IB ମୁଖ୍ୟ ତପନ କୁମାର ଡେକାଙ୍କ ବଢ଼ିଲା କାର୍ଯ୍ୟକାଳ, ଜୁନ୍ ୨୦୨୬ ପର୍ଯ୍ୟନ୍ତ ପଦରେ ରହିବେ
IB ମୁଖ୍ୟଙ୍କ କାର୍ଯ୍ୟକାଳ ୧ ବର୍ଷ ବୃଦ୍ଧିକୁ କ୍ୟାବିନେଟ୍ର ମଞ୍ଜୁରୀ ।
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଇଣ୍ଟେଲିଜେନ୍ସ ବ୍ୟୁରୋ (IB) ନିର୍ଦ୍ଦେଶକ ତପନ କୁମାର ଡେକାଙ୍କୁ ଗୋଟିଏ ବର୍ଷ ପାଇଁ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟର ନିଯୁକ୍ତି କମିଟି (ଏସିସି) ତାଙ୍କ ସେବା ଅବଧି ବୃଦ୍ଧିକୁ ଅନୁମୋଦନ କରିଛି ।
ବର୍ତ୍ତମାନ ଡେକା ଏହି ପଦବୀରେ 30 ଜୁନ୍ 2026 ପର୍ଯ୍ୟନ୍ତ ରହିବେ । ପ୍ରକାଶଥାଉକି ତାଙ୍କର କାର୍ଯ୍ୟକାଳ 30 ଜୁନ୍ ରେ ଶେଷ ହେବାର ଥିଲା ।
କାର୍ଯ୍ୟରେ ପ୍ରଭାବିତ ସରକାର- ଡେକାଙ୍କ ଉତ୍କୃଷ୍ଟ କାର୍ଯ୍ୟଶୈଳୀ ଏବଂ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ଅବଦାନ ଯୋଗୁଁ ଏହା କ୍ରମାଗତ ଦ୍ୱିତୀୟ ଥର ପାଇଁ ତାଙ୍କର ସେବା ସମୟକୁ ଗୋଟିଏ ବର୍ଷ ବୃଦ୍ଧି କରାଯାଇଛି । ତାଙ୍କ ନେତୃତ୍ୱ କେନ୍ଦ୍ର ସରକାରଙ୍କ ପାଇଁ ବିଶ୍ୱସ୍ତ ଏବଂ ପ୍ରଭାବଶାଳୀ ପ୍ରମାଣିତ ହୋଇଛି ।
ତପନ କୁମାର ଡେକା ହିମାଚଳ ପ୍ରଦେଶ କ୍ୟାଡରର ୧୯୮୮ ବ୍ୟାଚର ଆଇପିଏସ ଅଧିକାରୀ। ତାଙ୍କୁ ପ୍ରଥମେ ଜୁନ୍ ୨୦୨୨ରେ ଦୁଇ ବର୍ଷ ପାଇଁ ଆଇବି ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଥିଲା। ଡେକା ତାଙ୍କ କ୍ୟାରିୟରର ଅଧିକାଂଶ ସମୟ ଇଣ୍ଟେଲିଜେନ୍ସ ବ୍ୟୁରୋରେ ବିତାଇଛନ୍ତି ।
ସେ ଆତଙ୍କବାଦ ଏବଂ ଉଗ୍ରବାଦ ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲା ପରିଚାଳନା କରିଛନ୍ତି । ବିଶେଷକରି ଜମ୍ମୁ ଏବଂ କାଶ୍ମୀରରେ ଆତଙ୍କବାଦ ଏବଂ ଟାର୍ଗେଟ କିଲିଂ ସହିତ ଜଡିତ ମାମଲାରେ ତାଙ୍କର ଭୂମିକା ନିର୍ଣ୍ଣାୟକ ରହିଛି ।
2024 ମସିହାରେ ପଦୋନ୍ନତି- ଡେକାଙ୍କୁ ଜୁନ୍ 2024ରେ ଇଣ୍ଟେଲିଜେନ୍ସ ବ୍ୟୁରୋର ସ୍ୱତନ୍ତ୍ର ନିର୍ଦ୍ଦେଶକ ପଦବୀକୁ ପଦୋନ୍ନତି ଦିଆଯାଇଥିଲା। ଏହା ପୂର୍ବରୁ ସେ ଅତିରିକ୍ତ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିଲେ।