fbpx

Income Tax ବିଭାଗରେ ବାହାରିଲା ଇନ୍ସପେକ୍ଟର, ଟ୍ୟାକ୍ସ ଆସିଷ୍ଟାଣ୍ଟ, MTS ପଦବୀ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖବର । ଆୟ କର ବିଭାଗ ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଇନ୍ସପେକ୍ଟର, ଟ୍ୟାକ୍ସ ଆସିଷ୍ଟାଣ୍ଟ, ମଲ୍ଟି ଟାସ୍କିଂ ଷ୍ଟାଫ ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କିତ ସବିଶେଷ ତଥ୍ୟ ପାଇପାରିବେ ।

ଆସନ୍ତା ୬ ତାରିଖ ଠାରୁ ୨୪ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ସେମାନଙ୍କର ଆବେଦନ ପତ୍ର ପଠାଇ ପାରିବେ । ଇନ୍ସପେକ୍ଟର ଓ ଟ୍ୟାକ୍ସ ଆସିଷ୍ଟାଣ୍ଟ ପାଇଁ ପ୍ରାର୍ଥୀ ଗ୍ରାଜୁଏସନ ପାସ, ଏମଟିଏସ ପାଇଁ ମାଟ୍ରିକ ପାସ୍ କରିଥିବା ଆବଶ୍ୟକ । ୨୦୨୩ ମସିହା ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ବୟସ ଯୋଗ୍ୟତା ହିସାବକୁ ନିଆଯିବ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ସମସ୍ତ ପଦବୀ ପାଇଁ ବୟସ ଯୋଗ୍ୟତା ଅଲଗା ଅଲଗା ରହିଛି ।

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2023/02/Notification-Incometax-Various-Vacancy-Posts.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.incometaxbengaluru.org/

Get real time updates directly on you device, subscribe now.