ଭୁବନେଶ୍ୱର,୨୮ା୪: ବହୁଚର୍ଚ୍ଚିତ ଗନ୍ଧମାର୍ଦ୍ଧନ ଲୋଡିଂ ଏଜେନ୍ସିରେ ଆର୍ଥିକ ଅନିୟମିତା ମାମଲାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମ ବ୍ରାଞ୍ଚ। ଏହି ମାମଲା ଖୁବଶୀଘ୍ର ଚାର୍ଜସିଟ ଦାଖଲ କରାଯିବ ବୋଲି DGP ବିନୟ ତୋଷ ମିଶ୍ର କହିଛନ୍ତି । ଏହି ଘୋଟଲାର ମୁଖ୍ୟ କାର୍ପଟଦାର ରାଜା ଚକ୍ର ସହିତ ମୋଟ ୪ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଥିବା ବେଳେ ମୋଟ ୬୦ଟି ବ୍ୟାଙ୍କ ଆକାଉଣ୍ଟ ଜବତ କରାଯାଇଛି। ଏହି ମାମଲାରେ କିଛି ନୂଆ ଲୋକଙ୍କ ନାଁ ମଧ୍ୟ ସାମ୍ନାକୁ ଆସିବ ବୋଲି DGP କହିଛନ୍ତି ।
ସେପଟେ ପୂର୍ବରୁ ହେଇଥିବା ଅଭିଯୋଗ ଓ ପ୍ରାଥମିକ ତଦନ୍ତକୁ ଆଧାର କରି ମୋଟ ୧୮୫ କୋଟି ଟଙ୍କାର ଆର୍ଥିକ ଅନିୟମିତା ହୋଇଥିବା କୁହାଯାଉଥିଲା । ଏହାରି ଭିତରେ ଏହି ମହାଦୁର୍ନିତିର ଖେଳତାଡ ଆରମ୍ଭ କରିଥିବା କ୍ରାଇମବ୍ରାଞ୍ଚକୁ ସୁରାକ ମିଳିଛି । ଏବେ ଏହି ଅନିୟମିତତାର ପରିମାଣ ୫୦୦ କୋଟି ଟଙ୍କାକୁ ଟପି ଯାଇ ପାରେ ବୋଲି ତଦନ୍ତକାରୀ ସଂସ୍ଥା ଆଶଙ୍କା କରୁଛି ।