fbpx

୪୫ ପଇସାରେ Insurance… ରେଲୱେର ଏହି ଫିଚରରୁ ମିଳୁଛି କୋଟିଏରୁ ଅଧିକ ଟଙ୍କା! କେତେ ହୋଇଛି ରିଟର୍ଣ୍ଣ?

ଓଡ଼ିଶା ଭାସ୍କର: ପଶ୍ଚିମବଙ୍ଗର ଟ୍ରେନ ଦୁର୍ଘଟଣା ପରେ ପୁଣିଥରେ ଚର୍ଚ୍ଚାକୁ ଆସିଛି ରେଲୱେର ଟ୍ରାଭେଲ ଇନସୁରାନ୍ସ ସୁବିଧା । ପ୍ରତ୍ୟେକ ଯାତ୍ରୀଙ୍କ ଟ୍ରେନ ଟିକେଟରେ ଏହି ବୀମା କରାଯାଇଥାଏ । ଆପଣ ଦେଖିଥିବେ ଟ୍ରେନ ଟିକେଟରେ ଯାତ୍ରୀମାନଙ୍କ ପାଇଁ ମାତ୍ର କିଛି ପଇସାର ଏକ ବୀମା ବ୍ୟବସ୍ଥା ହୋଇଥାଏ । ଏହା ଆପଣଙ୍କ ଯାତ୍ରାକୁ ଆହୁରି ସୁରକ୍ଷିତ କରିଥାଏ । କୌଣସି ସମସ୍ୟା ହେଲେ, ଏହି ବୀମା ଜରିଆରେ ପୀଡ଼ିତଙ୍କୁ ବା ତାଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥାଏ । ତେବେ ଆପଣ ଜାଣନ୍ତି କି ଏହି ଇନସୁରାନ୍ସରୁ କେତେ ଟଙ୍କା ରେଭେନ୍ୟୁ ମିଳିଥାଏ?

IRCTC ତରଫରୁ ପ୍ରତ୍ୟେକ ଟିକେଟ ଉପରେ ୧ ଟଙ୍କାରୁ ବି କମ୍ ମୂଲ୍ୟର ଏକ ପ୍ରିମିୟମ କରାଯାଏ । ଏହା ଜରିଆରେ ୧୦ ଲକ୍ଷ ଟଙ୍କାର ଇନସୁରାନ୍ସ କରିଥାଏ ଭାରତୀୟ ରେଳ ବିଭାଗ । ଅନ୍ୟ ପ୍ରାଇଭେଟ ଇନସୁରାନ୍ସ କମ୍ପାନୀ ଦ୍ୱାରା ଏହି ବୀମା କରିଥାଏ IRCTC। ତେଣୁ ଯଦି ଯାତ୍ରା ସମୟରେ କୌଣସି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଯାଏ, ତେବେ ଇନସୁରାନ୍ସ କମ୍ପାନୀ ଏହାର କ୍ଲେମ କରିଥାଏ ।

  • ୨୦୧୬-୧୭ରେ ବୀମା କମ୍ପାନୀମାନଙ୍କୁ ପାସେଞ୍ଜର ଇନ୍ସୁରାନ୍ସରୁ ୧୧ କୋଟି ଟଙ୍କା ମିଳିଥିଲା । ଏଥିରୁ ମାତ୍ର ୦.୭୬ କୋଟି ଟଙ୍କା ଦେୟ ଦିଆଯାଇଥିଲା ।
  • ୨୦୧୭-୧୮ରେ ବୀମା ପ୍ରିମିୟମରୁ ୩୮.୫୪ କୋଟି ମିଳିଥିବା ବେଳେ ୩.୫୯ କୋଟି କ୍ଲେମ ହୋଇଥିଲା । ଏହି ସମୟରେ ଇନସୁରାନ୍ସର ଟଙ୍କା ଯାତ୍ରୀଙ୍କ ପାଖରୁ ନିଆଯାଇ ନଥିଲା । ତେବେ ଇନସୁରାନ୍ସ କମ୍ପାନୀମାନଙ୍କୁ ଏହି ପେମେଣ୍ଟ କରିଥିଲା IRCTC।
  • ଏହାପରେ ୨୦୧୮-୧୯ରେ ୮.୫୩ କୋଟ ଟଙ୍କାର ପ୍ରିମିୟମ ସଂଗ୍ରହ ହୋଇଥିବା ବେଳେ ଏଥିରୁ ମୋଟ ୬.୧୨ କୋଟି ରିଟର୍ଣ୍ଣ ହୋଇଥିଲା ।
  • ସେହିପରି ୨୦୧୯-୨୦ର ଇନସୁରାନ୍ସ କମ୍ପାନୀଙ୍କୁ ୧୨.୭୧ କୋଟି ଟଙ୍କା ମିଳିଥିଲା ଏବଂ ଏଥିରୁ ୩.୫୩ କୋଟି ପ୍ରଦାନ କରିଥିଲା IRCTC।

Get real time updates directly on you device, subscribe now.