fbpx
BSKY SKY
BSKY SKY

୬.୫ କୋଟି ଜନତାଙ୍କୁ କେନ୍ଦ୍ର ସରକାରଙ୍କ ଉପହାର! ହୋଲି ପୂର୍ବରୁ ଆକାଉଣ୍ଟକୁ ଆସିବ PF ସୁଧ

BSKY

ନୂଆଦିଲ୍ଲୀ: ଆଗକୁ ଆସୁଛି ରଙ୍ଗର ପର୍ବ ହୋଲି । ତେବେ ଏହି ଅବସରରେ ୬.୫ କୋଟି ଜନତାଙ୍କୁ ମିଳିବାକୁ ଯାଉଛି ଏକ ବଡ଼ ଉପହାର । ହୋଲି ପୂର୍ବରୁ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ଖାତାଧାରୀଙ୍କ ଆକାଉଣ୍ଟକୁ ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ) ସୁଧ ଆସିବାର ସମ୍ଭାବନା ରହିଛି । ୨୦୨୩ ବଜେଟ ଆଗତ ହେବା ପୂର୍ବରୁ ଏହି ଅର୍ଥ ଆକାଉଣ୍ଟକୁ ପଠାଯିବାର ଥିଲା, ମାତ୍ର ତାହା କୌଣସି କାରଣରୁ କରାଯାଇନଥିଲା ।

ପିଏଫ୍ ନିୟମରେ ପରିବର୍ତ୍ତନ ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଅଭିଭାଷଣରେ ଘୋଷଣା କରିଥିଲେ । ଏହି ଘୋଷଣା ପରେ ଖାତାଧାରୀଙ୍କ ଆକାଉଣ୍ଟକୁ ଖୁବଶୀଘ୍ର ଅର୍ଥରାଶି ପଠାଯିବା ନେଇ ସମ୍ଭାବନା ବଢ଼ିଯାଇଛି । ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ପିଏଫରେ ଜମା ହୋଇଥିବା ଅର୍ଥ କେବେ ମିଳିବ ସେନେଇ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି । ତେବେ ମିଡ଼ିଆ ରିପୋର୍ଟ ମୁତାବକ, ହାଲି ପୂର୍ବରୁ କେନ୍ଦ୍ର ସରକାର ଇପିଏଫଓର ସଦସ୍ୟଙ୍କୁ ଏକ ବଡ଼ ଉପହାର ଦେଇପାରନ୍ତି ।

ପିଏଫର ସୁଧା ସମ୍ପର୍କରେ କେନ୍ଦ୍ର ସକକାରଙ୍କ ପକ୍ଷରୁ ଅଫିସିଆଲ ଭାବେ କୌଣସି ଘୋଷଣା କରାଯାଇନାହିଁ । ଇପିଏଫଓ ଖାତାଧାରୀଙ୍କ ଅପେକ୍ଷାର ସମୟ ବଢ଼ିବାରେ ଲାଗିଛି । ଗତ କିଛିବର୍ଷ ଧରି ଗ୍ରାହକଙ୍କୁ ସେମାନଙ୍କର ଅର୍ଥରାଶି ଠିକ୍ ସମୟରେ ମିଳୁନାହିଁ । ୨୦୨୦-୨୧ ଆର୍ଥିକ ବର୍ଷ ମାର୍ଚ୍ଚରେ ପିଏଫ ସୁଧ ହାର ୮.୫ ପ୍ରତିଶତ କରାଯିବା ପରେ ସେହି ବର୍ଷ ଡିସେମ୍ବରରେ ଅର୍ଥ ଆକାଉଣ୍ଟକୁ ଆସିଥିଲା । ସେହିପରି ୨୦୨୧-୨୨ ଆର୍ଥିକ ବର୍ଷ ମାର୍ଚ୍ଚରେ ସୁଧ ହାର ୮.୧୦ ପ୍ରତିଶତ କରାଯାଇଥିଲା । ମାତ୍ର ନୂଆ ୨୦୨୩ ନୂଆ ବର୍ଷ ଆରମ୍ଭ ହେବା ପରେ ବି ବର୍ତ୍ତମାନ ସୁଧା ଅର୍ଥ ଟ୍ରାନ୍ସଫର କରାଯାଇନାହିଁ । ନୂଆ ନିୟମ ଅନୁଯାୟୀ, ପିଏଫରେ ଜମା ଅର୍ଥ ଉଠାଣ ଉପରେ ଟିଡିଏସ କଟ୍ ୩୦ରୁ ୨୦ ପ୍ରତିଶତକୁ ହ୍ରାସ କରାଯାଇଛି । ଯେଉଁମାନଙ୍କର ପିନ କାର୍ଡ ପିଏଫ୍ ଆକାଉଣ୍ଟ ସହିତ ଅପଡେଟ୍ ହୋଇନଥିବ ସେମାନେ ସରକାରଙ୍କ ଏହି ନିଷ୍ପତ୍ତିର ଫାଇଦା ଉଠାଇ ପାରିବେ ।

Get real time updates directly on you device, subscribe now.