ୟୁରୋପରେ କାମ କରୁଥିଲେ ୮୦ ଲକ୍ଷରେ, ୫୦ରେ ଭାରତ ଫେରିବାକୁ ନେଇ କଲେ ପ୍ରଶ୍ନ, ଉତ୍ତର ପଢିଲେ ହେବେ ତାଜୁବ

ନୂଆଦିଲ୍ଲୀ: ୟୁରୋପର ଏକ ଆଇଟି କମ୍ପାନୀରେ ୮୦ ଲକ୍ଷ ପ୍ୟାକେଜରେ ବ୍ୟକ୍ତି କାମକରୁଛନ୍ତି । କିିନ୍ତୁ ସେ ଭାରତ ଫେରି ଏଠି କାମ କରିବାକୁ ଚାହୁଁଛନ୍ତି । ଏଥିପାଇଁ ବାଙ୍ଗାଲୁରୁର ଏକ କମ୍ପାନୀ ସହ କଥା ହୋଇଛନ୍ତି । କମ୍ପାନୀ ସେଠା ଅପେକ୍ଷା କମ ଦରମା ଦେବ । ହେଲେ ପରିବାର ଲୋକେ ମନାକରୁଛନ୍ତି । ଏନେଇ ସେ ସୋସିଆଲ ମିଡିଆରେ ପଚାରିବାରୁ ୟୁଜର୍ସ ଯାହାକ କହିଲେ, ବିଶ୍ୱାସ କରିହେବନାହିଁ ।

ରେଡିଟରେ ଏହି ବ୍ୟକ୍ତି ପଚାରିଲେ କି, ମୁଁ ବେଙ୍ଗାଲୁରୁ ଫେରିବାକୁ ଚାହୁଁଛି । ମୋର ୟୁରୋପ ଆଇଟି ସେକ୍ଟରରେ ୫ ବର୍ଷର ଅଭିଜ୍ଞତା ରହିଛି । ୮୦ ଲକ୍ଷ ପ୍ୟାକେଜରେ କାମ କରୁଛି । ବେଙ୍ଗାଲୁରୁର ସିଟିସି ୫୦ ଲକ୍ଷରେ ରାଜି ହୋଇଛି । ସେଠି ଖର୍ଚ୍ଚ କମ । ମାର୍କେଟ ଭଲ । ତେଣୁ ଭାରତ ଫେରିବାକୁ ଚାହୋଁ ହେଲେ ଘରଲୋକ ମନାକରୁଛନ୍ତି । ଏନେଇ ଆପଣମାନଙ୍କ ମତ କଣ?

ବ୍ୟକ୍ତିଙ୍କ ପୋଷ୍ଟ ପରେ ସବୁ ୟୁଜର ତାଙ୍କୁ ଏପରି ନ କରିବାକୁ କହିଛନ୍ତି । ସେମାନେ ଯେଉଁ କାରଣ ଦେଉଛନ୍ତି, ତାହା ଭାରତରେ କର୍ମଜୀବୀଙ୍କ ଦୈନନ୍ଦିନ ସମସ୍ୟାକୁ ଉଜାଗର କରୁଛି । ଜଣେ ୟୁଜର୍ସ କହିଛନ୍ତି, ପରିବାର ପାଇଁ ଆସିବାକୁ ଚାହୁଁଥିଲେ ଆସିପାରନ୍ତି । ଏହା ବ୍ୟତିତ ଅନ୍ୟ କୌଣସି କାରଣ ନାହିଁ ଏଠାକୁ ଫେରିବାର । ଅନ୍ୟ ଜଣେ କହିଛନ୍ତି, ଭାରତର ୱାର୍କ କଲଚର ଅତ୍ୟନ୍ତି ଖରାପ । ଦୟନୀୟ ସ୍ଥିତି, ଭ୍ରଷ୍ଟାଚାର, ଅଣପ୍ରଫେସନାଲ ବ୍ୟବହାର ଭାରତରେ ସାଧାରଣ ଘଟଣା । ତେଣୁ ଭାରତକୁ ଫେରନ୍ତୁ ନାହିଁ ବୋଲି ପରାମର୍ଶ ଦେଇଛନ୍ତି ୟୁଜର୍ସ ।

ଅନ୍ୟଜଣେ ଏଥିସହ ପ୍ରଦୂଷଣ, ମାନସିକ ସ୍ଥିରତା, ଅପରାଧ ଦର, ରାଜନୈତିକ ଭ୍ରଷ୍ଟାଚାର, ସାର୍ବଜନୀନ ପରିବହନର ଦ୍ୱାହୀ ଦେଇ ଭାରତକୁ ନ ଫେରିବାକୁ କହିଛନ୍ତି ।

Get real time updates directly on you device, subscribe now.