ଠପ୍ ହୋଇଯିବ ଇଣ୍ଟରନେଟ୍ ସେବା! ଭାଇରାଲ ଭିଡିଓକୁ ନେଇ ତେଜୁଛି ଜନ ଆକ୍ରୋଶ

୧୬ ଜାନୁଆରୀ ୧୬ରେ ଠପ୍ ହୋଇଯିବ ଇଣ୍ଟରନେଟ୍ ସେବା । ସୋସିଆଲ ମିଡିଆରେ ଭାଇରାଲ ହେଉଛି ବିଶିଷ୍ଟ ଟିଭି ଶୋ ‘The Simpsons’ର ଭବିଷ୍ୟବାଣୀ । ପୋଷ୍ଟକୁ ନେଇ ତେଜୁଛି ଜନ ଆକ୍ରୋଶ ।

ନୂଆଦିଲ୍ଲୀ: ଆସନ୍ତାକାଲି ବନ୍ଦ ରହିବ ଇଣ୍ଟରନେଟ୍ ସେବା । ଏନେଇ ସୋସିଆଲ ମିଡିଆରେ ଏକ ବଡ଼ ଦାବି କରାଯାଉଛି।
ଏକ ସମ୍ପାଦିତ ଭିଡିଓ ପୋଷ୍ଟ କରି କୁହାଯାଉଛି ଯେ ଜାନୁଆରୀ ୧୬, ୨୦୨୫ରେ ସାରା ବିଶ୍ୱରେ ଇଣ୍ଟରନେଟ୍ ସେବା ଠପ ହୋଇପାରେ । ଏଥିପାଇଁ, ଟିଭି ଶୋ’ ଦି ସିମ୍ପସନ୍ସ କରିଥିବା ଭବିଷ୍ୟବାଣୀ ଚର୍ଚ୍ଚାର ବିଷୟ ପାଲଟିଛି ।

ସିମ୍ପସନ୍ସ ଭବିଷ୍ୟବାଣୀ: ସିମ୍ପସନ୍ସ ଭବିଷ୍ୟତର ସଠିକ୍ ଭବିଷ୍ୟବାଣୀ କରିବା ପାଇଁ ଜଣାଶୁଣା।

ଦି ସିମ୍ପସନର ଏକ ଏପିସୋଡରେ ଦର୍ଶାଯାଇଥିଲା ଯେ ଜାନୁଆରୀ ୧୬, ୨୦୨୫ରେ ସମଗ୍ର ବିଶ୍ୱ ଇଣ୍ଟରନେଟ୍ ବ୍ଲାକଆଉଟର ସମ୍ମୁଖୀନ ହେବ।

ଏଭଳି ଗୁଜବ ସୋସିଆଲ ମେଡିଆରେ ଭାଇରଲ ହେଉଛି ।

 

View this post on Instagram

 

A post shared by Ankur Nandan (@ankurnandanofficial)

ଭିଡିଓରେ କ’ଣ ଦେଖାଯାଇଥିଲା?

ଜାନୁଆରୀ 16 ରେ ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବ ସହ ଏହି ଭିଡିଓଟି ଜଡ଼ିତ ।

ଏହି ସମ୍ପାଦିତ ଭିଡିଓ ଅନେକ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର୍ସ ଏବଂ କଣ୍ଟେଣ୍ଟ କ୍ରିଏଟରମାନେ ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରିଛନ୍ତି ।

ଏଥିରେ ଦାବି କରିଛନ୍ତି ଯେ ଏହି ଭବିଷ୍ୟବାଣୀ ଦି ସିମ୍ପସନର ଏକ ଏପିସୋଡରେ ଦେଖାଯାଇଥିଲା ଏବଂ ସେମାନେ ବିଶ୍ୱାସ କରନ୍ତି ଯେ ଏହା ସତ ହେବାକୁ ଯାଉଛି।

ଆମେରିକାର ରାଷ୍ଟ୍ରପତି ପଦ ପାଇଁ ସମାରୋହ ଜାନୁଆରୀ 16 ରେ ନୁହେଁ, ବରଂ ଜାନୁଆରୀ 20 ରେ ଅନୁଷ୍ଠିତ ହେବାର ସ୍ଥିର ହୋଇଛି।

ସତ୍ୟ କ’ଣ?

ବିଶେଷଜ୍ଞ ଏବଂ ଫ୍ୟାକ୍ଟ ଚେକିଂ ସଂଗଠନଗୁଡ଼ିକ କହିଛନ୍ତି ଯେ ଏହି ଭିଡିଓଟି ସମ୍ପୂର୍ଣ୍ଣ ସମ୍ପାଦିତ ।

‘ସିମ୍ପସନ୍ସ’ କେବେବି ଏପରି କିଛି ଭବିଷ୍ୟବାଣୀ କରିନଥିଲା। ଭାଇରାଲ୍ ଭିଡିଓରେ ଦେଖାଯାଉଥିବା ଦୃଶ୍ୟଗୁଡ଼ିକ ଶୋ’ର କୌଣସି ଅଫିସିଆଲ୍ ଏପିସୋଡ୍ ସହିତ ମେଳ ଖାଉନାହିଁ।