fbpx

୧୨୦୦ ଟଙ୍କାରେ ମିଳିବ ବ୍ଲାକ ଫଙ୍ଗସ ଔଷଧ

ନୂଆଦିଲ୍ଲୀ: କରୋନା ମହାମାରୀ ପରେ ଏବେ ଦେଶରେ ବ୍ଲାକ ଫଙ୍ଗସର ବଢୁଥିବା ମାମଲାକୁ ସମସ୍ୟା ସୃଷ୍ଟି କରିଛି । ସରକାର ଏହାକୁ ରୋକିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଏହାରି ମଧ୍ୟରେ ଏକ ଉତ୍ସାହଜନକ ଖବର ସାମ୍ନାକୁ ଆସିଛି । ମହାରାଷ୍ଟ୍ରର ୱର୍ଧା ସହରରେ ଥିବା ଜେନେଟିକ ଲାଇଫ ସାଇନ୍ସ କମ୍ପାନୀ ବ୍ଲାକଫଙ୍ଗସ ପାଇଁ ବ୍ୟବହୃତ ହେଉଥିବା ଔଷଧ Amphotericin-B ଔଷଧ ଇଞ୍ଜେକସନର ନିର୍ମାଣ ଆରମ୍ଭ କରିଛି ।

କେନ୍ଦ୍ର ମନ୍ତ୍ରୀ ନିତୀନ ଗଡ଼କରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି ଏହି ଔଷଧର ଦାମ ୧୨୦୦ ଟଙ୍କା ପ୍ରତି ଶିଶି ରହିବ । ଏହି ଔଷଧ ବିତରଣ ସୋମବାର ୩୧ ମେ ଠାରୁ ଆରମ୍ଭ ହେବାକୁ ନିଷ୍ପତ୍ତି ହୋଇଛି । ଏପର୍ଯ୍ୟନ୍ତ କେବଳ ଗୋଟିଏ କମ୍ପାନୀ Amphotericin-B ଔଷଧ ଉତ୍ପାଦନ କରୁଥିଲା ମାତ୍ର ଏବେ ଏହାର ଅଭାବକୁ ଦେଖି କେନ୍ଦ୍ର ସରକାର ଆଉ ପାଞ୍ଚଟି କମ୍ପାନୀକୁ ଏହି ଔଷଧ ପ୍ରସ୍ତୁତ କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି ।

Get real time updates directly on you device, subscribe now.