fbpx

ଦକ୍ଷିଣ କୋରିଆ ସହରରେ କାଉ ଆତଙ୍କ, ବିଜୁଳି କାଟି ସହରକୁ କରୁଛନ୍ତି ଅନ୍ଧାର ଓ ଆକ୍ରମଣ

ଓଡିଶା ଭାସ୍କର: କେବେ କୌଣସି ଦେଶ କାଉକୁ ନେଇ ବିଚଳିତ ହୋଇ ପାରିବ । ଆପଣ ଭାବୁଥିବେ ନା । କିନ୍ତୁ ଏହା ସତ୍ୟ ଯେ, ଏମିତି ଏକ ଦେଶ ଅଛି ଯେଉଁଠାରେ ଗୋଟିଏ କି ଦୁଇଟି ନୁହେଁ ବରଂ ଅନେକ ସହର କାଉ ପାଇଁ ଆତଙ୍କ ଘେରରେ ଅଛନ୍ତି । ସେ ଦେଶର ସରକାର ମଧ୍ୟ ତାଙ୍କ ସହ ଲଢେଇ କରିବା ମୁସ୍କିଲ ହୋଇ ପଡିଛି । ଏହିକ୍ରମରେ ଦକ୍ଷିଣ କୋରିଆର ଅନେକ ସହରରେ କାଉଙ୍କ ଆତଙ୍କରାଜ ଦେଖିବାକୁ ମିଳୁଛି । ଏହି ବୋଲ ମାନୁ ନ ଥିବା କାଉମାନେ ସେଠାକାର ବିଜୁଳି କାଟି ସହରକୁ ଅନ୍ଧକାର ମଧ୍ୟକୁ ଠେଲି ଦେଉଛନ୍ତି । ତାହାସହିତ ସେଠାରେ ବସବାସ କରୁଥିବା ଲୋକଙ୍କୁ ମଧ୍ୟ ଅତର୍କିତ ଭାବରେ ଆକ୍ରମଣ କରୁଛନ୍ତି । କୁହାଯାଉଛି, କାଉଙ୍କ ଆକ୍ରମଣ କାରଣରୁ ଦକ୍ଷିଣ କୋରିଆ ଲୋକ ଭୟଭୀତ ଅବସ୍ଥାରେ ଦିନ ବିତାଉଛନ୍ତି । ଦଳବଦ୍ଧ ଭାବରେ ଆକ୍ରମଣ କରି ଲୋକଙ୍କ ଜୀବନ ମଧ୍ୟ ନେଉଛନ୍ତି ଏହି ସାଇକୋ ବା ପାଗଳ କାଉମାନେ ।

କୋରିଆ ଇଲେକ୍ଟ୍ରି ପାୱାର କର୍ପୋରେସନଙ୍କ କହିବାନୁସାରେ, ଗତ ୩ ବର୍ଷ ମଧ୍ୟରେ ଏହି କାଉମାନେ ପ୍ରାୟ ୧୦୩ ଥର ବିଜୁଳିକାଟ କରିଛନ୍ତି । କୋରିଆ ସରକାର ଏମାନଙ୍କୁ ମାରିବାର ଯୋଜନା କରିଥିବାର ଜଣାପଡିଛି । ଏଠାରେ ମୁଖ୍ୟତଃ ବଡ ଥଣ୍ଟ ରଖିଥିବା କାଉ ଅଧିକ ବିପଦ ସାଜିଛନ୍ତି । ଏମାନଙ୍କ ଥଣ୍ଟ ପ୍ରାୟ ୫୭ସେଣ୍ଟିମିଟର ବଡ ହୋଇଥାଏ । ଏମାନେ ମୁଖ୍ୟତଃ ଫଳ, କୀଟପତଙ୍ଗ ତଥା ପଚା ମାଂସ ଖାଇ ବଞ୍ଚି ଥାଆନ୍ତି । ସହର ମଧ୍ୟରେ ସେମାନେ ନିଜର ବସା ବନାଇ ବଞ୍ଚୁଛନ୍ତି ଓ ବିଜୁଳି କାଟି ତଥା ଲୋକଙ୍କୁ ଆକ୍ରମଣ କରି ଦକ୍ଷିଣ କୋରିଆ ସରକାରଙ୍କର ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି ।

Get real time updates directly on you device, subscribe now.