fbpx

ଏଣିକି WhatsAppରେ ଦେଖିବାକୁ ମିଳିବ Instagram ଫିଚର, ଜାଣନ୍ତୁ କ’ଣ ସବୁ ରହିଛି ଖାସ୍

ନୂଆଦିଲ୍ଲୀ: ହ୍ୱାଟସଆପ ବ୍ୟବହାରକାରୀଙ୍କ ପାଇଁ ଏକ ନୂଆ ଅପଡେଟ୍ ଆସିଛି । ଏଣିକି ହ୍ୱାଟସଆପରେ ଇନଷ୍ଟାଗ୍ରାମର ଫିଚର ଉପଲବ୍ଧ ହେବ । ଏନେଇ ହ୍ୱାଟସଆପ୍ ପକ୍ଷରୁ ଏକ ନୂଆ ମେସେଜ୍ ଫିଚର ଉପରେ କାର୍ଯ୍ୟ ଜାରି ରହିଛି । ଯଦି ଆପଣଙ୍କର ମେସେଜ ଉପରେ କେହି ରିଆକ୍ଟ କରନ୍ତି, ତେବେ ଆପଣଙ୍କୁ ଏହାର ନୋଟିଫିକେସନ ଆସିଥାଏ । ତେବେ ଏଣିକି ଏହି ନୋଟିଫିକେସନକୁ ଡିସେବଲ କରାଯାଇପାରିବ । ଏହି ଅପଡେଟ୍ ହ୍ୱାଟସଆପର ଆଣ୍ଡ୍ରଏଡ ବୀଟା ଭି୨.୨୧.୨୪.୮ରେ ଉପଲବ୍ଧ ହୋଇସାରିଛି ।

ରିପୋର୍ଟରୁ ଜଣାପଡ଼ିଛି ଯେ, ଏହି ଫିଚର ପୂର୍ବରୁ ଆଇଓଏସ ବୀଟା ପାଇଁ ଜାରି କରାଯାଇଥିବା ବେଳେ ଏହାକୁ ନେଇ ସ୍କ୍ରିନସଟ୍ ମଧ୍ୟ ଶେୟାର କରାଯାଇଥିଲା । ତେବେ ରିଆକ୍ସନ ନୋଟିଫିକେସନକୁ ୟୁଜର୍ସ ମ୍ୟାନେଜ କରିପାରିବେ ବୋଲି ସ୍କ୍ରିନସଟରୁ ଜଣାପଡ଼ିଥିଲା । ଅର୍ଥାତ ଆପଣଙ୍କୁ ରିଆକ୍ସନ ନୋଟିଫିକେସନ ଆଲର୍ଟ ଆସିବ ନା ନାହିଁ ତାହା ଆପଣ ନିଷ୍ପତ୍ତି ନେଇପାରିବେ । ରିଆକ୍ସନ ନୋଟିଫିକେସନକୁ ମ୍ୟାନେଜ କରିବାର ଅପ୍ସନ ମେନ ସେଟିଂରେ ଦେଖିବାକୁ ମିଳିଥାଏ । ତେବେ କୌଣସି ଇଣ୍ଡିଭିଜୁଆଲ ଚାଟ ବା ଗ୍ରୁପ ପାଇଁ ଏହି ସୁବିଧା ଉପଲବ୍ଧ ହେବ ନା ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ତେବେ ରିଆକ୍ସନ ସେଣ୍ଡ କରିବା ମଧ୍ୟ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟେଡ ହୋଇପାରେ । ମାତ୍ର କମ୍ପାନୀ ପକ୍ଷରୁ ଏବେ ଏହି ଡେଭଲପମେଣ୍ଟ ବିଷୟରେ କିଛି କୁହାଯାଇ ନାହିଁ ।

Get real time updates directly on you device, subscribe now.