fbpx

ଗ୍ରାହକଙ୍କୁ ବଡ଼ ଝଟକା: ସୁଧ ହାର ବୃଦ୍ଧି କଲେ ଦେଶର ୩ଟି ବଡ଼ ବ୍ୟାଙ୍କ

Advertisement

ନୂଆଦିଲ୍ଲୀ: ସମସ୍ତ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଗତ ଜୁନ ମାସ ୮ ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରେପୋ ରେଟ ବୃଦ୍ଧି କରିଥିଲା । ତେବେ ଏହା ପରେ ଦେଶର ୩ଟି ବଡ଼ ବ୍ୟାଙ୍କ ଲୋନର ସୁଧ ହାର ବୃଦ୍ଧି ଘୋଷଣା କରିଛନ୍ତି । ତେବେ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଏହି ନିଷ୍ପତ୍ତି ନିଆଯିବା ଫଳରେ ଗ୍ରାହକଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ ।

ସୂଚନା ମୁତାବକ, ଦେଶର ଦୁଇଟି ସରକାରୀ ଓ ଗୋଟିଏ ପ୍ରାଇଭେଟ ବ୍ୟାଙ୍କ ଲୋନର ସୁଧ ହାର ବୃଦ୍ଧି ଘୋଷଣା କରିଛନ୍ତି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ବ୍ୟାଙ୍କଗୁଡ଼ିକ ପାଖାପାଖି ସମସ୍ତ ଅବଧିର ଲୋନ ପାଇଁ ମାର୍ଜିନାଲ କଷ୍ଟ ଅଫ୍ ଫଣ୍ଡସ ବେସଡ ଲେଣ୍ଡିଂ ରେଟ (ଏମସିଏଲଆରଇ) ପରିବର୍ତ୍ତନ କରିଛନ୍ତି ।

ତେବେ ଲୋନର ନୂଆ ଦର ଅଗଷ୍ଟ ୧ ତାରିଖରୁ ଲାଗୁ ହେବ ବୋଲି ଜଣାପଡ଼ିଛି । ଆଇସିଆଇସିଆଇ ବ୍ୟାଙ୍କର ସମସ୍ତ ଅବଧିର ଲୋନର ସୁଧ ହାର ୦.୦୫ ପ୍ରତିଶତ ବୃଦ୍ଧି କରାଯାଇଛି । ସେଥିମଧଧ୍ୟରେ ଏକ ମାସରୁ ଆରମ୍ଭ କରି ଏକ ବର୍ଷର ଅବଧି ସାମିଲ ରହିଛି । ଏଣିକି ଗୋଟିଏ ମାସ ପାଇଁ ଏମସିଏଲଆର ୮.୪୦ ପ୍ରତିଶତ ହେବ । ସେହିପରି ତିନି ମାସ ପାଇଁ ୮.୪୫ ପ୍ରତିଶତ, ୬ ମାସ ପାଇଁ ୮.୮୦ ପ୍ରତିଶତ ଓ ୧ ବର୍ଷ ପାଇର୍ ୮.୯୦ ପ୍ରତିଶତ ସୁଧହାର ନିଆଯିବ ।

ସେହିପରି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ ଏମସିଏଲଆରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଓଭର ନାଇଟ୍ ପାଇଁ ୮.୧୦ ପ୍ରତିଶତ, ୧ ମାସ ପାଇଁ ୮.୨୦ ପ୍ରତିଶତ, ୩ ମାସ ପାଇଁ ୮.୩୦ ପ୍ରତିଶତ, ୬ ମାସ ପାଇଁ ୮.୫୦ ପ୍ରତିଶତ, ୧ ବର୍ଷ ପାଇଁ ୮.୬୦ ପ୍ରତିଶତ ଓ ୩ ବର୍ଷ ବା ତା’ଠାରୁ ଅଧିକ ଅବଧି ପାଇଁ ୮.୯୦ ପ୍ରତିଶତ କରାଯାଇଛି । ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଅଲଗା ଅଲଗା ଅବଧିର ଏମସିଏଲଆର ରେଟ୍ ବୃଦ୍ଧି କରାଯାଇଛି । ଓଭର ନାଇଟ ପାଇଁ ୭.୯୫, ଏକ ମାସ ପାଇଁ ୮.୧୫, ୩ ମାସ ପାଇଁ ୮.୩୦, ୬ ମାସ ପାଇଁ ୮.୫୦, ୧ ବର୍ଷ ପାଇର୍ ୮.୭୦ ଓ ତିନି ବର୍ଷରୁ ଅଧିକ ଅବଧି ପାଇଁ ୮.୯୦ ପ୍ରତିଶତର ସୁଧ ଆଦାୟ କରାଯିବ ।

Get real time updates directly on you device, subscribe now.