fbpx

ଜଣେ ମହିଳାଙ୍କୁ ଅପମାନ କରିବା ଅର୍ଥ ନୁହେଁ ତାଙ୍କ ସମ୍ନାନକୁ କ୍ଷତି ପହଞ୍ଚାଇବା: ହାଇକୋର୍ଟ

ଦିଲ୍ଲୀ : ଜଣେ ମହିଳାଙ୍କ ଅଭିଯୋଗ ଥିଲା ଜଣେ ବ୍ୟକ୍ତି ତାଙ୍କୁ ‘ଖରାପ ସ୍ତ୍ରୀ’ କହି ସମ୍ବୋଧିତ କରିଥିଲେ । ଏହି ମାମଲାକୁ ଦିଲ୍ଲୀ ହାଇକୋର୍ଟ ବାତିଲ କରିଛନ୍ତି । କୋର୍ଟଙ୍କ କହିବା ଅନୁସାରେ ଜଣେ ମହିଳାଙ୍କୁ ଅପମାନ କରିବା ଅର୍ଥ ନୁହେଁ ତାଙ୍କ ସମ୍ନାନକୁ ହାନି କରିବା ।

ହାଇକୋର୍ଟ ଆହୁରି ମଧ୍ୟ କହିଛନ୍ତି ଲିଙ୍ଗ ବିଶିଷ୍ଟ ଆଇନ ଲିଙ୍ଗ ବିରୋଧରେ ନୁହେଁ । ଏହା ଏକ ନିର୍ଦ୍ଧିଷ୍ଟ ଲିଙ୍ଗ ପାଇଁ ଏହି ଆଇନ ରହିଛି । ହାଇକୋର୍ଟ କହିଛନ୍ତି ସମାଜରେ ଥିବା ନିର୍ଦ୍ଧିଷ୍ଟ ଲିଙ୍ଗ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେହି ଚିନ୍ତାଧାରାକୁ ଦୂର କରିବା ପାଇଁ ଏହି ନିର୍ଦ୍ଦିଷ୍ଟ ଆଇନ ରହିଛି । ଏହା ଛଡା ବିଚାର କରିବା ସମୟରେ ବିଚାରପତିମାନେ ଲିଙ୍ଗଗତ କାରଣ ଦ୍ୱାରା ପ୍ରଭାବିତ ହେବା ଉଚିତ । ତେବେ ଆଇନରେ ବିଶେଷ ଲିଙ୍ଗ ପ୍ରତି ବିଶେଷ ଧାରା ନାହିଁ ।

ତେବେ ଘଟଣାଟି ହେଉଛି , ଉଭୟ ଅଭିଯୋଗ କରିଥିବା ମହିଳା ଏବଂ ପୁରୁଷ ଗୋଟିଏ ସଂଗଠନରେ କାମ କରୁଥିଲେ ଅଭିଯୋଗ କରିଥିବା ମହିଳାଙ୍କ ଉପରସ୍ଥ ଅଧିକାରୀ ଥିଲେ ପରୁଷ ଜଣକ । ମହିଳାଙ୍କ ଅଭିଯୋଗ ଥିଲା ପୁରୁଷ ତାଙ୍କୁ ଏକ ହଜାର ଟଙ୍କା ମାଜିଥିଲେ କିନ୍ତୁ ମହିଳା ନ ଦେବାରୁ ତାଙ୍କୁ ଖରାପ ଭାଷାରେ ‘ଖରାପ ସ୍ତ୍ରୀ’ ଲୋକ କହିଥିଲେ ।

ଆଇପିସିର ଧାରା ୫୦୯ (ମହିଳାଙ୍କ ସମ୍ନାନକୁ ହାନି କରିବା) ଅନୁସାରେ ଟ୍ରାଏଲ କୋର୍ଟ ପ୍ରଥମେ ଏହାର ବିଚାର କରିଥିଲା । ଏହା ପରେ ଉଚ୍ଚ ନ୍ୟାୟାଳୟ ଏହି କେକକୁ ବାତିଲ କରି କହିଥିଲେ କୌଣସି ମହିଳାର ଅପମାନ ଅର୍ଥ ନୁହେଁ ତାହାର ସମ୍ନାନକୁ କ୍ଷତି କରିବା । ତେବେ ଏହି ଘଟଣା ମହିଳାଙ୍କ ସମ୍ନାନକୁ ହାନୀ କରୁ ନାହିଁ ।

Get real time updates directly on you device, subscribe now.