fbpx

ପାଣିପାଗ ବିଭାଗର ସୂଚନା: ୧୩ରୁ ଅସମ୍ଭାଳ ତାତି, ୧୮ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମଲହରୀ

ଭୁବନେଶ୍ୱର: ସାରା ରାଜ୍ୟକୁ କଲବଲ କରୁଛି ତାତି। ଅସହ୍ୟ ଗୁଳୁଗୁଳିର ପ୍ରକୋପରେ ଛଟପଟ ହେଉଛନ୍ତି ରାଜ୍ୟବାସୀ। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ତାତିର ପ୍ରଭାବ ବେଶ ଅନୁଭୂତ ହେଉଛି। ତାତିର ଏଭଳି ପ୍ରକୋପ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ପୁନର୍ବାର ୧୩ରୁ ପୁଣି ଅସମ୍ଭାଳ ତାତି ଅନୁଭୂତ ହେବ। ଏପରିକି ତାପମାତ୍ରା ବହୁ ସହରରେ ୪୦ ଡିଗ୍ରୀ ଉପରେ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସକାଳ ଆରମ୍ଭ ହେବା ମାତ୍ରେ ସୂର୍ଯ୍ୟଙ୍କ ପ୍ରକୋପ ଦେଖିବାକୁ ମିଳିଛି ।

ଅସହ୍ୟ ଗରମ ଓ ଗୁଳୁଗୁଳିରେ ଦେହରୁ ଝାଳ ବୋହି ଯାଉଛି। ଘରେ ବାହାରେ ସବୁଠି ତାତିର ପ୍ରକୋପ ଦେଖିବାକୁ ମିଳୁଛି । ଓଡ଼ିଶା ଉପରୁ ବାତ୍ୟା ଭୟ ଟଳିଛି ସିନା ହେଲେ ତାତିର ପ୍ରକୋପ କମିବାର ନାଁ ନେଉନାହିଁ। ପାଣିପାଗ ବିଶେଷଜ୍ଞ କହୁଛନ୍ତି ଯେ ୧୪ରୁ ଅସହ୍ୟ ତାତି ଅନୁଭୂତ ହେବ। ଏହା ୧୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଅନ୍ୟପକ୍ଷରେ ତାତିର ପ୍ରକୋପକୁ ଆଖି ଆଗରେ ରଖି ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି । ଦିନ ୧୧ଟାରୁ ୩ଟା ଯାଏଁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।

ଅନ୍ୟପକ୍ଷରେ ରାଜ୍ୟର ୮ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ଥିବା ନେଇ ବିଭାଗ ସୂଚନା ଦେଇଛି। ଏନେଇ ଗଞ୍ଜାମ, ଗଜପତି, କେନ୍ଦୁଝର, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ ଯାଜପୁରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏବେବି କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ଜାରି ରହିଛି।

Get real time updates directly on you device, subscribe now.