fbpx

INTERNATIONAL OLYMPIC DAY: ଅନ୍ତର୍ଜାତୀୟ ଅଲମ୍ପିକ ଦିବସ- କ୍ରୀଡାର ମହାକୁମ୍ଭ, ଜାଣନ୍ତୁ ତାରିଖ, ଇତିହାସ, ମହତ୍ତ୍ୱ…..

Advertisement

ଓଡିଶାଭାସ୍କର:ପ୍ରତିବର୍ଷ ଆଜିରେ ଦିନରେ ମାନେ ଜୁନ ୨୩ ତାରିଖ ଦିନ ଅନ୍ତର୍ଜାତୀୟ ଅଲମ୍ପିକ ଦିବସ ପାଳନ କାରଯାଏ । ଯାହା ଆଧୁନିକ ଅଲମ୍ପିକ ଦିବସକୁ ମନେପକାଇଥାଏ ଓ ଦୁନିଆସାରା ଖେଳର ମୂଲ୍ୟ ବୃଦ୍ଧି ସହ ସଂପର୍କର ବଳିଷ୍ଠ ପ୍ରମାଣ ଦେଇଥାଏ । ଏହି ଦିବସ କେବଳ ଖେଳ ପ୍ରେମୀ ଓ ଆଥଲେଟିକଙ୍କ ପାଇଁ ନୁହଁ ବରଂ ଏକତା, ପ୍ରତିସ୍ପର୍ଧା ଓ ମାନବିକ ଭାବନା ସହ ଜଡିତ । ଅନ୍ତର୍ଜାତୀୟ ଅଲମ୍ପିକ ଦିବସର ମହତ୍ତ୍ୱ ଉକୃଷ୍ଟତା, ମିତ୍ରତା ତଥା ସମ୍ମାନ ପାଇଁ ଅଲମ୍ପିକ ପରି କ୍ରୀଡା ମହାକୁମ୍ଭ ଗୋଟିଏ ମହାମଞ୍ଚର କାର୍ଯ୍ୟକରେ । ଏହା ସବୁବର୍ଗ ଓ ପୃଷ୍ଠଭୂମିର ଲୋକଙ୍କୁ ଖେଳ ଗତିବିଧିରେ ଭାଗ ନେବାର ଏକ ପ୍ରୟାସ । ଯାହା ମାଧ୍ୟମରେ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ସୁସ୍ଥ ରହେ । ସାରା ବିଶ୍ୱରେ ଶାନ୍ତି ଓ ସଦଭାବର ବୃଦ୍ଧି କରେ ଏହି ଦିବସ ।
ଜଣେ ଖେଳାଳିଙ୍କୁ ଲକ୍ଷ୍ୟ ନିର୍ଦ୍ଧାରିତ କରିବା ପାଇଁ, ଅନୁଶାସିତ ରହିବା ପାଇଁ, ଫିଟନେସ ପ୍ରତି ଜାଗୁରତା , ଅସଫଳତାରୁ ଶିକ୍ଷା, ଖେଳ ଭାବନା ତଥା ଖେଳ ଯାତ୍ରାର ଆନନ୍ଦ ନେବା ଭଳି ଅନେକ ଜିନିଷ ଶିକ୍ଷା ଦିଏ ଅଲମ୍ପିକ ।
ଅନ୍ତର୍ଜାତୀୟ ଅଲମ୍ପିକ ଦିବସ ୨୦୨୪ ରେ ସାରା ବିଶ୍ୱରେ ବିଭିନ୍ନ ଖେଳର ଆୟୋଜନ ଓ ଶୈକ୍ଷିକ ଗତିବିଧିକୁ ବଢାଇବା ଉଦ୍ଦେଶ୍ୟରେ ଏକ ମହାର୍ପା ଭାବରେ ପାଳନ କରାଯାଉଛି । ଜଣେ ପେଶାଦାର ଆଥଲେଟ ଭାବରେ ତଥା ଖେଳ ପ୍ରେମୀ ଭାବରେ ଖେଳ ଭାବନା ଜାଗ୍ରତ କରିବା ପାଇଁ ଆଜି ଦିନ ଉଦ୍ଦିଷ୍ଟ । ଚଳିତବର୍ଷ ଅନ୍ତର୍ଜାତୀୟ ଅଲମ୍ପିକ ଦିବସର ବିଷୟବସ୍ତୁ ରହିଛି, ‘ଲେଟସ୍ ମୋଭ ଆଣ୍ଡ ସେଲିବ୍ରେଟ’ା ଖେଳ ମାଧ୍ୟମରେ ସ୍ୱାସ୍ଥ୍ୟ ଓ ସକ୍ରିୟ ଜୀବନ ବଞ୍ଚିବା ଦିଗରେ ଅଗ୍ରସର ହେବା ପାଇଁ ସାରା ବିଶ୍ୱରେ ଆଜି ସଚେତନତା ସୃଷ୍ଟି କରାଯାଉଛି ।

Get real time updates directly on you device, subscribe now.