fbpx
BSKY SKY
BSKY SKY

୨୦୨୨ରେ ବନ୍ଦ ହେବ ‘Internet Explorer’: ଘୋଷଣା କଲା ମାଇକ୍ରୋସଫ୍ଟ

BSKY

ୱାଶିଂଟନ : ‘ଇଣ୍ଟରନେଟ ଏକ୍ସପ୍ଲୋରର’ର ଯୁଗ ସମାପ୍ତ ହେବାକୁ ଯାଉଛି । ଦୀର୍ଘ ୨୫ ବର୍ଷ ଧରି ବିଶ୍ୱବାସୀଙ୍କୁ ସେବା ଯୋଗାଇ ଆସୁଥିବା ଏହି ବ୍ରାଉଜର ବନ୍ଦ ହେବ । ଏନେଇ ମାଇକ୍ରୋସଫ୍ଟ ପକ୍ଷରୁ ଘୋଷଣା କରାଯାଇଛି । ୱିଣ୍ଡୋ ୧୦ ଭର୍ସନରେ ଇଣ୍ଟରନେଟ ଏକ୍ସପ୍ଲୋରର ୧୧ ଡେକ୍ସଟପ ଆପିଲିକେସନ ଆଉ କାର୍ଯ୍ୟକ୍ଷମ ହେବ ନାହିଁ ବୋଲି ମାଇକ୍ରୋସଫ୍ଟ ଏଡଜ୍ ପ୍ରୋଗ୍ରାମ ମ୍ୟାନେଜର ସିନ ଲାଇଣ୍ଡରସେ ସୂଚନା ଦେଇଛନ୍ତି । ୧୯୯୫ ମସିହାରେ ୱିଣ୍ଡୋ ୯୫ର ଏକ ଅଂଶ ଭାବେ ଇଣ୍ଟରନେଟ ଏକ୍ସପ୍ଲୋରରକୁ ଲଞ୍ଚ କରାଯାଇଥିଲା । ୨୦୦୨ ମସିହା ବେଳକୁ ଇଣ୍ଟରନେଟ ଏକ୍ସପ୍ଲୋରର ବ୍ରାଉଜର ମାର୍କେଟର ୯୫ ପ୍ରତିଶତ ଉପରେ କବଜା କରିନେଇଥିଲା । ମାତ୍ର ଦୁଇ ଦଶନ୍ଧି ଧରି ଏହା ନିମ୍ନସ୍ତରକୁ ଚାଲିଯାଇଥିବା ଦେଖିବାକୁ ମିଳିଛି । ଗୁଗୁଲ କ୍ରୋମ ବର୍ତ୍ତମାନ ୬୯ ପ୍ରତିଶତ ମାର୍କେଟକୁ କବଜା କରି ଏ କ୍ଷେତ୍ରରେ ଆଗରେ ରହିଛି । ବର୍ତ୍ତମାନ ଇଣ୍ଟରନେଟ ଏକ୍ସପ୍ଲୋରରକୁ ମାତ୍ର ୮ ପ୍ରତିଶତ ଲୋକ ବ୍ୟବହାର କରୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.