fbpx

ବଦଳିବେ ତଦନ୍ତ ଅଧିକାରୀ, ପୋଲିସକୁ ମିଳିଲା ଡିଏଫଓ ଓ ବିଦ୍ୟାଭାରତୀଙ୍କ ହ୍ୱାଟସଆପ୍ ଲିଙ୍କ୍

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନଙ୍କ ମୃତ୍ୟୁକୁ ଆଉ କିଛିଦିନ ପରେ ମାସେ ପୂରିବ । ତେବେ ଏହା ମଧ୍ୟରେ ଏହି ଘଟଣାର ଉପରୁ ପରଦା ହଟିନାହିଁ । ଇତିମଧ୍ୟରେ ଏହି ଘଟଣା ଏକ ନୂଆ ମୋଡ଼ ନେଇପାରେ ବୋଲି ଜଣାପଡ଼ିଛି । ଏହି ଘଟଣାରେ ଡିଏଫଓଙ୍କ ସହିତ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ରିଲେସନ୍ ରହିଥିବା ନେଇ ସୌମ୍ୟଙ୍କ ପରିବାର ଅଭିଯୋଗ କରିଥିଲେ । ତେବେ ପ୍ରାପ୍ତ ଖବର ଅନୁଯାୟୀ ସୌମ୍ୟଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦାୟିତ୍ୱ ଜଣେ ନୂଆ ଅଧିକାରୀଙ୍କୁ ଦିଆଯିବ । ଜଙ୍ଗଲ ମନ୍ତ୍ରୀ, ଡିଏଫଓ ଓ ପୋଲିସ ଭୂମିକା ନେଇ ସୌମ୍ୟଙ୍କ ପରିବାର ଲୋକ ବାରମ୍ବାର ପ୍ରଶ୍ନ ଉଠାଇ ଆସୁଥିଲେ । ତେବେ ପରିବାର ଲୋକେ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଗୁହାରି କରିବାରେ ପରେ ବର୍ତ୍ତମାନ କେସରେ ଅଗ୍ରଗତି ଘଟିବ ବୋଲି ଆଶା କରାଯାଉଛି ।

ପୂର୍ବରୁ ଏହି ଘଟଣାରେ ପୋଲିସ ଡିଏଫଓଙ୍କୁ ଗୋଟିଏ ଦିନରେ କ୍ଲିନ୍ ଚିଟ୍ ଦେଇଥିଲା । କାହା ଚାପରେ ପଡ଼ି ପୋଲିସ କ୍ଲିନଚିଟ୍ ଦେଇଥିଲା ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଜଙ୍ଗଲ ମନ୍ତ୍ରୀ ଓ ଡିଏଫଓ ଏହି ଷଡ଼ଯନ୍ତ୍ରରେ ସାମିଲ ରହିଥିବା ସୌମ୍ୟଙ୍କ ବାପା ଅଭିଯୋଗ କରିଥିଲେ । ପ୍ରାପ୍ତ ସୂଚନା ମୁତାବକ, ଡିଏଫଓ ଅନେକ ସମୟରେ ଜଙ୍ଗଲ ମନ୍ତ୍ରୀ ଓ ବିଦ୍ୟାଭାରତୀଙ୍କ ସହ ହ୍ୱାଟସଆପରେ କଥା ହେଉଥିବା ଏବେ ଜଣାପଡ଼ିଛି । ବିଦ୍ୟାଭାରତୀ ଓ ଡିଏଫଓଙ୍କ ବିଷୟରେ ଅନେକ ପ୍ରମାଣ ପୋଲିସ ହାତରେ ଲାଗିଛି । ଏପରିକି ସାଇ ପଡ଼ିଶା ଏହି ଘଟଣାରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୋଲିସକୁ ଦେଇଥିଲେ ହେଁ ପୋଲିସ ତାହାକୁ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି । ତେବେ କ’ଣ ଘଟିଥିଲା ସେଦିନ ରାତିରେ? ସୌମ୍ୟଙ୍କ ମୃତ୍ୟୁ ବାସ୍ତବରେ ହତ୍ୟା ନା ଆତ୍ମହତ୍ୟା, ଏହା ଜାଣିବାକୁ ପାଇଁ ରାଜ୍ୟବାସୀ ଚାହିଁ ବସିଛନ୍ତି । ତେବେ ଠିକ୍ ଭାବେ ତଦନ୍ତ କରାନଯିବାରୁ ଅଭିଯୁକ୍ତମାନେ ଖସି ଯାଇଛନ୍ତି । ପୋଲିସର ତଦନ୍ତକୁ ବାଟବଣା କରାଯାଉଛି ବୋଲିସ ସୌମ୍ୟଙ୍କ ପରିବାର ଲୋକେ ଅଭିଯୋଗ କରିଆସୁଛନ୍ତି । ତେବେ ନୂଆ ତଦନ୍ତ ଅଧିକାରୀ ସୌମ୍ୟଙ୍କ ପରିବାରକୁ ନ୍ୟାୟ ଦେବାରେ ସକ୍ଷମ ହେବେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.