୬ ମାସରେ ଭୁବନେଶ୍ୱରରେ ହେବ ଆନ୍ତର୍ଜାତୀୟ ରେଲୱେ ଷ୍ଟେସନ?

ଓଡ଼ିଶା ଭାସ୍କର ବ୍ୟୁରୋ: ମାତ୍ର ୬ ମାସରେ ଭୁବେନଶ୍ୱରେ ହେବ ଆନ୍ତର୍ଜାତୀୟ ରେଲୱେ ଷ୍ଟେସନ? ଏକଥା ଆମେ କହୁନୁ ଏହା ଦସ୍ତାବିଜ କହୁଛି । ତେବେ ଏହା କିପରି ହେବ? କେଉଁଠି ହେବ? ଆଉ କିଏ କରିବ? ତାକୁ ନେଇ ଉଠିଛି ପ୍ରଶ୍ନ ।

୨୦୧୯ ମସିହା ସେପ୍ଟେମ୍ବର ମାସରେ ଭୁବନେଶ୍ୱରରେ ଆନ୍ତର୍ଜାତୀୟ ରେଲୱେ ଷ୍ଟେସନ ନେଇ ଘୋଷଣା କରାଯାଇଥିଲା । ଉଭୟ ରାଜ୍ୟ ସରକାର ଓ ଭାରତୀୟ ରେଲୱେ ବିଭାଗର ମିଳିତ ସହେଯାଗରେ ଏହା ଘୋଷଣା କରାଯାଇଥିଲା । ଚୁକ୍ତି ଅନୁଯାୟୀ, ରେଳ ଷ୍ଟେସନରେ ମଲ୍ଟିମଡେଲ୍ ହବ୍ ନିର୍ମାଣ ହେବ । ଏଇଥି ପାଇଁ ଖର୍ଚ୍ଚ ହେବ ୯୧୦ କୋଟି । ବିଡିଏ ଏବଂ ଇଷ୍ଟକୋଷ୍ଟ ରେଲୱେ ଦ୍ୱାରା ଏହା ନିର୍ମାଣ ହେବାର ଯୋଜନା ରହିଥିଲା । ଦୁଇଟି ଟ୍ରାକ ଓ ଗୋଟିଏ ପ୍ଲାଟଫର୍ମ ଯୋଡ଼ିବା ପାଇଁ ପ୍ରାୟ ୭୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଥିବାବେଳେ ସ୍ମାର୍ଟ ସିଟି ପ୍ରକଳ୍ପ ଅଧୀନରେ ୮୪୦ କୋଟି ଟଙ୍କାର ମଲ୍ଟିମଡେଲ୍ ହବ ନିର୍ମାଣ କରିବାର ଯୋଜନା ହୋଇଥିଲା ।
ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା, ଏହି କାର୍ଯ୍ୟ ୩୦ ମାସ ମଧ୍ୟରେ ସାରିବାକୁ ଚୁକ୍ତି ହୋଇଥିଲା । ତେବେ ୨୪ ମାସ ବିତି ଯାଇଥିଲେ ମଧ୍ୟ କାମ ହେବା ଦୂରର କଥା, ଆଜି ଯାଏ ଟେଣ୍ଡର ମଧ୍ୟ କରାଯାଇନାହିଁ । ସମୟ ସରିବାକୁ ଆଉ ମାତ୍ର ୬ ମାସ ଥିବାବେଳେ ଏହା କିପରି ସରିବ ସେନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଯୋର ଧରିଛି । ଏହାକୁ ନେଇ ଖୁବ୍ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ । ସେପଟେ କାର୍ଯ୍ୟର ମନ୍ଥର ଅଗ୍ରଗତି ପରେ ରେଲେୱ ଦ୍ୱାରା ଏହି ପ୍ରକଳ୍ପ ଫେରାଇ ନେବା ପାଇଁ ପଦେକ୍ଷପ ନିଆଯାଇଥିଲା । କାର୍ଯ୍ୟର ବ୍ୟୟ ଅଟକଳା ବି ବତ୍ତର୍ମାନ ୧ ହଜାର ୭୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏହା ୨୦୧୫ରେ ଯୋଜନା କରାଯାଇଥିବୋବେଳ ଏମଓୟୁ ସ୍ୱାକ୍ଷର କରିବାକୁ ୩ ବର୍ଷ ସମୟ ଲାଗିଥିଲା । ଆଉ ଚୁକ୍ତିର ୨ ବର୍ଷ ପରେ ବି କୌଣସି କାର୍ଯ୍ୟ ହୋଇପାରିନି । ତେବେ ୬ ମାସ ମଧ୍ୟରେ କାର୍ଯ୍ୟକାରୀ କରାଯିବ ନା ପୁଣି ଏସଓପି ଜାରି କରାଯିବ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।