ପୁଣି ଡାଉନ୍ ହେଲା ଇନଷ୍ଟାଗ୍ରାମ, ଚିନ୍ତାରେ ଉପଭୋକ୍ତା; ପଠାଇପାରୁନାହାଁନ୍ତି ମେସେଜ୍

ନୂଆଦିଲ୍ଲୀ: ସୋସିଆଲ୍ ନେଟୱାର୍କିଂ ସାଇଟ୍ ଇନଷ୍ଟାଗ୍ରାମ ହଠାତ୍ ମଙ୍ଗଳବାର ସନ୍ଧ୍ୟାରେ ଡାଉନ୍ ହୋଇଗଲା । ସିଧାସଳଖ ବାର୍ତ୍ତା ପଠାଇବା ଏବଂ ରିସିଭ୍ କରିବାରେ ଅସୁବିଧା ସମ୍ପର୍କରେ ହଜାର ହଜାର ଉପଭୋକ୍ତା ଅଭିଯୋଗ କରିଛନ୍ତି । ଡାଉନ ଡେଟେକ୍ଟରଙ୍କ ଅନୁଯାୟୀ, ଇନଷ୍ଟାଗ୍ରାମରେ ମେସେଜ୍ ପଠାଇବାରେ ସମସ୍ୟା ଅପରାହ୍ନ ୫.୧୪ ରୁ ଆରମ୍ଭ ହୋଇଥିଲା ।

ଉପଭୋକ୍ତାମାନଙ୍କ ଦ୍ୱାରା ଦାଖଲ ହୋଇଥିବା ରିପୋର୍ଟ ଉପରେ ଆଧାର କରି ଡାଉନଡେକ୍ଟରର ସଂଖ୍ୟା ଆଧାରିତ ।

ପ୍ରଭାବିତ ଉପଭୋକ୍ତାମାନଙ୍କର ପ୍ରକୃତ ସଂଖ୍ୟା ଭିନ୍ନ ହୋଇପାରେ । ମେଟା ମାଲିକାନା ଥିବା ଫଟୋ ସେୟାରିଂ ପ୍ଲାଟଫର୍ମରେ ସମସ୍ୟା ଥିବା ଅଭିଯୋଗ କରି ଏପର୍ଯ୍ୟନ୍ତ ୨୫୦୦ ରୁ ଅଧିକ ରିପୋର୍ଟ ଦାଖଲ କରାଯାଇଛି ।

ଇନଷ୍ଟାଗ୍ରାମ ଡାଉନ୍ ହୋଇଥିବାର ଅଭିଯୋଗ କରିବାକୁ ଉପଭୋକ୍ତାମାନେ ଟ୍ୱିଟରର ସାହାଯ୍ୟ ନେଉଛନ୍ତି । ଏ ସମ୍ପର୍କରେ ଇନଷ୍ଟାଗ୍ରାମ କିମ୍ବା ମେଟା ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ବୟାନ ଦିଆଯାଇନାହିଁ, କିମ୍ବା ଇନଷ୍ଟାଗ୍ରାମର ଡାଇନ୍ ହେବାର କାରଣ ମଧ୍ୟ ଜଣା ପଡିନାହିଁ ।