୍ ଜଷ୍ଟିସ୍ ସିଷ୍ଟମ୍ ଅଧୀନରେ ମାନସିକ ରୋଗରେ ଗ୍ରସ୍ତ କଏଦୀ ମାନଙ୍କ ଉପରେ ବିଶେଷ ଧ୍ୟାନ ଦିଆଗଲା । ଏହି ଦେଶରେ କଏଦୀକୁ ଦଣ୍ଡ ଦେବା ପରିବର୍ତ୍ତେ ବୁଝାଇବା ଏବଂ ତାକୁ ପ୍ରତିରୋଧ ଉପରେ ଅଧିକ ଫୋକସ୍ କରାଯାଏ । ଯିଏ ବି ଅପରାଧ କରେ ତାଙ୍କୁ ଜୋରିମାନା ଦେବାକୁ ପଡେ ଏବଂ ସାଇକୋଲୋଜିଷ୍ଟଙ୍କ ପରିଚାଳିତ ପୁର୍ନସ୍ଥାପିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପଡିଥାଏ । ଯେଉଁ କଏଦୀ ଅନେକ ବର୍ଷ ପର୍ଯ୍ୟନ୍ତ ଜେଲରେ ରହିଥାନ୍ତି ସେମାନଙ୍କ ସଜ୍ଜାକୁ କମ୍ କରିଦିଆଯାଇଥାଏ ।

ଏଠାରେ କଏଦୀ ମାନଙ୍କ ଖୁବ୍ ଭଲ ଭାବରେ ଯତ୍ନ ନିଆଯାଇଥାଏ । ସେମାନଙ୍କ ସହିତ ବ୍ୟବହାର ମଧ୍ୟ ଖୁବ୍ ଭଲ ଢ଼ଙ୍ଗରେ କରାଯାଏ । ଏଠାକାର ଜେଲ୍ ଗୁଡିକ ଖାଲି ପଡୁଥିବାରୁ ପଡୋଶୀ ଦେଶ ନରୱେରୁ କଏଦୀ ପଠାଯାଏ । କାରଣ ନରୱେରେ ଅପରାଧ ହାର ଖୁବ୍ ଅଧିକ ।

Get real time updates directly on you device, subscribe now.