fbpx

୨ ଜୁନରେ କାହିଁକି ପାଳନ କରାଯାଏ Sex Workers Day? କଣ ରହିଛି ଏହାର ଇତିହାସ

ଓଡ଼ିଶା ଭାସ୍କର: ଆଜି ସାରା ଦୁନିଆ Sex Workers Day ପାଳନ କରୁଛି । ସେକ୍ସ ୱାର୍କର୍ସଙ୍କ ପାଇଁ ଏହି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହି ସେମାନଙ୍କ ଅଧିକାର ଦିନ । ସେମାନଙ୍କ ପ୍ରତି ସମ୍ମାନ ଦେଖାଇବା ହୋଇଥାଏ । ତେବେ ୧୯୭୫ ମସିହା ଜୁନ ୨ତାରିଖରେ ଫ୍ରାନ୍ସର ଲିୟେନ ସହରରେ ଚର୍ଚ ସେଣ୍ଟ-ନିଜିୟରରେ ପାଖାପାଖି ୧୦୦ ସେକ୍ସ ୱାର୍କର ଏକଜୁଟ ହୋଇଥିଲେ । ସେକ୍ସ ୱାର୍କରର କାମ କରିବାର ଖରାପ ପରିସ୍ଥିତିକୁ ନେଇ ଏଠାରେ ସେ ନିଜ ଦାବି ରଖିଥିଲେ । ଏହି ଆନ୍ଦୋଳନ ସମୟରେ ଚର୍ଚର ସ୍ଟିପଲ ଉପରେ ସେକ୍ସ ୱାର୍କର୍ସ ଏକ ବ୍ୟାନର ଲଗାଇଥିଲେ, ଯେଉଁଥିରେ ଲେଖାଯାଇଥିଲା ଯେ, ଆମ ଶିଶୁ ଚାହୁଁନାହାନ୍ତି ଯେ, ତାଙ୍କ ମାଆ ଜେଲ ଯାଉ ।

ସେକ୍ସ ୱାର୍କର୍ସଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ଆନ୍ଦୋଳନ ୮ ଦିନ ପର୍ଯ୍ୟନ୍ତ ଚାଲିଥିଲା । ଯେଉଁଥିରେ ସାରା ଦୁନିଆର ଧ୍ୟାନ ନିଜ ଆଡକୁ ଟାଣିଥିଲା । ଆରମ୍ଭରୁ ଫ୍ରାନ୍ସର ପୋଲିସ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ସେକ୍ସ ୱାର୍କର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ଧମକ ଦେଇଥିଲା । ପୋଲିସ ଚର୍ଚ ଉପରେ ଆକ୍ରମଣ କରି ସେକ୍ସ ୱାର୍କରଙ୍କ ଦ୍ୱାରା ଚର୍ଚକୁ ଖାଲି କରିଦେଲା ।

ହେଲେ ସେତେବେଳେ ଏହି କଥା ଫ୍ରାନ୍ସରୁ ବାହାରେ ୟୁରୋପର ବାକି ଦେଶଗୁଡିକରେ ପ୍ରସାରିତ ହୋଇଥିଲା । ଏହାର ପରିଣାମ ସ୍ୱରୂପ ଗ୍ଲୋବାଲ ନେଟୱର୍କ ଅଫ ସେକ୍ସ ୱାର୍କ ପ୍ରୋଜେକ୍ଟ ଅର୍ଥାତ ଏନଏସଡବ୍ଲୁପିର ଗଠନ କରାଯାଇଥିଲା । କାରଣ ଆନ୍ଦୋଳନ ୨ ଜୁନରେ ଆରମ୍ଭ ହୋଇଥିଲା । ସେଥିପାଇଁ ସଂଗଠନ ଦ୍ୱାରା ୨ଜୁନରେ ଅନ୍ତର୍ଜାତୀୟ ସେକ୍ସ ୱାର୍କର ଦିବସ ରୂପେ ଘୋଷଣା କରାଯାଇଛି ।

ସେକ୍ସ ୱାର୍କର୍ସଙ୍କ କାମ ବହୁତ କଠିନ ହୋଇଥାଏ । ଅନ୍ୟ କାମ ପରି ଏହି କାମକୁ ଲୋକମାନଙ୍କର, ସମାଜ ଏବଂ ଆଇନର ମାନ୍ୟତା ମିଳୁନଥିଲା । ୨୦୨୩ ବର୍ଷ ସଂଖ୍ୟା ଅନୁଯାୟୀ, ଦୁନିଆର ଅନେକ ଦେଶରେ ସେକ୍ସ ୱାର୍କର୍ସର କାମକୁ ଆଇନ ମାନ୍ୟତା ଦିଆଯାଇଥିଲା ।

Get real time updates directly on you device, subscribe now.