ଇନଷ୍ଟାଗ୍ରାମରେ ଆପେ ଆପେ ସ୍କ୍ରଲ୍ ହେବ କି ରିଲ୍ସ? ଜାଣନ୍ତୁ ନୂଆ ଫିଚର ବିଷୟରେ..
ଏଣିକି ଇନଷ୍ଟାଗ୍ରାମରେ ଆପେ ଆପେ ହେବ ରିଲ୍ସ ସ୍କ୍ରଲ୍
ନୂଆଦିଲ୍ଲୀ: ଭାରତରେ ଯେବେଠାରୁ ଟିକଟକ ବ୍ୟାନ୍ ହେଲାଣି, ଇନଷ୍ଟାଗ୍ରାମ ରାଜ୍ କରୁଛି। ସମସ୍ତଙ୍କ ମୁହଁରେ ରିଲ୍ସର ନାମ। ଲୋକେ ଦିନ ରାତି ଏହାକୁ ସ୍କ୍ରୋଲ କରୁଛନ୍ତି, ଯାହା ଆମ ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଛି।
ଏହାରି ମଧ୍ୟରେ ଏପରି ଏକ ଖବର ସାମ୍ନାକୁ ଆସିଛି ଯେ, ଇନଷ୍ଟାଗ୍ରାମ ଏକ ନୂଆ ଅଟୋ ସ୍କ୍ରୋଲ ଫିଚର ଜାରି କରିବାକୁ ଯାଉଛି। ଆସନ୍ତୁ ଜାଣିବା ଏହି ବିଷୟରେ..
କିଛି ସୋସିଆଲ ମିଡିଆ ୟୁଜର୍ସ ଫେସବୁକ୍, ଥ୍ରେଡ୍ସ ଏବଂ ଏକ୍ସରେ ସ୍କ୍ରିନସଟ୍ ସେୟାର କରିଛନ୍ତି, ଯେଉଁଥିରେ ଇନଷ୍ଟାଗ୍ରାମରେ ଅଟୋ ସ୍କ୍ରୋଲ୍ ନାମକ ଏକ ନୂତନ ଅପସନ ଦୃଶ୍ୟମାନ ହେଉଛି।
ଏହି ଫିଚରକୁ ଅନ୍ କରିବା ମାତ୍ରେ, ଆପଣଙ୍କୁ ରିଲ୍ ମାନୁଆଲୀ ସ୍କ୍ରୋଲ୍ କରିବାକୁ ପଡିବ ନାହିଁ। ସ୍କ୍ରିନ୍ ସ୍ୱୟଂଚାଳିତ ଭାବରେ ଗୋଟିଏ ପରେ ଗୋଟିଏ ରିଲ୍ ଖେଳାଇବ। ଏହା ସମ୍ପୂର୍ଣ୍ଣ Netflix ର ଅଟୋ ପ୍ଲେ ଫିଚର ପରି ଦେଖାଯାଉଛି।
ବର୍ତ୍ତମାନ Instagram ଦ୍ୱାରା ଏପରି କୌଣସି ଅଫିସିଆଲ ବିବରଣୀ ପ୍ରକାଶ କରାଯାଇ ନାହିଁ। ବର୍ତ୍ତମାନ, ଏହି ଫିଚର କେବଳ ଗୁଜବରେ ଦେଖିବାକୁ ମିଳୁଛି।