5 ତାରିଖ ପରେ ପାଗରେ ହେବ ବଡ ପରିବର୍ତ୍ତନ, ରାଜ୍ୟରେ ଶୀତର ପ୍ରକୋପ…
୫ ତାରିଖ ପରେ ରାଜ୍ୟରେ ଶୀତର ପ୍ରକୋପ କମିବ । ପଶ୍ଚିମା ଝଡ଼ ପ୍ରଭାବରେ ଶୁଷ୍କ ଥଣ୍ଡା ବାୟୁ ଦୁର୍ବଳ ହେବ ।
ଭୁବନେଶ୍ବର: ନୂଆବର୍ଷରୁ ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି । ଅନେକ ସ୍ଥାନରେ ତାପମାତ୍ରା 10 ଡିଗ୍ରୀ ତଳେ ରହୁଛି । ତେବେ ଜାଡକୁ ନେଇ ଲୋକେ ହନ୍ତସନ୍ତ ହେଉଥିବା ବେଳେ ଏନେଇ ବଡ ଅପଡେଟ ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୫ ତାରିଖ ପରେ ରାଜ୍ୟରେ ଶୀତର ପ୍ରକୋପ କମିବା ସମ୍ଭାବନା ରହିଛି ।
ସକ୍ରିୟ ହେବାକୁ ଥିବା ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଶୀତର ପ୍ରକୋପ କମିବ । ପଶ୍ଚିମା ଝଡ଼ ପ୍ରଭାବରେ ଶୁଷ୍କ ଥଣ୍ଡା ବାୟୁ ଦୁର୍ବଳ ହେବ । ଏଥିସହ ପୂର୍ବ ଦିଗରୁ ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ବୃଦ୍ଧି ପାଇବ । ଫଳରେ ୫ ପରଠୁ ରାତ୍ରୀ ତାପମାତ୍ରା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି ।
ସେହିପରି ପୂର୍ବ ଦିଗରୁ ଉଷ୍ମ ଜଳୀୟବାଷ୍ପ ପ୍ରବାହ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବନୁମାନ କରାଯାଇଛି । ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି, କୋରାପୁଟ ଓ ଗଞ୍ଜାମରେ କୁହୁୁଡି ଦେଖାଯାଇଛି ।
କେଉଁଠି କେତେ ରହିଥିଲା ତାପମାତ୍ରା-
ରାଜ୍ୟର ପ୍ରମୁଖ ସହର ମାନଙ୍କରେ ରେକର୍ଡ ସର୍ବନିମ୍ନ ରାତ୍ରି ତାପମାତ୍ରା
ରାଉରକେଲା 7.2°C
ଝାରସୁଗୁଡା 7.8°C
କେନ୍ଦୁଝର 10.6°C
ବାଲେଶ୍ୱର 12°C
ସମ୍ବଲପୁର 12°C
ହୀରାକୁଦ 12°C
ଚାନ୍ଦବାଲି 13.5°C
ଭୁବନେଶ୍ୱର 14°C
ପୁରୀ 16.4°C
ପାରାଦ୍ୱୀପ 14.7°C
ଗୋପାଳପୁର 15.8°C