fbpx

କର୍ମଚାରୀଙ୍କ ଦରମା ବୃଦ୍ଧିକୁ ସ୍ଥଗିତ ରଖିଲା ଇନଫୋସିସ୍

ନୂଆଦିଲ୍ଲୀ: ଭାରତର ପ୍ରମୁଖ ଆଟି କମ୍ପାନୀ ଇନଫୋସିସ୍ ଏହାର ସିନିୟର ମ୍ୟାମେଜମେଣ୍ଟ ସ୍ତର ତଳେ ଥିବା କର୍ମଚାରୀଙ୍କ ଦରମା ବୃଦ୍ଧିକୁ ସ୍ଥଗିତ ରଖିଛି। ଯାହାକୁ ନେଇ ମନିକଣ୍ଟ୍ରୋଲ ଏକ ରିପୋର୍ଟ କରିଛି। ପ୍ରତିବର୍ଷ ଏପ୍ରିଲ ମାସରୁ କର୍ମଚାରୀ ମାନଙ୍କୁ ନୂତନ ମିଳିଥାଏ। ରିପୋର୍ଟରେ କୁହାଯାଇଛି ଯେ କମ୍ପାନୀର ଅନେକ କର୍ମଚାରୀଙ୍କ କହିବା ଅନୁସାରେ ଦରମା ବୃଦ୍ଧି ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଅନେକ କର୍ମଚାରୀଙ୍କର ସଂସୋଧିତ ଦରମା ଏପର୍ଯ୍ୟନ୍ତ ପାଇ ନାହାଁନ୍ତି। ଯାହା ସାଧାରଣତଃ ଆର୍ଥିକ ବର୍ଷର ପ୍ରଥମ ମାସରେ ଆସିଥାଏ।

ତେବେ ରିପୋର୍ଟରେ ଦର୍ଶାଯାଇଛି ଯେ ବର୍ତ୍ତମାନ ବୈଶ୍ୱିକ ସ୍ତରରେ ଦେଖା ଦେଇଥିବା କାରଣରୁ କମ୍ପାନୀକୁ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡୁଛି। ୨୦୨୦ ପରେ ଏହା ପ୍ରଥମ ଘଟଣା ଯେଉଁଥିରେ ଇନଫୋସିସ୍ ଦରମା ବୃଦ୍ଧିକୁ ସ୍ତଗିତ ରଖିଛି। ତେବେ ୨୦୨୦ ରେ କୋରନା ମହାମାରୀ କାରଣରୁ କମ୍ପାନୀ ଦରମା ବୃଦ୍ଧିକୁ ସ୍ତଗିତ ରଖିଥିଲା। ଏହାପରେ ପରିସ୍ଥିତି ନିୟନ୍ତ୍ରଣ କୁ ଆସିବା ପରେ ପୂର୍ବ ବର୍ଷ ଜାନୁଆରିରେ ଏହାକୁ କାର୍ଯ୍ୟକାରୀ କରାଇଥିଲା।

ଏହା ମଧ୍ୟ କୁହାଯାଇଛି ଯେ ଜୁଲାଇ୨୦ରେ ଇନଫୋସିସ୍ ଏହାର ତ୍ରୟୋମାସିକ ଫଳାଫଳ ପ୍ରକାଶ କରିବାକୁ ସ୍ଥିର କରିଛି। ଚଳିତ ଆର୍ଥିକ ବର୍ଷରେ ଇନଫୋସିସର ୪% ରୁ ୭% ପର୍ଯ୍ୟନ୍ତ ରାଜସ୍ୱ ବୃଦ୍ଧି ଘଟିଛି ଯାହା ଦର୍ଶଉଛି ଯେ ୨୦୧୮ ଆର୍ଥିକ ବର୍ଷ ପରେ ପ୍ରଥମ ଥର ପାଇଁ କମ୍ପାନୀର ରାଜସ୍ୱ ହ୍ରାସ ପାଇଛି। ୨୦୨୩ ଆର୍ଥିକ ବର୍ଷର ଶେଷ ତ୍ରୈମାସିକରେ ଇନଫୋସିସ୍ ଏହାର ପରିବର୍ତ୍ତନ ପେଆଉଟରେ ୬୦ ପ୍ରତିଶତ ହ୍ରାସ କରିଛି। ଯାହାକି ଫାଇନାଲ ଭାରିଏବୁଲ ପେଆଉଟ କର୍ମଚାରୀ ୟୁନିଟି ଓ ପେ-ଗ୍ରେଡ ଉପରେ ନିର୍ଭର କରେ।

 

Get real time updates directly on you device, subscribe now.