fbpx

IOCL ପକ୍ଷରୁ ବିଜ୍ଞପ୍ତି: ୪୭୬ଟି ପଦରେ ଦିଆଯିବ ନିଯୁକ୍ତି

ନୂଆଦିଲ୍ଲୀ: ଭାରତୀୟ ତୈଳ ନିଗମ ଲିମିଟେଡ (ଆଇଓସିଏଲ) ପକ୍ଷରୁ ଆସିଛି ଏକ ନିଯୁକ୍ତି ସୁଯୋଗ । ୪୭୬ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଜୁନିୟର ଇଞ୍ଜିନିୟରିଂ ଆସିଷ୍ଟାଣ୍ଟ, ଜୁନିୟର କ୍ୱାଲିଟି କଣ୍ଟ୍ରୋଲ ଆନାଲିଷ୍ଟ, ଇଞ୍ଜିନିୟରିଂ ଆସିଷ୍ଟାଣ୍ଟ ଓ ଟେକ୍ନିକାଲ ଆଟେଣ୍ଡାଣ୍ଟ ପଦ ପୂରଣ ହେବ । ଜୁନିୟର ଇଞ୍ଜିନିୟରିଂ ଆସିଷ୍ଟାଣ୍ଟ ପାଇଁ ୩୭୯ଟି ପଦ, ଜୁନିୟର କ୍ୱାଲିଟି କଣ୍ଟ୍ରୋଲ ଆନାଲିଷ୍ଟ ପାଇଁ ୨୧ଟି ପଦ, ଇଞ୍ଜିନିୟରିଂ ଆସିଷ୍ଟାଣ୍ଟ ପାଇଁ ୩୮ଟି ପଦ ଓ ଟେକ୍ନିକାଲ ଆଟେଣ୍ଡାଣ୍ଟ ପାଇଁ ୨୯ଟି ପଦ ଖାଲି ରହିଛି ।

ଆସନ୍ତା ୨୨ ତାରିଖରୁ ଅନଲାଇନ୍ ଆବେଦନ ଆରମ୍ଭ ହେବ । ସେହିଦିନ ଏହି ନିଯୁକ୍ତି ପାଇଁ ସମ୍ପୂର୍ଣ୍ଣ ନୋଟିଫିକେସନ ଜାରି କରାଯିବ । ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଛି । ଚଳିତ ବର୍ଷ ଜୁଲାଇ ୩୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ଯୋଗ୍ୟତା ୧୮ ଓ ସର୍ବାଧିକ ବୟସ ଯୋଗ୍ୟତା ୨୬ ବର୍ଷ ରହିଛି । ଆସନ୍ତା ସେପ୍ଟେମ୍ବର ମାସରେ କମ୍ପ୍ୟୁଟର ବେସଡ ପରୀକ୍ଷା (ସିବିଟି) ଆୟୋଜିତ ହେବାର ସମ୍ଭାବନା ରହିଛି । ଏହାପରେ ଅକ୍ଟୋବର ମାସରେ ପରୀକ୍ଷାର ଫଳାଫଲ ଘୋଷଣା ହୋଇପାରେ ।

Get real time updates directly on you device, subscribe now.