fbpx

ବେଦି ପରିକ୍ରମାବେଳେ ହଠାତ୍ ଟଳି ପଡ଼ିଲେ ନବବଧୂ, ଆଉ ତା’ ପରେ…

ଉତ୍ତର ପ୍ରଦେଶ: ସରିଥିଲା ବାହାଘର । ବରମାଳା ପିନ୍ଧାଇଥିଲେ ପରସ୍ପର । ହାତଗଣ୍ଠି ମଧ୍ୟ ଫିଟିସାରିଥିଲା ଏବଂ ଆଉ କିଛି ସମୟ ପରେ ସରିଥାନ୍ତା ବାହାଘର ସମସ୍ତ ରୀତିନୀତି । କିନ୍ତୁ ବିଧାତାର ବିଧାନ କିଛି ଅଲଗା ଥିଲା । ବେଦି ଚାରିପଟେ ନବଦମ୍ପତି ପରିକ୍ରମା କରିବାବେଳେ ହୃଦଘାତରେ ଚାଲିଗଲା କନ୍ୟାର ଜୀବନ । ଏଭଳି ଏକ ଅଭାବନୀୟ ଘଟଣାକୁ ନେଇ ସବୁରି ମହଲରେ ଶୋକ ଖେଳି ଯାଇଛି ।

ଯେଉଁଠାରେ ଖୁବ୍ ହସଖୁସିରେ ହେଉଥିଲା ବାହାଘର, ସେଇଠି କିଛି ସମୟ ମଧ୍ୟରେ ଶୋକ ଖେଳି ଯାଇଥିଲା । ବାହାଘରର ସମସ୍ତ ବିଧି ବିଧାନ ଶେଷ ହୋଇସାରିଥିଲା । ବାକିଥିଲା କେବଳ ବେଦି ପରିକ୍ରମା କାର୍ଯ୍ୟକ୍ରମ । ତେବେ ଉକ୍ତ ରୀତି ପାଳନ ହେଉଥିବା ସମୟରେ ହଠାତ୍ ଚେତାଶୂନ୍ୟ ହୋଇଗଲେ କନ୍ୟା । ପରିବାର ଲୋକେ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଯାଇଥିଲେ । କିନ୍ତୁ ହୃଦଘାତ୍ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଯାଇଥିବା ସେଠାରେ ଡାକ୍ତର ଘୋଷଣା କରିଥିଲେ । ଏଭଳି ଅଭାବନୀୟ ମୃତ୍ୟୁକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ସମସ୍ତେ ଦୁଃଖ ପ୍ରକାଶ କରିଥିଲେ ଓ ସମ୍ପୃକ୍ତ ପରିବାରକକୁ ସମବେଦନା ଜଣାଇଥିଲେ ।

କିନ୍ତୁ ଏହାରି ମଧ୍ୟରେ ଉଭୟ ପକ୍ଷର ସହମତି କ୍ରମେ ମୃତ କନ୍ୟାର ସାନ ଭଉଣୀଙ୍କ ସହ ବରର ବିବାହ ହୋଇଥିଲା । ଆଉ ପୁନଃ ବିବାହ କାର୍ଯ୍ୟ ସରିବା ପରେ ଆଖି ବୁଜିଥିବା କନ୍ୟାର ଅନ୍ତିମ ସଂସ୍କାର କରାଯାଇଥିଲା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଇତୱାରେ ।

Get real time updates directly on you device, subscribe now.