ବିନା ଲିଖିତ ପରୀକ୍ଷାରେ IOCLରେ ଚାକିରି, ଆବେଦନର ଶେଷ ତାରିଖ ଫେବୃଆରୀ ୧୪
IOCLରେ ଚାକିରି ପାଇବା ପାଇଁ ସୂବର୍ଣ୍ଣ ସୁଯୋଗ । ୩୮୨ ପଦ ପାଇଁ ବିଜ୍ଞପ୍ତି ଜାରି ।
ଓଡ଼ିଶା ଭାସ୍କର: ଇଣ୍ଡିଆନ୍ ଅଏଲ୍ କର୍ପୋରେଶନ୍ ଲିମିଟେଡ୍ (ଆଇଓସିଏଲ୍)ରେ ଚାକିରି କରିବା ପାଇଁ ଇଚ୍ଛୁକ ଆଶାୟୀଙ୍କ ପାଇଁ ବଡ଼ ସୁଯୋଗ । ଯେଉଁମାନେ ଏହି ସରକାରୀ ସଂସ୍ଥାରେ ଚାକିରି କରିବାକୁ ଚାହୁଁଛନ୍ତି ସେମାନେ, ଅଫିସିଆଲ୍ ୱେବସାଇଟ୍ରେ ଆବେଦନ କରିପାରିବେ ।
ଇଣ୍ଡିଆନ୍ ଅଏଲର ମାର୍କେଟିଂ ଡିବିଜନ ପାଇଁ ଟେକନିସିଆନ, ଗ୍ରଜୁଏଟ୍ ଏବଂ ଟ୍ରେଡ୍ ଆପରେଣ୍ଟିସ୍ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛ । ୩୮୨ ପଦ ପାଇଁ ବିଜ୍ଞାପନ ପାରିଛି । ଆବେଦନର ଶେଷ ତାରିଖ ୧୪ ଫେବୃଆରୀ ରହିଛି ।
ଯେ କେହି ବି ଏହି ପଦ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେମାନଙ୍କ ବୟସ ୧୮ ବର୍ଷରୁ ୨୪ ବର୍ଷ ହେବା ଆବଶ୍ୟକ । ଏସଟି, ଏସସି ଆବେଦନକାରୀଙ୍କ ପାଇଁ ବୟସ ସୀମା ୨୯ ବର୍ଷ ରହିଥିବାବେଳେ ଓବିସିମାନଙ୍କ ପାଇଁ ରହିଛି ୨୭ ବର୍ଷ ।
ଯୋଗ୍ୟ ବ୍ୟକ୍ତିଙ୍କ ଚୟନ ଏନଏପିଏସ୍/ ଏନଏଟିଏସ୍ ପୋର୍ଟାଲ ଜରିଆରେ କରାଯିବ । ଏହାପରେ ବଛାଯାଇଥିବା ପିଲାଙ୍କ ଡକ୍ୟୁମଣ୍ଟେ ଭେରିଫିକେଶନ କରାଯିବ ଏବଂ ପରିଶେଷରେ ମେଡିକାଲ ଫିଟନେଶ୍ ଟେଷ୍ଟ କରାଯିବ । ଚୟନ ପ୍ରକ୍ରିୟାରେ ଲିଖିତ ଏବଂ ଇଣ୍ଟରଭ୍ୟୁକୁ ସାମିଲ କରାଯାଇନାହିଁ ।